Very Severe Cyclone Likely Tomorrow: ଅତି ଭୀଷଣ ରୂପ ନେବ ବାତ୍ୟା ଅର୍ଣ୍ଣବ, ଦକ୍ଷିଣ ଓଡ଼ିଶାରେ ବଢ଼ିଲା ଭୟ

Oct 26, 2026 - 21:09
Very Severe Cyclone Likely Tomorrow: ଅତି ଭୀଷଣ ରୂପ ନେବ ବାତ୍ୟା ଅର୍ଣ୍ଣବ, ଦକ୍ଷିଣ ଓଡ଼ିଶାରେ ବଢ଼ିଲା ଭୟ

ଗଭୀର ସମୁଦ୍ରରୁ ବଳ ଗୋଟାଇ ଶକ୍ତିଶାଳୀ ହେଉଛି।

ଧୀରେ ଧୀରେ ସ୍ଥଳଭାଗ ଆଡ଼କୁ ମାଡ଼ି ମାଡ଼ି ଆସୁଛି।

ଆଉ ଏପଟେ ଉପକୂଳଠୁ ଦୂରତା ଯେତିକି କମୁଛି, ମନରେ ବାତ୍ୟାର ଛନକା ସେତିକି ବଢୁଛି।

ଗଭୀର ଅବପାତରୁ ଘୂର୍ଣ୍ଣିବାତ୍ୟାର ରୂପ ନେଇ ସାରିଥିବା ଅର୍ଣ୍ଣବ ଆଜି ରାତିରେ ପ୍ରବଳ ଘୂର୍ଣ୍ଣିବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି।

ଆଉ ଆସନ୍ତାକାଲି ଏହା ନେବ ଅତି ଭୀଷଣ ଘୂର୍ଣ୍ଣିବାତ୍ୟା ବା ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଆଜି ଦିନ ସାଢ଼େ 11ଟା ବେଳକୁ ଘୂର୍ଣ୍ଣିବାତ୍ୟାଟି ଗୋପାଳପୁରଠାରୁ ଦକ୍ଷିଣ-ପୂ Advertisment ର୍ବ ଦିଗରେ ପ୍ରାୟ 550 କିଲୋମିଟର ଦୂରରେ କେନ୍ଦ୍ରୀଭୂତ ଥିଲା।

ଏବଂ ଘଣ୍ଟା ପ୍ରତି 13 କିଲୋମିଟର ବେଗରେ ପଶ୍ଚିମ ଆଡକୁ ଗତି କରି ସ୍ଥଳାଭାଗ ମୁହାଁ ହେଉଛି।

୨୮ ତାରିଖ ମଧ୍ୟାହ୍ନ ସୁଦ୍ଧା ଏହା ଆନ୍ଧ୍ରର ବାପଟଲା ଓ ବିଶାଖାପାଟଣା ମଝିରେ କାକିନାଡ଼ା ନିକଟ ୟାନମ୍ ପାଖରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି।

ଆଇଏମଡି ଡିଜି କହିଛନ୍ତି, ଲାଣ୍ଡଫଲ୍ ସମୟରେ ପବନର ବେଗ ରହିବ ଘଣ୍ଟା ପ୍ରତି ୧୧୫ରୁ ୧୨୫ କିଲୋମିଟର।

ଆଉ ଝଟକା ପବନର ବେଗ ରହିବ ଘଣ୍ଟା ପ୍ରତି ୧୪୦ କିଲୋମିଟର।

ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟା ପ୍ରତି ୬୦ରୁ ୮୦ କିଲୋମିଟର ବେଗରେ ପବନ ବହିବା ସଂଭାବନା ରହିଛି।

ଆଇଏମଡିର ପୂର୍ବାନୁମାନ ଅନୁସାରେ ବାତ୍ୟାର ସିଧାସଳଖ ପ୍ରଭାବରୁ ବର୍ତ୍ତି ଯାଇପାରେ ଓଡ଼ିଶା।

କିନ୍ତୁ ଆନ୍ଧ୍ର ଉପକୂଳରେ ବାତ୍ୟା ଅର୍ଣ୍ଣବ ଲାଣ୍ଡ ଫଲ୍ କରିବା ଭିତରେ ଏହାର ପ୍ରଭାବ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକ ଉପରେ ପଡ଼ିବ।

ଆସନ୍ତାକାଲି ସକାଳେ ଦକ୍ଷିଣ ଓଡ଼ିଶା ଜିଲ୍ଲାଗୁଡ଼ିକରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସାଙ୍ଗକୁ ସର୍ବାଧିକ ୬୦ କିମି ବେଗରେ ଝଟକା ପବନ ବହିପାରେ।

ଆଉ କାଲି ସଂଧ୍ୟରୁ ଆରମ୍ଭ ହୋଇପାରେ ଅତି ପ୍ରବଳ ବର୍ଷା।

ସେହିଭଳି କୋରାପୁଟ, ମାଲକାନଗିରି, ରାୟଗଡ଼ା ଭଳି ଜିଲ୍ଲାରେ ଦେଖାଦେଇପାରେ ବର୍ଷା ବିତ୍ପାତ।

ଆସନ୍ତାକାଲି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିଭଳି 28 ତାରିଖରେ 5 ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଓ 11 ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ୍ ୱାର୍ଣ୍ଣିଂ।

୨୯ ବେଳକୁ ବର୍ଷାର ପ୍ରଭାବ କମିବା ସହ ବାତ୍ୟା ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ହେବା ସମ୍ଭାବନା ରହିଛି।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।