Govinda Hospital Video: ଗୋବିନ୍ଦାଙ୍କୁ ନେଇ ବଢ଼ିଲା ସସ୍ପେନ୍ସ! ଦ୍ୱିତୀୟ ବିବାହ ଚର୍ଚ୍ଚା ମଧ୍ୟରେ ହସ୍ପିଟାଲରେ ଗୋବିନ୍ଦା

Aug 23, 2026 - 10:57
Govinda Hospital Video: ଗୋବିନ୍ଦାଙ୍କୁ ନେଇ ବଢ଼ିଲା ସସ୍ପେନ୍ସ! ଦ୍ୱିତୀୟ ବିବାହ ଚର୍ଚ୍ଚା ମଧ୍ୟରେ ହସ୍ପିଟାଲରେ ଗୋବିନ୍ଦା

ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନୀତା ଆହୁଜାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ। ଛାଡ଼ପତ୍ର, ମନୋମାଳିନ୍ୟ ଏବଂ ଗୋବିନ୍ଦାଙ୍କ ଦ୍ୱିତୀୟ ବିବାହ ନେଇ ସୁନୀତାଙ୍କ ଦାବି ମଧ୍ୟରେ ଏବେ ଗୋବିନ୍ଦାଙ୍କୁ ମୁମ୍ବାଇର ଜୁହୁସ୍ଥିତ ଏକ ହସ୍ପିଟାଲ ବାହାରେ ଦେଖିବାକୁ ମିଳିଛି।

ମୁହଁରେ ମାସ୍କ ପିନ୍ଧିଥିବା ଗୋବିନ୍ଦାଙ୍କ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ପାପାରାଜି ଭିଡିଓରେ ତାଙ୍କ ହାଲଚାଲ ପଚାରିବାରୁ ଅଭିନେତା ଛୋଟ ଉତ୍ତର ଦେଇ କହିଛନ୍ତି, ‘ସବୁ ଠିକ୍ ଅଛି।’ ତେବେ ଗୋବିନ୍ଦା ହସ୍ପିଟାଲ କାହିଁକି ଯାଇଥିଲେ, ସେନେଇ କୌଣସି ସ୍ପଷ୍ଟ କାରଣ ସାମ୍ନାକୁ ଆସିନାହିଁ।

ହସ୍ପିଟାଲରୁ ବାହାରିଲେ ଗୋବିନ୍ଦା

ଭାଇରାଲ ଭିଡିଓରେ ଗୋବିନ୍ଦା ମାସ୍କ ପିନ୍ଧି ହସ୍ପିଟାଲ ବାହାରକୁ ଆସୁଥିବା ଦେଖାଯାଉଛନ୍ତି। ପାପାରାଜି ତାଙ୍କୁ କ୍ୟାମେରାରେ କଏଦ କରିବା ସହ କହିଥିଲେ, ‘ଆପଣଙ୍କ ହାଲଚାଲ ନେବାକୁ ଆସିଛୁ।’ ଏହାର ଜବାବରେ ଗୋବିନ୍ଦା କହିଥିଲେ, ‘ସବୁ ଠିକ୍ ଅଛି।’

ଏହି ସମୟରେ ଅଭିନେତା ବେଶ୍ ଶାନ୍ତ ନଜର ଆସିଥିଲେ ଏବଂ ପାପାରାଜିଙ୍କଠାରୁ ଦୂରେଇ ଚାଲିଯାଇଥିଲେ। ଭିଡିଓଟି ସାମ୍ନାକୁ ଆସିବା ପରେ ପ୍ରଶଂସକମାନେ ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତା ପ୍ରକାଶ କରିବା ସହ ସବୁକିଛି ଠିକ୍ ଥିବା ଆଶା କରିଛନ୍ତି।

 ଦ୍ୱିତୀୟ ବିବାହ ନେଇ କ’ଣ କହିଲେ ମ୍ୟାନେଜର?

ସୁନୀତା ଆହୁଜା ନିକଟରେ ଦାବି କରିଥିଲେ ଯେ ଗୋବିନ୍ଦା ଅଭିନେତ୍ରୀ କୋମଲ ରାଣୀ ସ୍ୱର୍ଣ୍ଣକାରଙ୍କୁ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଥିଲେ। ତେବେ ଏହି ଦାବିକୁ ଗୋବିନ୍ଦାଙ୍କ ମ୍ୟାନେଜର ଶଶି ସିହ୍ନା ସିଧାସଳଖ ଖଣ୍ଡନ କରିଛନ୍ତି।

ଶଶି ସିହ୍ନା କହିଛନ୍ତି ଯେ ଗୋବିନ୍ଦାଙ୍କ ଦ୍ୱିତୀୟ ବିବାହ ନେଇ କୌଣସି ଯୋଜନା ନାହିଁ। ସେ ସ୍ପଷ୍ଟ କରିଛନ୍ତି ଯେ ସୁନୀତା ହିଁ ଗୋବିନ୍ଦାଙ୍କ ପତ୍ନୀ ଏବଂ ଦ୍ୱିତୀୟ ବିବାହ ସମ୍ପର୍କିତ ଖବର ଭୁଲ।

କୋମଲଙ୍କ ସହ ଏୟାରପୋର୍ଟରେ ଦେଖାଯିବା ପରେ ବଢ଼ିଲା ବିବାଦ

ଗୋବିନ୍ଦାଙ୍କୁ କୋମଲ ରାଣୀ ସ୍ୱର୍ଣ୍ଣକାରଙ୍କ ସହ ଏୟାରପୋର୍ଟରେ ଦୁଇଥର ଦେଖିବା ପରେ ଦୁହିଁଙ୍କ ସମ୍ପର୍କକୁ ନେଇ ଗୁଜବ ଜୋର ଧରିଥିଲା। ଏହାପରେ ସୁନୀତା ମଧ୍ୟ ଗୋବିନ୍ଦା ଓ କୋମଲଙ୍କୁ ନେଇ ପ୍ରତିକ୍ରିୟା ଦେଇଥିଲେ।

କୋମଲଙ୍କ ପୋଷାକକୁ ନେଇ ସୁନୀତା ଟିପ୍ପଣୀ କରିବା ସହ ଗୋବିନ୍ଦାଙ୍କୁ ‘କୋମଲଙ୍କ ସୁଗାର ଡ୍ୟାଡି’ ବୋଲି କହିଥିବା ଚର୍ଚ୍ଚା ହୋଇଥିଲା। ଏହାପରେ ଗୋବିନ୍ଦା ମଧ୍ୟ ଏକ ଭିଡିଓ ଜାରି କରି ସୁନୀତାଙ୍କୁ ପରୋକ୍ଷରେ ଜବାବ ଦେଇଥିଲେ ଏବଂ ନିଜ ସୀମାରେ ରହିବାକୁ କହିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।