Hindi cinema: ହିନ୍ଦୀ ସିନେମାର ପ୍ରଥମ ‘ହିଟ୍ ମାଆ’
"ବଲିଉଡରେ ଅନେକ ସଫଳ ଅଭିନେତ୍ରୀ ଅଛନ୍ତି, କିନ୍ତୁ ପରଦା ଆଢ଼ୁଆଳରେ ସେମାନଙ୍କ ବ୍ୟକ୍ତିଗତ ଜୀବନରେ ଏମିତି କଷ୍ଟ ସମୟ ଆସିଛି, ଯାହାଫଳରେ ସେମାନେ କାଳକ୍ରମେ ନିଶ୍ଚିହ୍ନ ହୋଇଯାଇଛନ୍ତି।
ଆଜିର ଅଭିନେତ୍ରୀମାନେ ବିଳାସପୂର୍ଣ୍ଣ ଜୀବନ ବଞ୍ଚୁଛନ୍ତି।
ହେଲେ ଏମିତି ଏକ ସମୟ ଥିଲା ଯେତେବେଳେ ହିନ୍ଦୀ ସିନେମା ସଂଘର୍ଷରୁ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିବା ଜଣେ ନାୟିକାଙ୍କୁ ଦେଖିଥିଲା।
ସେ ହିନ୍ଦୀ ସିନେମାର ପ୍ରଥମ ସ୍ନାତକ ଅଭିନେତ୍ରୀ।
ନାଁ ତାଙ୍କର ଲୀଲା ଚିଟନିସ୍।
୯ ସେପ୍ଟେମ୍ବର ୧୯୦୯ରେ କର୍ଣ୍ଣାଟକର ଏକ ଶିକ୍ଷିତ ବ୍ରାହ୍ମଣ ପରିବାରରେ ଜନ୍ମ ନେଇଥିବା ଲୀଲାଙ୍କ ବାପା ଜଣେ ଇଂରାଜୀ ପ୍ରଫେସର ଥିଲେ।
ତେଣୁ ଲୀଲା ବି ସୁଶିକ୍ଷିତା ଥିଲେ।
ସେ ମହାରାଷ୍ଟ୍ରର ପ୍ରଥମ ମହିଳା ସ୍ନାତକ ହେବାର ଗୌରବ ଅର୍ଜନ କରିଥିଲେ।
ମାତ୍ର ୧୫/୧୬ବର୍ଷ ବୟସରେ ଡକ୍ଟର ଗଜାନନ ଯଶୱନ୍ତ ଚିଟନିସ୍ଙ୍କୁ ବିବାହ କରିଥିଲେ ଲିଲା ଏବଂ ୪ଟି ସନ୍ତାନର ମାଆ ହୋଇଥିଲେ।
କିନ୍ତୁ ଅଭିନୟ ପ୍ରତି ତାଙ୍କ ଆଗ୍ରହ ଅତୁଟ ରହିଲା।
ସେ "ନାଟ୍ୟମାନବନ୍ତର" ନାମକ ଏକ ମରାଠୀ ଥିଏଟର୍ରେ ଯୋଗଦେଇ ଅଭିନୟ ଓ କମେଡି ପ୍ଲେ କଲେ।
ଏହାପରେ ସେ ସିନେମାକୁ ଆସିଥିଲେ।
ଏହି ସମୟରେ ସେ ଓ ତାଙ୍କ ସ୍ୱାମୀ ବ୍ରିଟିସ୍ଙ୍କ ବିରୁଦ୍ଧରେ ମଧ୍ୟ ସ୍ୱର ଉଠାଇଥିଲେ।
ଏପଟେ ତାଙ୍କ ସ୍ୱାମୀଙ୍କ ମଦ୍ୟପାନ ନିଶା ଯୋଗୁଁ ତାଙ୍କ ବୈବାହିକ ଜୀବନ କଷ୍ଟମୟ ଥିଲା।
ଶେଷରେ ଲୀଲା ତାଙ୍କ ସ୍ବାମୀଙ୍କଠୁ ଅଲଗା ହୋଇ ପିଲାଙ୍କ ସହ ରହିଲେ।
ପରେ ସେ ସ୍କୁଲ୍ ଶିକ୍ଷୟିତ୍ରୀ ଭାବେ କାମ କଲେ।Advertisment Flood in Odisha: ବନ୍ୟା ପ୍ରଭାବିତ ଜିଲ୍ଲା ପାଇଁ ରିଲିଫ ସାମଗ୍ରୀ ପଠାଇଲେ ରାଜ୍ୟପାଳ ୪ ପିଲାଙ୍କୁ ପାଳିବା ଓ ଘର ଚଳାଇବା ସହଜ ନଥିଲା।
ଶେଷରେ ଲୀଲାଙ୍କୁ "ଜେଣ୍ଟଲମ୍ୟାନ୍ ଡାକୁ" ସିନେମାରେ ପ୍ରଥମ ସୁଯୋଗ ମିଳିଥିଲା, ଯେଉଁଥିରେ ସେ ପୁରୁଷଙ୍କ ପୋଷାକ ପିନ୍ଧିଥିଲେ।
