Horoscope 2026 September 21: ଜାଣନ୍ତୁ ଆଜିର ରାଶିଫଳ

Sep 21, 2026 - 00:21
Horoscope 2026 September 21: ଜାଣନ୍ତୁ ଆଜିର ରାଶିଫଳ

"ମେଷ: ମାତା ପିତାଙ୍କ ସ୍ବାସ୍ଥ୍ୟକୁ ନେଇ ସଜାଗ ରହିବେ।

ବେପାରରେ ଅଧୁରା ଥିବା କାମ ସୁରୁଖୁରରେ ହୋଇଯିବ।

ଅପରିଚିତଙ୍କ ଉପରେ ବିନା ଭାବିଚିନ୍ତି ବିଶ୍ବାସ କରନ୍ତୁ ନାହିଁ।

ଭବିଷ୍ୟତ ଯୋଜନା ଉପରେ କାମ କରନ୍ତୁ।

Advertisment ବୃଷ: କୌଣସି ବିପରୀତ ପରିସ୍ଥିତିରେ ସଂପର୍କିୟ ବା ପାରିବାରିକ ବନ୍ଧୁର ସହଯୋଗ ମିଳିବା ଯୋଗୁଁ ଆପଣଙ୍କର ସାହସ ଓ ଉତ୍ସାହ ଉଭୟ ବଜାୟ ରହିବ।

ଫୋନ ଓ ଇମେଲ୍ ମାଧ୍ୟମରେ ନୂଆ ତଥ୍ୟ ପାଇବେ।

ମିଥୁନ: ବିଶେଷ ବ୍ୟକ୍ତିଙ୍କ ସହିତ ସାକ୍ଷାତ ଲାଭଦାୟକ ସାବ୍ୟସ୍ତ ହୋଇପାରେ।

ଖର୍ଚ୍ଚ ସୀମିତ ରଖନ୍ତୁ ନହେଲେ ଆପଣଙ୍କର ବଜେଟ୍ ବିଗିଡ଼ି ଯାଇପାରେ।

କାରବାର ବଢ଼ାଇବାର ଯୋଜନା ସଫଳ ହେବ।  ‌କର୍କଟ: ଘର, ଦୋକାନ ସମ୍ବନ୍ଧୀୟ ଅଶାନ୍ତି ସମାଧାନ ହୋଇପାରେ।

ଚାକିରିଜୀବୀଙ୍କ ଲାଗି ଦିନଟି ଭଲ। ‌ଯେଉଁ ପ୍ରକାର କାମ କରୁଥିଲେ ସେହି ପ୍ରକାର କରିବାକୁ ରହିବେ।

ପଦୋନ୍ନତି ହୋଇପାରେ।

ସିଂହ: ସନ୍ତାନର ଭବିଷ୍ୟତକୁ ନେଇ ଆପଣ ନୂଆ ଯୋଜନା ପ୍ରସ୍ତୁତ କରିବେ।

ବିଶେଷ ପରାମର୍ଶଦାତାଙ୍କ ଠାରୁ ପରାମର୍ଶ ‌ନେଇ କାମ କରନ୍ତୁ।

ଅଧିକରୁ ଅଧିକ ଲାଭ ହେବ।

ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।

କନ୍ୟା: ସମସ୍ୟାର ସମାଧାନ ହେବା ଯୋଗୁଁ ଆରାମ ଅନୁଭବ କରିବେ।

ଆହୁରି ପୂରା ଆତ୍ମବିଶ୍ବାସ ସହିତ ଅନ୍ୟ କାମ ଉପରେ ଧ୍ୟାନ କେନ୍ଦ୍ରିତ କରିପାରିବେ।

ବ୍ୟବସାୟ ଗତିବିଧିରେ ଲକ୍ଷ୍ୟ ପୂରଣ ହେବ।

ତୁଳା: ଭଲ ଖବର ମିଳିବା ଯୋଗୁଁ ଆପଣଙ୍କ ଭିତରେ ଆତ୍ମବିଶ୍ବାସ ଓ ନୂଆ ଶକ୍ତିର ପ୍ରବାହ ରହିବ।

ବରିଷ୍ଠ ଲୋକଙ୍କ ପରାମର୍ଶ ଉପରେ ବିଚାର କରନ୍ତୁ।

ସରକାରୀ କର୍ମଚାରୀ ମହତ୍ବପୂର୍ଣ୍ଣ ଅଧିକାର ପାଇବା ଯୋଗୁଁ ଖୁସି ରହିବେ।

ବିଛା: ରାଜନୀତି କ୍ଷେତ୍ରରେ ଥିବା ଲୋକ ସାବଧାନ ରହନ୍ତୁ।

ନହେଲେ ବିରୋଧୀ କ୍ଷତି ପହଞ୍ଚାଇବାରେ ସଫଳ ହୋଇପାରନ୍ତି।

ଆପଣଙ୍କର ଧନ ବୃଦ୍ଧି ହେବା ଯୋଗୁଁ ଖୁସି ରହିବେ।

ଧନୁ: ଅନୁଭବୀ ଲୋକ ସମ୍ମିଳନୀରେ ଯୋଗ ଦେବାର ଅବସର ପାଇବେ।

ବି‌ଶେଷ ପ୍ରସଙ୍ଗ ଉପରେ ଲାଭଦାୟକ ବିଚର ବିମର୍ଶ ହେବ।

ଧାର ଦେଇଥିବା ଅର୍ଥ ପାଇବେ।

ଜ୍ଞାନ ବର୍ଦ୍ଧକ ଓ ଉତ୍ତମ ସାହିତ୍ୟ ପଢ଼ନ୍ତୁ।

ମକର: କିଛି ବିଶେଷ ତଥ୍ୟ ପାଇବେ।

ଯଦି ଘର, ଦୋକନ, ଭୂମି କିଣିବା ପାଇଁ ଚେଷ୍ଟା କରୁଛନ୍ତି ତେବେ ସମୟ ଆପଣଙ୍କ ଲାଗି ଭଲ।

ବହୁତ ଅଧିକ ପ୍ରୟାସ କରିବା ପରେ ସଫଳତା ପାଇବେ।

କୁମ୍ଭ:-ଭାବିଥିବା କିଛି କାମ ସଂପୂର୍ଣ୍ଣ ହୋଇଯିବ।

କାରବାରରେ କିଛି ଲୋକ ସାହାଯ୍ୟକାରୀ ସାବ୍ୟସ୍ତ ହେବେ।

ଦାମ୍ପତ୍ୟ ଜୀବନ ଭଲ ରହିବ।

ଛାତ୍ରଛାତ୍ରୀଙ୍କ କ୍ୟାରିୟରରେ ନୂଆ ପରିବର୍ତ୍ତନ ଆସିବ।

ମୀନ: ନୂଆ ନୂଆ ତଥ୍ୟ ହାସଲ କରିବା ତଥା ଆପଣଙ୍କ ଦିନଚର୍ଯ୍ୟାର ସାମିଲ କରିବା ଆପଣଙ୍କ ବ୍ୟବହାରରେ ଆଶ୍ଚର୍ଯ୍ୟଜନକ ଓ ସକାରାତ୍ମକ ପରିବର୍ତ୍ତନ ଆଣିବ।

ଚାକିରିଜୀବୀଙ୍କର ଅଧିକାରୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।