Government Plans Officer Cuts: ଅଧିକାରୀ କମିବେ, ଖର୍ଚ୍ଚ ବଞ୍ଚିବ; ରାଜ୍ୟ ସରକାରର ବଡ଼ ଯୋଜନା
ପ୍ରଶାସନିକ ଖର୍ଚ୍ଚ କମାଇବାକୁ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି ହିମାଚଳ ପ୍ରଦେଶ ସରକାର। ରାଜ୍ୟରେ IAS, IFS ଓ IPS ଅଧିକାରୀଙ୍କ ସଂଖ୍ୟା କମାଇବା ପାଇଁ ପ୍ରସ୍ତୁତ ହେଉଛି ପ୍ରସ୍ତାବ।
ପ୍ରସ୍ତାବ ଅନୁସାରେ IAS ଅଧିକାରୀଙ୍କ ସଂଖ୍ୟା ୧୫୩ରୁ ୧୩୦କୁ ଏବଂ IFS ଅଧିକାରୀଙ୍କ ସଂଖ୍ୟା ୧୧୮ରୁ ୮୩କୁ କମାଯିବ। ତେବେ IPS ସଂଖ୍ୟା କେତେ କମିବ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ କହିଛନ୍ତି, ରାଜ୍ୟକୁ ଅଧିକାରୀଙ୍କ ଭିଡ଼ ନୁହେଁ, ବରଂ ସରକାରୀ ଯୋଜନାକୁ ଠିକ୍ ଭାବେ କାର୍ଯ୍ୟକାରୀ କରୁଥିବା ଅଧିକାରୀ ଆବଶ୍ୟକ। ପ୍ରତି ଅଧିକାରୀଙ୍କ ପାଇଁ ବାର୍ଷିକ ୪୦ରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଥିବାରୁ, ଖର୍ଚ୍ଚ କମାଇବା ଉପରେ ସରକାରର ଜୋର ରହିଛି।
କେନ୍ଦ୍ରୀୟ ଡେପୁଟେସନ୍କୁ ଯିବାକୁ ଇଚ୍ଛୁକ ଅଧିକାରୀଙ୍କୁ ତୁରନ୍ତ ଅନୁମତି ଦେବା ସହ, ରାଜ୍ୟକୁ ଆଉ ଅଧିକ କେନ୍ଦ୍ରୀୟ ସେବା ଅଧିକାରୀ ନ ଦେବାକୁ କେନ୍ଦ୍ରକୁ ଅନୁରୋଧ କରିବାକୁ ମଧ୍ୟ ଯୋଜନା ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।