24 OCTOBER 2026

Welcome!

Unlock your personalized experience.
Sign Up

Gold and silver: ଶସ୍ତା ହେଉଛି ସୁନା, ରୁପା: ଭୁବନେଶ୍ବରରେ ସୁନା ୧୯୦୦ ଟଙ୍କା କମିଲା

Oct 24, 2026 - 07:24
Gold and silver: ଶସ୍ତା ହେଉଛି ସୁନା, ରୁପା: ଭୁବନେଶ୍ବରରେ ସୁନା ୧୯୦୦ ଟଙ୍କା କମିଲା

ମୁମ୍ବାଇ: ଉତ୍ସବ ଋତୁରେ ସୁନା ଓ ରୁପା ଜିନିଷ କିଣିବାକୁ ଅପେକ୍ଷା କରିଥିବା ଗ୍ରାହକମାନଙ୍କ ଲାଗି ଖୁସି ଖବର। ଚଳିତ ସପ୍ତାହରେ ଉଭୟ ଧାତବ ପଦାର୍ଥର ଦର ଲାଗାତାର ଭାବେ ହ୍ରାସ ପାଉଛି। ଗତ ଚାରି ଦିନରେ ସୁନା ଦର ୪୭୯୬ ଟଙ୍କା ଓ ରୁପା ଦର ୧୬,୫୦୩ ଟଙ୍କା ହ୍ରାସ ପାଇଛି। ଇଣ୍ଡିଆ ବୁଲିଅନ ଆଣ୍ଡ୍‌ ଜୁଏଲର୍ସ ଆସୋସିଏସନ୍‌ (ଆଇବିଜେଏ) ତଥ୍ୟ ଅନୁସାରେ ରୁପା ଦର ଦୁଇ ଲକ୍ଷ ଟଙ୍କା ତଳକୁ ଖସିଆସିଛି। ରୁପା କେଜି ଆଜି ୫୩୬୨ ଟଙ୍କା କମ୍‌ ହୋଇ ୧ ଲକ୍ଷ ୯୪ ହଜାର ଟଙ୍କା ହୋଇଛି। ଦୀର୍ଘ ୧୦ ମାସ ପରେ ରୁପା ଦର ପୁଣି ଥରେ ଦୁଇ ଲକ୍ଷ ଟଙ୍କା ତଳକୁ ଖସିଛି। ଶେଷ ଥର ପାଇଁ ୨୦୨୫ ଡିସେମ୍ବର ୧୭ରେ ଏହା ସେହି ସ୍ତର ପାଖାପାଖି ଥିଲା। ୨୪ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ଦାମ୍‌ ୧୦୬୪ ଟଙ୍କା ହ୍ରାସ ପାଇ ୧ ଲକ୍ଷ ୪୧ ହଜାର ଟଙ୍କା ହୋଇଛି।

Medal winners: ଏସୀୟ କ୍ରୀଡ଼ା ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ବିଜେତା କିଟ୍ ଓ କିସ୍ କ୍ରୀଡ଼ାବିତ୍‌ ସମ୍ବର୍ଦ୍ଧିତ

ଚଳିତ ବର୍ଷ ସୁନା ଓ ରୁପା ଦରରେ ହ୍ରାସ ଓ ବୃଦ୍ଧିର ଧାରା ଜାରି ରହିଛି। ୨୦୨୫ ଡିସେମ୍ବର ୩୧ରେ ରୁପା କେଜି ୨ ଲକ୍ଷ ୩୦ ହଜାର ଟଙ୍କା ଥିଲା। ୨୦୨୬ ଜାନୁଆରି ୨୯ରେ ତାହା ୩ ଲକ୍ଷ ୮୬ ହଜାର ଟଙ୍କା ହୋଇଯାଇଥିଲା। ବର୍ତ୍ତମାନ ସୁଦ୍ଧା ସେଥିରେ ୧ ଲକ୍ଷ ୮୬ ହଜାର ଟଙ୍କାର ହ୍ରାସ ହୋଇସାରିଲାଣି। ସେହିପରି, ଗତବର୍ଷ ଡିସେମ୍ବରରେ ସୁନା ଦର ୧୦ ଗ୍ରାମକୁ ୧ ଲକ୍ଷ ୩୩ ହଜାର ଟଙ୍କା ଥିଲା ଯାହା ୨୦୨୬ ଜାନୁଆରିରେ ୧ ଲକ୍ଷ ୭୬ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା। ଗତ ୧୦ ମାସ ଭିତରେ ସୁନା ଦରରେ ୩୪ ହଜାର ଟଙ୍କାର ହ୍ରାସ ହୋଇଛି। 

Amitabh Bachchan: ଅମିତାଭ ବଚ୍ଚନଙ୍କ ବଙ୍ଗଳା, ଦିଲଜିତ ଦୋସାଞ୍ଝଙ୍କ କନସର୍ଟକୁ ଟାର୍ଗେଟ୍‌

ଭୁବନେଶ୍ବରରେ ସୁନା ୧୯୦୦ ଟଙ୍କା କମିଲା
ଭୁବନେଶ୍ବର: ଶୁକ୍ରବାର ଭୁବନେଶ୍ବରରେ ୨୪ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ଦାମ୍‌ ୧୯୦୦ ଟଙ୍କା ହ୍ରାସ ପାଇ ୧,୪୨,୪୮୦ ଟଙ୍କା ହୋଇଛି। ୨୨ କ୍ୟାରେଟ୍‌ ସୁନା ଦର ୧୭୫୦ ଟଙ୍କା କମି ୧,୩୦,୬୦୦ ଟଙ୍କାରେ ପହଞ୍ଚିଛି। ଅକ୍ଟୋବର ୨୦ରୁ ଲଗାତାର ଭାବେ ସୁନା ଦର କମୁଛି। ଏହି ଚାରି ଦିନରେ ୨୪ କ୍ୟାରେଟ୍‌ ସୁନା ୫୫୬୦ ଟଙ୍କା ଓ ୨୨ କ୍ୟାରେଟ୍‌ ୫୧୦୦ ଟଙ୍କା ଶସ୍ତା ହୋଇଛି। ରୁପା କେଜି ୨,୨୫,୦୦୦ ଟଙ୍କା ରହିଛି। ଗତ ଚାରି ଦିନରେ ରୁପା ଦର ୧୫ ହଜାର ଟଙ୍କା କମ୍‌ ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।