ଲୀଲା ଏହି ଭୂମିକାରେ ଚମତ୍କାର ଅଭିନୟ କରିଥିଲେ।
ଏହାପରେ ନିର୍ଦ୍ଦେଶକମାନଙ୍କ ଆଡ଼ୁ ତାଙ୍କୁ ଅଫର୍ ଆସିବାକୁ ଲାଗିଲା।
ସେ ଅଭିନୟ କରୁଥିବା ପ୍ରତ୍ୟେକ ଫିଲ୍ମ ହିଟ୍ ହେଉଥିଲା।
ଏହାପରେ ସେ ବମ୍ବେ ଟକିଜ୍ରେ ଯୋଗଦେଲେ।
ତାଙ୍କ କ୍ୟାରିଅର୍କୁ ଆଗକୁ ବଢ଼ାଇଥିବା ଫିଲ୍ମଟି ଥିଲା "କଙ୍ଗନ"।
ଏଥିରେ ଲୀଲା ଓ ଅଶୋକ କୁମାରଙ୍କ ଅଭିନୟକୁ ବହୁତ ପ୍ରଶଂସା ମିଳିଥିଲା ଏବଂ ପରେ ଦୁହେଁ ଏକାଠି ଅନେକ ଫିଲ୍ମରେ ନଜର ଆସିଥିଲେ।
ପରେ ସେ "ବନ୍ଧନ ଆଜାଦ", "ଝୁଲା" ଆଦି ସିନେମାରେ କାମ କରିଥିଲେ।
ତେବେ ୧୯୪୧ ମସିହାରେ ସେ ଇତିହାସ ସୃଷ୍ଟି କରିଥିଲେ।
ସେ ଲକ୍ସ ସାବୁନ୍ ବ୍ରାଣ୍ଡକୁ ପ୍ରମୋଟ୍ କରିଥିବା ଏବଂ ଲକ୍ସ ଗାର୍ଲ ହୋଇଥିବା ପ୍ରଥମ ଭାରତୀୟ ଅଭିନେତ୍ରୀ।
India GDP: ୨୦୩୬ ସୁଦ୍ଧା ଭାରତ ହେବ୨୦ ଟ୍ରିଲିଅନ ଡଲାର ଅର୍ଥନୀତି ଲୀଲା ପ୍ରାୟ ସବୁପ୍ରକାରର ଭୂମିକାରେ ଅଭିନୟ କରିଥିଲେ।
ସେ କେବେ କୌଣସି ଭୂମିକାକୁ ନା କରିନଥିଲେ।
୧୯୪୮ ମସିହାରେ ଲୀଲା ପ୍ରଥମଥର "ସହିଦ" ଫିଲ୍ମରେ ଦିଲୀପ କୁମାରଙ୍କ ମାଆ ଭୂମିକାରେ ଅଭିନୟ କରି ସିନେମାର "ହିଟ୍ ମାଆ" ଭାବେ ପରିଚିତି ପାଇଥିଲେ।
ସେତେବେଳେ ପରଦାରେ ମା" ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀଙ୍କ ଭିତରେ ଲୀଲା ଥିଲେ ଅନନ୍ୟ।
ସେ ଦିଲୀପ କୁମାର, ଦେବ ଆନନ୍ଦ ଓ ରାଜ କପୁରଙ୍କ ଭଳି ସୁପର୍ଷ୍ଟାର୍ଙ୍କ ମାଆ ଭୂମିକାରେ ଅଭିନୟ କରିଥିଲେ।
ଲୀଲା ୧୯୮୭ରେ ଫିଲ୍ମ "ଦିଲ୍ ତୁଝ୍କୋ ଦିଆ" ପରେ ସିନେମାକୁ ବିଦାୟ ଦେଇଥିଲେ।
ଲାଇମ୍ଲାଇଟ୍ରୁ ଦୂରରେ ଲୀଲା ତାଙ୍କ ପିଲାଙ୍କ ସହ ଆମେରିକାରେ ରହିଲେ।
ଦଶନ୍ଧି ଧରି କାମ କରିଥିବା, ସିନେମାରେ ନିଜକୁ ପ୍ରତିଷ୍ଠିତ କରିଥିବା, ବ୍ରିଟିସ୍ଙ୍କ ସହ ତଥା ନିଜ ସ୍ବାମୀଙ୍କ ସହ ଲଢ଼ିଥିବା ଏବଂ ଅନେକ ସ୍ମରଣୀୟ ଚଳଚ୍ଚିତ୍ର ଦେଇଥିବା ଲୀଲାଙ୍କର ୨୦୦୩ ମସିହାରେ ଆମେରିକାରେ ୯୪ ବର୍ଷ ବୟସରେ ଦେହାନ୍ତ ହୋଇଥିଲା।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।