Government Begins Rath Yatra Preparations Early: ୨୦୨୭ ରଥଯାତ୍ରା ପାଇଁ ଆଗୁଆ ପ୍ରସ୍ତୁତି, ଧାର୍ଯ୍ୟ ସମୟରେ କାମ ସାରିବାକୁ ନିର୍ଦ୍ଦେଶ

Oct 23, 2026 - 09:21
Government Begins Rath Yatra Preparations Early: ୨୦୨୭ ରଥଯାତ୍ରା ପାଇଁ ଆଗୁଆ ପ୍ରସ୍ତୁତି, ଧାର୍ଯ୍ୟ ସମୟରେ କାମ ସାରିବାକୁ ନିର୍ଦ୍ଦେଶ

୨୦୨୭ ରଥଯାତ୍ରା ପାଇଁ ଏବେଠୁ ଆକ୍ସନ ମୋଡରେ ରାଜ୍ୟ ସରକାର।

ଭକ୍ତଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଓ ସୁଗମ ଯାତାୟାତକୁ ଦିଆଯିବ ସ୍ୱତନ୍ତ୍ର ଗୁରୁତ୍ୱ।

ରାସ୍ତାଘାଟର ଉନ୍ନତୀକରଣଠାରୁ ଆରମ୍ଭ କରି ପାର୍କିଂ, ସ୍ୱାସ୍ଥ୍ୟସେବା, ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା—ସବୁ କିଛିର ହେବ ଆଗୁଆ ଯୋଜନା।

ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବସିଛି ପ୍ରସ୍ତୁତି ବୈଠକ।

Advertisment ରଥଯାତ୍ରା ପୂର୍ବରୁ ସମସ୍ତ ଭିତ୍ତିଭୂମି କାମ ଶେଷ କରିବାକୁ ବିଭାଗଗୁଡ଼ିକୁ ଦିଆଯାଇଛି ନିର୍ଦ୍ଦେଶ।

ରଥଯାତ୍ରା ପାଇଁ ମୋଟ ୮୬୫ ଖଣ୍ଡ ରଥକାଠ ଆବଶ୍ୟକ।

ପୂର୍ବ ରଥଯାତ୍ରାରୁ ୧୦୦ ଖଣ୍ଡ କାଠ ରହିଥିବାବେଳେ ଆଉ ୭୬୫ ଖଣ୍ଡ କାଠ ସଂଗ୍ରହ କରାଯିବ।

ଅନ୍ୟପଟେ ବୀରହରେକୃଷ୍ଣପୁରରୁ ବାଲିଘାଟକୁ ସଂଯୋଗ କରୁଥିବା ରାସ୍ତାର ମରାମତି ଓ ପୁନରୁଦ୍ଧାର କରାଯିବ।

ଯାତାୟାତ ସୁଗମ କରିବା ପାଇଁ ନୂଆ ପାର୍କିଂ ସ୍ଥାନ ଚିହ୍ନଟ ଓ ବହୁତଳ ପାର୍କିଂ ବ୍ୟବସ୍ଥା ନେଇ ଯୋଜନା ରହିଛି।

ସେହିପରି ରଥଯାତ୍ରା ସମୟରେ ତ୍ୱରିତ ସ୍ୱାସ୍ଥ୍ୟସେବା ପାଇଁ ମାଳତୀପାଟପୁର ବସ୍ ଷ୍ଟାଣ୍ଡରେ ସ୍ଥାୟୀ ଚିକିତ୍ସାଳୟ କାର୍ଯ୍ୟକ୍ଷମ କରିବାକୁ ପରାମର୍ଶ ଦିଆଯାଇଛି।

Advertisment ଏଥିସହ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ଟେଲିକମ୍ ନେଟୱର୍କର ଉନ୍ନତି ଓ ସାର୍ବଜନୀନ ଘୋଷଣା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି।

ରଥଯାତ୍ରା ପୂର୍ବରୁ ସମସ୍ତ କାମ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ବିଭାଗଗୁଡ଼ିକୁ ତାଗିଦ୍ କରିଛନ୍ତି ମୁଖ୍ୟ ଶାସନ ସଚିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।