Gurugram: ଗୁରୁଗ୍ରାମ ବାଇକ୍ ଦୁର୍ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ, ରାଜସ୍ଥାନରୁ ଗିରଫ

Sep 15, 2026 - 12:50
Gurugram: ଗୁରୁଗ୍ରାମ ବାଇକ୍ ଦୁର୍ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ, ରାଜସ୍ଥାନରୁ ଗିରଫ

"ଗୁରୁଗ୍ରାମ: ହରିୟାଣାର ଗୁରୁଗ୍ରାମ ଗୋଲ୍ଫ କୋର୍ସ ରୋଡରେ ଘଟିଥିବା ଚର୍ଚ୍ଚିତ ବାଇକ୍ ଦୁର୍ଘଟଣା ମାମଲାରେ ପୁଲିସ ମୁଖ୍ୟ ଅଭିଯୁକ୍ତ କଲ୍ୟାଣ ବାଇଁସଲାଙ୍କୁ ରାଜସ୍ଥାନରୁ ଗିରଫ କରାଯାଇଛି।

ଆପ୍ରିଲିଆ ସ୍ପୋର୍ଟସ ବାଇକ୍ ଚଲାଉଥିବା ନୂଆଦିଲ୍ଲୀର ଶିଆ ନାମ୍ନୀ ଜଣେ ମହିଳା ରାଇଡରଙ୍କୁ କାରରେ ପିଟିବା ଭିଡିଓ ସୋସିଆଲ ମିଡିଆରେ ଭାଏରାଲ ହେବା ପରେ ପୁଲିସ ନିଜଆଡ଼ୁ ମାମଲା ରୁଜୁ କରିଥିଲା।

ପ୍ରଥମେ ବେପରୁଆ ଗାଡ଼ି ଚାଳନା ଓ ଜୀବନପ୍ରତି ବିପଦ ସୃଷ୍ଟି କରିବା ଅଭିଯୋଗରେ ସାଧାରଣ ନିୟମ ଅନୁସାରେ ମାମଲା ରୁଜୁ ହୋଇଥିବା ବେଳେ, ପରବର୍ତ୍ତୀ ସମୟରେ ଗୁରୁଗ୍ରାମ ପୁଲିସ ଘଟଣାର ଗାମ୍ଭୀର୍ଯ୍ୟକୁ ଦୃଷ୍ଟିରେ ରଖି ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନଏସ)ର ଦଫା ୧୦୯ ଅଧୀନରେ ହତ୍ୟା ଉଦ୍ୟମ ଅଭିଯୋଗ ଯୋଡ଼ିଛି।

Advertisment ମହିଳା ବାଇକରଙ୍କୁ ହିଁ ଦୋଷୀ ସାବ୍ୟସ୍ତ ଅଭିଯୋଗ ଅନୁସାରେ, ଏକ ମାରୁତି ସିଆଜ୍ କାରରେ ଆସୁଥିବା ବ୍ୟକ୍ତିମାନେ ନିଶାସକ୍ତ ଅବସ୍ଥାରେ ଶିଆଙ୍କୁ ପିଛା କରିବା ସହ ଗାଡ଼ି ରଖିବାକୁ ବାଧ୍ୟ କରିଥିଲେ ଏବଂ ଶେଷରେ ତାଙ୍କ ବାଇକକୁ ସାମ୍ନାରୁ ଧକ୍କା ଦେଇଥିଲେ।

ଅନ୍ୟପଟେ ଅଭିଯୁକ୍ତଙ୍କ ଓକିଲ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି ମହିଳା ବାଇକରଙ୍କୁ ହିଁ ଦୋଷୀ ସାବ୍ୟସ୍ତ କରିଛନ୍ତି।

ସୋସିଆଲ ମିଡିଆରେ ଅନୁଗାମୀ ଓ ଲୋକପ୍ରିୟତା ବୃଦ୍ଧି ପାଇଁ ମହିଳାଜଣକ ଘଣ୍ଟାପ୍ରତି ୧୪୦ରୁ ୧୭୦ କିଲୋମିଟର ବେଗରେ ସ୍ପିଡ୍ ଷ୍ଟଣ୍ଟ କରୁଥିଲେ ଏବଂ ଏହି ଭୁଲ୍ ଯୋଗୁଁ ହିଁ ଦୁର୍ଘଟଣା ଘଟିଥିବା ସେ ଦାବି କରିଛନ୍ତି।

କାରରେ ଥିବା ଯାତ୍ରୀମାନେ ଭୟଭୀତ ହୋଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସେ ସଫେଇ ଦେଇଛନ୍ତି।

ବର୍ତ୍ତମାନ ପୁଲିସ ଅଭିଯୁକ୍ତଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।

ହାସିରାଣୀ ରଥଙ୍କୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଟିକେଟ୍  "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।