Gujarat child murder case: କାଳେସୀ ଓ ତାନ୍ତ୍ରିକ ପରମ୍ପରାର କରୁଣ ପରିଣତି! ବାପାର ହାତରେ ଚାଲିଗଲା କୁନି ପୁଅର ଜୀବନ
ତାନ୍ତ୍ରିକ ପରମ୍ପରା ପାଇଁ ପୁଅର ଜୀବନ ନେଲା ବାପା।
ପୁଅକୁ ମାରି ଖଟରେ ନିଶ୍ଚିନ୍ତରେ ଶୋଇଲା।
ପୁଣି ଅନ୍ଧବିଶ୍ୱାସର ଚରମ ପରିଣତି।
ଅନ୍ଧବିଶ୍ୱାସର ଏମିତି ଅନ୍ଧଗଳି, ଯେଉଁଠି ବାପା ଭୁଲିଗଲା ନିଜ ପୁଅର ମମତା।
ଯେଉଁ ହାତ ପୁଅକୁ ସ୍ନେହରେ କୋଳେଇ ନେଉଥିଲା, ସେହି ହାତ ନେଇଗଲା ତା'ର ଜୀବନ।
ଗୁଜରାଟ ଅହମଦାବାଦ ଜିଲ୍ଲା ବିଞ୍ଚିୟା ଗାଁର ଏହି ଛାତିଥରା ଘଟଣା ଏବେ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।
ଅଭିଯୁକ୍ତ ୩୭ ବର୍ଷୀୟ ନରେଶ ପଟେଲ ଜଣେ କୃଷି ଶ୍ରମିକ ଭାବେ କାମ କରୁଥିଲେ।
ସ୍ଥାନୀୟ ଅଞ୍ଚଳରେ ନରେଶଙ୍କୁ ଆତ୍ମା ବା ଦେବୀଙ୍କ ମାଧ୍ୟମ ଭାବେ ମାନିବାର ପରମ୍ପରା ରହିଥିଲା।
ତାଙ୍କୁ ନିୟମିତ ଦେବୀଙ୍କ କାଳେସୀ ଲାଗୁଥିଲା ।
ତାଙ୍କ ବାପା ମଧ୍ୟ ଏହି ପରମ୍ପରା ସହ ଜଡ଼ିତ ଥିଲେ।
Advertisment ଲୋକଙ୍କ ବିଶ୍ବାସ ଏବଂ ଦେବୀଙ୍କ କାଳେସୀ ଲାଗିବା ଦ୍ବାରା ନରେଶ ବଡ଼ ହଇରାଣ ହେଉଥିଲେ ।
ଘରେ ଭଲରେ ରହିପାରୁନଥିଲେ କି କୁଆଡ଼େ ବୁଲାବୁଲି କରିବାକୁ ବି ଯାଇପାରୁନଥିଲେ ।
ଏ ପରମ୍ପରା ବଂଶାନୁକ୍ରମିକ ଥିବାରୁ ତାଙ୍କ ବାପାଙ୍କ ପରେ ସେ ଏବଂ ତାଙ୍କ ପରେ ତାଙ୍କ ପୁଅ ଏସବୁ କରିଥାନ୍ତା ।
ହେଲେ ନିଜ ପରେ ପରିବାରର ଆଉ କେହି ଏହି ପରମ୍ପରା ଆଗକୁ ନେଉ, ତାହା ନରେଶ ଚାହୁଁନଥିଲେ।
ତେଣୁ ନଭେମ୍ବର ୧ ତାରିଖ ସନ୍ଧ୍ୟାରେ ସେ ତାଙ୍କ ୧୦ ବର୍ଷର ପୁଅ କରନକୁ ଘର ଅଗଣାରେ ଥିବା ଯୋଗିନୀ ମାତାଙ୍କ ବେଦୀ ନିକଟକୁ ନେଇଥିଲେ।
ସେଠାରେ ତା'ର ଗୋଡ଼ ଧରି ବାରମ୍ବାର ଛେଚିବା ସହ ଠେଙ୍ଗାରେ ପିଟି ଥିଲେ।
ସାଂଘାତିକ କଚଡ଼ା ଓ ପ୍ରବଳ ମାଡ଼ ଯୋଗୁଁ କରନର ମୃତ୍ୟୁ ହୋଇଥିଲା।
ପରେ ମୃତଦେହକୁ ଖଟରେ ଶୁଆଇ ତା' ପାଖ ଖଟରେ ନିଶ୍ଚିନ୍ତରେ ଶୋଇପଡ଼ିଥିଲେ ନରେଶ ।
Advertisment ଘଟଣା ସମୟରେ କରନଙ୍କ ମାଆ ଘରେ ନଥିଲେ।
ପରେ ସେ ଘରକୁ ଆସି କରନଙ୍କ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ।
ଏବେ ଅଭିଯୁକ୍ତ ନରେଶକୁ ଗିରଫ କରିଛି ପୋଲିସ।
ଫରେନସିକ୍ ଯାଞ୍ଚ ସହ ତା'ର ମାନସିକ ସ୍ଥିତିର ଯାଞ୍ଚ କରିବାକୁ ମଧ୍ୟ ଯୋଜନା କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।