Girl Students Protest at Sevashram School: ସେବାଶ୍ରମ ସ୍କୁଲରେ ଅଚଳାବସ୍ଥା, ସ୍କୁଲ ଫାଟକରେ ତାଲା ପକାଇ ଛାତ୍ରୀଙ୍କ ଧାରଣା
କେନ୍ଦ୍ରାପଡା ଜିଲ୍ଲା ଧୁମାତ ଗାଁରେ ଥିବା ସେବାଶ୍ରମ ସ୍କୁଲରେ ଅଚଳାବସ୍ଥା । ନିଲମ୍ବିତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ପୁନଃ ଥଇଥାନ ଦାବିରେ ସ୍କୁଲ ଫାଟକରେ ତାଲା ପକାଇ ଧାରଣାରେ ଦେଇଥିଲେ ଛାତ୍ରୀ । କାର୍ଯ୍ୟରେ ଯୋଗ ଦେବା ପାଇଁ ଆସିଥିବା ନୂଆ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଭିତରକୁ ଛାଡିନଥିଲେ ପିଲାମାନେ । ଏ ସମ୍ପର୍କରେ ଛାତ୍ରୀଙ୍କ ସହ ଆଲୋଚନା କରି ବିଫଳ ହୋଇଥିଲେ ନୂଆ ପ୍ରଧାନ ଶିକ୍ଷୟିତ୍ରୀ ।
ପ୍ରାୟ ତିନି ଘଣ୍ଟା କାଳ ଫାଟକ ବାହାରେ ଅପେକ୍ଷା କରିବା ପରେ ଶେଷରେ ନିରାଶ ହୋଇ ସେ ଫେରି ଯାଇଥିଲେ । ବିଭାଗୀୟ ଆଦେଶ ଅବମାନନା ଅଭିଯୋଗରେ ଧୁମାତ ସେବାଶ୍ରମ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ରୋସ୍ନାବାଳା ମହାପାତ୍ରଙ୍କୁ ସରକାର ନିଲମ୍ବନ କରିଛନ୍ତି । ତାଙ୍କ ସ୍ଥାନରେ କୁନୁ ପ୍ରିୟଦର୍ଶିନୀ ବେହେରାକୁ ନିଯୁକ୍ତି ଦିଆଯାଇଛି । ହେଲେ ପିଲାମାନେ ବିରୋଧ ପ୍ରଦର୍ଶନ କରିବା ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟପଟେ ଜିଲ୍ଳାପାଳ କହିଛନ୍ତି, ୱେଲଫେୟାର ଅଫିସର୍ ତଦନ୍ତ କରୁଛନ୍ତି, ଖୁବ୍ ଶୀଘ୍ର ସମାଧାନ କରାଯିବ । ....
ଧୂମାତ ସେବାଶ୍ରମ ସ୍କୁଲରେ ଅଚଳାବସ୍ଥା
ସ୍କୁଲ ଫାଟକରେ ତାଲା ପକାଇ ଛାତ୍ରୀଙ୍କ ଧାରଣା
ନିଲମ୍ବିତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ପୁନଃ ଥଇଥାନ ଦାବି
ନୂଆ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବିରୋଧ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।