Heavy To Very Heavy Rain In Koraput, District Administration Steps Up Preparedness
#କୋରାପୁଟରେ_ଅତି_ପ୍ରବଳ_ବର୍ଷା !
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ୨୩ ଏବଂ ୨୪ ତାରିଖରେ କୋରାପୁଟ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା। ଆଜି ଠାରୁ ୨୩ ତାରିଖ ସକାଳ ପର୍ଯ୍ୟନ୍ତ କୋରାପୁଟ ଜିଲ୍ଲା ପାଇଁ ନାରଙ୍ଗି ଓ ୨୩ରୁ ୨୫ ତାରିଖ ସକାଳ ପର୍ଯ୍ୟନ୍ତ ଲାଲ ସତର୍କ ସୂଚନା ଜାରି କରାଯାଇଛି | ଏହି ସମ୍ଭାବ୍ୟ ପ୍ରାକୃତିକ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି| ଆସନ୍ତା ୨୫ତାରିଖ ପର୍ଯ୍ୟନ୍ତ କୋରାପୁଟ ଜିଲ୍ଲାର କୌଣସି ସରକାରୀ ଅଧିକାରୀ କିମ୍ବା କର୍ମଚାରୀ ବିନା ଅନୁମତିରେ ନିଜ ମୁଖ୍ୟାଳୟ ଛାଡିପାରିବେ ନାହିଁ | ଏହି ନିର୍ଦ୍ଦେଶକୁ ଅବମାନନା କଲେ ପ୍ରଶାସନ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି | ତଳିଆ ଅଞ୍ଚଳ ଗୁଡିକରେ ସମସ୍ତ ଡାକ୍ତରଖାନାରେ ଜରୁରୀକାଳିନ ଔଷଧ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ସେହିପରି ଗର୍ଭବତୀଙ୍କୁ ନିକଟସ୍ଥ ସିଏଚ୍ ସି କିମ୍ବା ମା’ ଗୃହରେ ସୁରକ୍ଷିତ ଭାବେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି I ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ବର୍ଷା ଓ ଭୂସ୍ଖଳନ ପରିସ୍ଥିତିକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି | ୪ଟି ଡ୍ୟାମ୍ ର ଜଳସ୍ତର ଉପରେ ନଜର ରଖାଯାଇଛି | ତଳିଆ ଅଞ୍ଚଳରେ ଚୁଡ଼ା, ଗୁଡ଼ ଏବଂ ଔଷଧ ଆଦି ମହଜୁଦ ରଖାଯିବ ବୋଲି ଜିଲାପାଳ କହିଛନ୍ତି ।
#Koraput#HeavyRain#VeryHeavyRain#RedWarning#OrangeWarning#OdishaWeather#BayOfBengal#Landslide#RainAlert#OdishaNews#OdishaTV#OTV
Koraput is likely to receive heavy to very heavy rainfall on September 23 and 24 due to the low-pressure system over the Bay of Bengal. An orange warning is in place till the morning of September 23, followed by a red warning till the morning of September 25. The district administration has directed government officials and employees not to leave headquarters without permission till September 25. Hospitals in low-lying areas have been asked to stock emergency medicines, while arrangements are being made for pregnant women at nearby CHCs or Maa Gruhas. Preparations are also underway for possible rain and landslide situations, with water levels in four dams being monitored.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।