Historic Day for Odisha as Clean Energy: ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ଓଡ଼ିଶା ପାଇଁ ଐତିହାସିକ ଦିନ, ଆସିବ ବଡ଼ ନିବେଶ
ସ୍ବଚ୍ଛ ଶକ୍ତି କ୍ଷେତ୍ରରେ ଓଡ଼ିଶା ପାଇଁ ଐତିହାସିକ ଦିନ।
ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଅନୁଷ୍ଠିତ 'ଭାରତ ଅକ୍ଷୟ ଶକ୍ତି ସମ୍ମିଳନୀ ଓ ପ୍ରଦର୍ଶନୀ ୨୦୨୬'ରେ ସ୍ବାକ୍ଷରିତ ହୋଇଛି ୧୮ଟି ବୁଝାମଣାପତ୍ର।
ସ୍ୱଚ୍ଛ ଶକ୍ତିରେ ଓଡ଼ିଶାକୁ ଆସିବ ୧ ଲକ୍ଷ ୧୭ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ।
ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ରାଜ୍ୟର ଅକ୍ଷୟ ଶକ୍ତି କ୍ଷେତ୍ରରେ ପ୍ରାୟ ୧୧ ହଜାର ୭୪୨ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ଯୋଡ଼ିହେବ।
Advertisment ଏହି ପୁଞ୍ଜିନିବେଶ ମୁଖ୍ୟତଃ ପମ୍ପଡ୍ ଷ୍ଟୋରେଜ୍, ସୌର ଓ ପବନ ଶକ୍ତି, ହାଇବ୍ରିଡ୍ ଅକ୍ଷୟ ଶକ୍ତି, ବ୍ୟାଟେରୀ ଷ୍ଟୋରେଜ୍, ଗ୍ରୀନ୍ ହାଇଡ୍ରୋଜେନ୍, ଗ୍ରୀନ୍ ଡାଟା ସେଣ୍ଟର ଏବଂ ଅନ୍ୟାନ୍ୟ ଉଦୀୟମାନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବିନିଯୋଗ ହେବ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ମିଳିତ ଭାବେ 'ଓଡ଼ିଶା ପାଭିଲିୟନ୍' ଓ 'ନେଦରଲ୍ୟାଣ୍ଡସ ପାଭିଲିୟନ୍'ର ଉଦଘାଟନ କରିଥିଲେ।
ଭାରତର ସ୍ବଚ୍ଛ ଶକ୍ତି ରୂପାନ୍ତରଣ ପ୍ରକ୍ରିୟାରେ ଓଡ଼ିଶାର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ।
ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର ହେବା ପାଇଁ ପ୍ରଧାନମନ୍ତ୍ରୀ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହା ପୂରଣ କରିବା ଦିଗରେ ଓଡିଶା ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।