Horoscope 2026 September 29: ଜାଣନ୍ତୁ ଆଜିର ରାଶିଫଳ...

Sep 29, 2026 - 00:18
Horoscope 2026 September 29: ଜାଣନ୍ତୁ ଆଜିର ରାଶିଫଳ...

"ମେଷ: ପାରିବାରିକ ଜୀବନରେ ମହତ୍ବପୂର୍ଣ୍ଣ କାମ ସଂପୂର୍ଣ୍ଣ ହେବ।

ସରକାରୀ ଚାକିରିଆଙ୍କର ଅଫିସରେ କାମର ବୋଝ ଅଧିକ ରହିବ।

ଶିକ୍ଷାର୍ଥୀଙ୍କୁ ଲେଖାପଢ଼ାରେ ଅଧିକ ପରିଶ୍ରମ କରିବାକୁ ହେବ।

Advertisment ବୃଷ: ପରିବାର ପାଇଁ କିଛି ଭଲ କରିବାର ଦିନଟିଏ।

ଆପଣଙ୍କର ପରିଶ୍ରମ ପାଇଁ ପଦୋନ୍ନତି ମିଳିପାରେ।

ସମାଜରେ ଆପଣଙ୍କର ନାମ ହେବ।

ସନ୍ଧ୍ୟାରେ ଜୀବନସାଥୀ ସହ ସମୟ ଅତିବାହିତ କରିବେ।

ମିଥୁନ: ଆଧ୍ୟାତ୍ମିକ ଗତିବିଧିରେ କିଛି ସମୟ ବିତାଇ ଶାନ୍ତି ଅନୁଭବ କରିବେ।

ବ୍ୟବସାୟରେ ବଡ଼ ଧନଲାଭ ହେବ।

ଭ୍ରମଣ ସୁଖଦ ରହିବ।

ପ୍ରେମିକ ପ୍ରେମିକା ନିଜ ସମ୍ବନ୍ଧ ବିଷୟରେ ଘର ଲୋକଙ୍କୁ ଜଣାଇବେ। ‌ କର୍କଟ: କୌଣସି ବନ୍ଧୁର ପରାମର୍ଶ ଆପଣଙ୍କୁ ପସନ୍ଦ ଆସିବ।

ନୂଆ ଶକ୍ତିର ସହ କାମ କରନ୍ତୁ ଅଧୁରା କାମ ପୂରା ହେବ।

ରାଜନୀତିରେ ଆର୍ଥିକ ଲାଭ ହେବ।

ଆୟ ବ୍ୟୟର ସମନ୍ବୟ ବନି ରହିବ।

ସିଂହ: ପୂଜାପାଠରେ ସମୟ ବିତିବ।

ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ।

କୌଣସି ବଡ଼ ସଫଳତା ପାଇବେ।

ବେପାର ପାଇଁ ଦିନଟି ଲାଭପ୍ରଦ ରହିବ।

ଛାତ୍ରଙ୍କ ଲାଗି ଦିନଟି ଭଲ।

କନ୍ୟା: କୌଣସି ନୂଆ ବିଚାର ଯଥେଷ୍ଟ ଆର୍ଥିକ ଲାଭ ଦେବ।

ଆପଣଙ୍କର ଚେଷ୍ଟା ଫଳଦାୟୀ ରହିବ।

ଅଧିକାରୀମାନଙ୍କ ସହିତ ଆପଣଙ୍କ ବ୍ୟବହାରରେ ସାବଧାନତା ରଖିବା ଦରକାର। ‌ ଆହୁରି ପଢ଼ନ୍ତୁ- Manmohan Samal: ବିଜେଡିର ଆନ୍ଦୋଳନ ପ୍ରସଙ୍ଗରେ କଡ଼ା ପ୍ରତିକ୍ରିୟା ରଖିଲେ ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ ତୁଳା: ଭାଗ୍ୟ ଆପଣଙ୍କ ସହ ରହିବ।

କାର୍ଯ୍ୟକ୍ଷେତ୍ରରେ କିଛି ନୂଆ ଶିଖିବାକୁ ଚେଷ୍ଟା କରିବେ।

ଜୀବନରେ ଲାଭର ଅବସର ପାଇବେ।

ଘରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ।

ଜୀବନସାଥୀ ଠାରୁ ଭଲ ଖବର ଶୁଣିବେ।‌ ବିଛା: ବିଶେଷ କାମରେ ଦୂରସ୍ଥାନକୁ ଯାଇପାରନ୍ତି।

ଖାଦ୍ୟପାନୀୟ ପ୍ରତି ସଜାଗ ରହନ୍ତୁ।

ପାରିବାରିକ ବନ୍ଧୁଠାରୁ କୌଣସି ଖୁସିଖବର ପାଇବେ।

ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ‌‌ ଧନୁ: ଚାକିରି ବୃତ୍ତିରେ କାମରେ ଲାଗି ରହିଥିବା ବାଧା ସମାପ୍ତ ହୋଇଯିବ।

ଧନଲାଭର କିଛି ନୂଆ ମଉକା ପାଇବେ।

ବାଲ୍ୟବନ୍ଧୁ ସହ ଦେଖା ହୋଇପାରେ।

ବିଦ୍ୟାର୍ଥୀଙ୍କର ମନ ଲେଖାପଢ଼ାରେ ଲାଗିବ। ‌ ମକର: ତର୍କବିତର୍କ ଓ ସମସ୍ୟାଠାରୁ ଦୂରରେ ରହନ୍ତୁ।

ବିରୋଧୀ ପକ୍ଷ ଆପଣଙ୍କ କାମରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରିବେ।

ସମାଜରେ ଓକିଲଙ୍କର ପ୍ରସିଦ୍ଧି ବଢ଼ିବ।

ନୂଆ ଘର ନିର୍ମାଣ ପାଇଁ ଯୋଜନା କରିବେ।

କୁମ୍ଭ: ଆପଣଙ୍କ ମନରେ ସକାରାତ୍ମକ ଭାବନା ଆସିବ।

ଲାଗି ରହିଥିବା ସମସ୍ୟାର ସମାଧାନ ପାଇଁ ବନ୍ଧୁର ସାହାଯ୍ୟ ନେବେ।

ଅଫିସରେ ସାବଧାନ ରହିବାର ଆବଶ୍ୟକତା ରହିଛି।

ମୀନ: ଏଭଳି ମାମଲାରେ ପ୍ରବେଶ କରନ୍ତୁନାହିଁ ଯେଉଁଥିରେ ଆପଣଙ୍କର ନେବାଦେବାର ନାହିଁ।

ଅନୁଭବୀ ଲୋକଙ୍କ ମତ ଆପଣଙ୍କ ଲାଗି ଲାଭଦାୟକ ସାବ୍ୟସ୍ତ ହେବ।

ଜୀବନସାଥୀ ଆପଣଙ୍କ ପ୍ରତି ଖୁସି ରହିବେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।