Gold Rates Slide Further: ପୁଣି କମିଲା ସୁନାଦର, ୧୦ ଦିନରେ ଖସିଲା ଏତିକି ହଜାର
ଖସୁଛି ସୁନା, ବଢୁଛି ଆଶ୍ୱସ୍ତି। ଯୁଦ୍ଧର ତାତି ବଢୁଥିବା ବେଳେ ବଜାରରେ ସୁନାର ଭାଉ ଖସୁଛି। ଲଗାତାର ଭାବେ ସୁନା ଦରରେ ହ୍ରାସ ଦେଖିବାକୁ ମିଳିଛି। ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ୍ ସୁନାର ଦର ୧୦ ଗ୍ରାମ ପିଛା ୬୦୦ ଟଙ୍କା ହ୍ରାସ ହୋଇଛି। ଅର୍ଥାତ୍ ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନାର ଦର ଗତକାଲି ୧ ଲକ୍ଷ ୪୧ ହଜାର ୯୦୦ ଟଙ୍କା ଥିବା ବେଳେ ବର୍ତ୍ତମାନ ୧ ଲକ୍ଷ ୪୧ ହଜାର ୩୦୦ ଟଙ୍କାକୁ ହ୍ରାସ ପାଇଛି।
ସେହିଭଳି ଗତକାଲି ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ପ୍ରତି ୧ ଲକ୍ଷ ୫୪ ହଜାର ୮୦୦ ଥିବା ବେଳେ ୬୫୦ ଟଙ୍କା କମିଛି। ଏବେ ୧୦ ଗ୍ରାମ ସୁନାର ମୂଲ୍ୟ ହ୍ରାସ ପାଇ ରହିଛି ୧ ଲକ୍ଷ ୫୪ ହଜାର ୧୫୦ ଟଙ୍କା। ସୁନା ଦର ଖସିବା ପରେ ଏହା ଗ୍ରାହକଙ୍କ ପାଇଁ ଲାଭଦାୟକ ହେବ। ଆଗାମୀ ଦିନରେ ଦର ଆହୁରି ଖସିବ ନା ବଢ଼ିବ ତା’ ଉପରେ ସମସ୍ତଙ୍କ ନଜର।...
ଗତ ୧୦ ଦିନ ମଧ୍ୟରେ ସୁନା ଦର ୧୦ ଗ୍ରାମ ପିଛା ୪ ହଜାରରୁ ଅଧିକ ହ୍ରାସ ପାଇଛି। ଗତ ୨୯ ତାରିଖରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୧ ଲକ୍ଷ ୫୮ ହଜାର ୨୪୦ ଟଙ୍କା ରହିଥିଲା। ସେହିପରି ୨୨ କ୍ୟାରେଟ ସୁନା ଦର ୧ ଲକ୍ଷ ୪୫ ହଜାର ଟଙ୍କା ଥିଲା।....
ଖସୁଛି ସୁନା, ବଢୁଛି ଆଶ୍ୱସ୍ତି
ସୁନା ଦରରେ ଲଗାତାର ହ୍ରାସ, ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି
୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୬୦୦ ଟଙ୍କା ହ୍ରାସ
୨୨ କ୍ୟାରେଟ୍ ସୁନାର ମୂଲ୍ୟ ରହିଛି ୧ ଲକ୍ଷ ୪୧ ହଜାର ୩୦୦
ଆଜି ୨୪ କ୍ୟାରେଟ୍ ସୁନାଦର ୧୦ ଗ୍ରାମ ପିଛା ୬୫୦ ଟଙ୍କା କମିଲା
୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧ ଲକ୍ଷ ୫୪ ହଜାର ୧୫୦ ଟଙ୍କା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।