Gogas LPG: ଚଳିତ ପାର୍ବଣରେ ଗୋଗ୍ୟାସ୍ର ଏଲ୍ପିଜି ଡିଲର୍ସିପ୍ ସୁଯୋଗ
"ଭୁବନେଶ୍ବର: ଚଳିତ ପାର୍ବଣରେ ନୂଆ ବ୍ୟବସାୟ ଆରମ୍ଭ କରିବା କିମ୍ବା ଚାଲୁଥିବା ବ୍ୟବସାୟକୁ ସମ୍ପ୍ରସାରଣ ପାଇଁ ଯୋଜନା ରଖିଥିବା ବ୍ୟକ୍ତିଙ୍କ ନିମନ୍ତେ କନ୍ଫିଡେନ୍ସ ପେଟ୍ରୋଲିୟମ୍ ଇଣ୍ଡିଆ ଲିମିଟେଡ୍ର ଗୋଗ୍ୟାସ୍ ଏଲ୍ପିଜି ଡିଲର୍ସିପ୍ ନେବା ଏକ ସୁଯୋଗ ହୋଇପାରିବ।
Advertisment ଦେଶରେ କମ୍ପାନିର ଦୃଢ଼ ଭିତ୍ତିଭୂମି ଓ ବିତରଣ ନେଟ୍ୱର୍କ ରହିଛି।
ନୂଆ ନୂଆ ସ୍ଥାନରେ କମ୍ପାନି ଏହାର ବ୍ୟବସାୟ ସମ୍ପ୍ରସାରଣ କରିବାକୁ ଲକ୍ଷ୍ୟ ରଖିଛି।
ଆଗ୍ରହୀ ଉଦ୍ୟୋଗୀମାନେ ଏହାର ସୁଯୋଗ ନେଇପାରିବେ।
ଏହି କମ୍ପାନି ଉଭୟ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ ଏକ୍ଚଚେଞ୍ଜରେ ତାଲିକାଭୁକ୍ତ ହୋଇଛି।
୬୮ଟିରୁ ଅଧିକ ଏଲ୍ପିଜି ବଟ୍ଲିଂ ପ୍ଲାଣ୍ଟ୍ଦେଶରେ ଏହାର ୬୮ଟିରୁ ଅଧିକ ଏଲ୍ପିଜି ବଟ୍ଲିଂ ପ୍ଲାଣ୍ଟ୍, ୧୫ଟି ସିଲିଣ୍ଡର୍ ଉତ୍ପାଦନ କାରଖାନା ଥିବାବେଳେ ୨୫୦୦ରୁ ଅଧିକ ଡିଲର କାର୍ଯ୍ୟ କରୁଛନ୍ତି।
କମ୍ପାନି ଏଲ୍ପିଜି ସହିତ ଅଟୋ ଏଲ୍ପିଜି ଓ ସିଏନ୍ଜି ବ୍ୟବସାୟ କରୁଛି।
ଏହି ପରିପ୍ରେକ୍ଷୀରେ କମ୍ପାନିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ନୀତିନ ଖାରା କହିଛନ୍ତି, ପର୍ବପର୍ବାଣି ନୂଆ ଆଶା, ନୂଆ ସ୍ୱପ୍ନ ଓ କିଛି ନୂଆ ଆରମ୍ଭ କରିବାର ପ୍ରେରଣା ଆଣିଥାଏ।
ଦେଶର ପ୍ରଗତିରେ ଉଦ୍ୟୋଗୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
ଗୋଗ୍ୟାସ୍ ମାଧ୍ୟମରେ ଅଧିକରୁ ଅଧିକ ଲୋକ ଉଦ୍ୟୋଗୀ ହୋଇ ଭାରତର ବିକାଶ ଯାତ୍ରାରେ ସାମିଲ ହୋଇପାରିବେ ବୋଲି ସେ ମତ ଦେଇଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।