ICC T20 Bowler Rankings: ଆଇସିସି ଟ୍ବେଣ୍ଟି-୨୦ ବୋଲର ମାନ୍ୟତା: ଶ୍ରୀ ଚରଣୀ ରେକର୍ଡ ରେଟିଂ ପଏଣ୍ଟର ନିକଟତର
"ନୂଆଦିଲ୍ଲୀ: ଭାରତ ରେକର୍ଡ ଅଷ୍ଟମ ମହିଳା ଏସିଆ କପ୍ ମୁକୁଟ କରାୟତ୍ତ କରିବା ପରେ ଏହାର ଖେଳାଳିମାନେ ଆଇସିସି ମହିଳା ଟ୍ବେଣ୍ଟି-୨୦ ମାନ୍ୟତାରେ ବଡ଼ ଲାଭବାନ ହୋଇଛନ୍ତି।
ବୋଲିଂ ମାନ୍ୟତାରେ ଭାରତୀୟ ସ୍ପିନର ଶ୍ରୀ ଚରଣୀ ଶୀର୍ଷ ସ୍ଥାନକୁ ଆହୁରି ମଜଭୁତ କରିଥିଲା ବେଳେ ଶେଫାଳି ବର୍ମା ବ୍ୟାଟର୍ ମାନ୍ୟତାରେ ଶୀର୍ଷ ୬କୁ ଫେରିଛନ୍ତି।
ଶ୍ରୀଲଙ୍କା ବିପକ୍ଷ ଫାଇନାଲ୍ରେ ବାମହାତୀ ସ୍ପିନର ଚରଣୀ ୪/୨୦ ବୋଲିଂ ସଫଳତା ପାଇବା ପରେ ପ୍ରଥମ ଥର ୮୦୦ ରେଟିଂ ପଏଣ୍ଟ ପାର୍ କରିଥିଲେ।
ସଂପ୍ରତି ତାଙ୍କ ରେଟିଂ ପଏଣ୍ଟ ୮୦୪ରେ ପହଞ୍ଚିଛି।
ଯାହା ରେକର୍ଡ ମହିଳା ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ବୋଲର ରେଟିଂ ପଏଣ୍ଟ୍ଠୁ ମାତ୍ର ୨ କମ୍ ରହିଛି।
ସର୍ବାଧିକ ଟ୍ବେଣ୍ଟି-୨୦ ବୋଲିଂ ରେଟିଂ ପଏଣ୍ଟ ରେକର୍ଡ ଅଷ୍ଟ୍ରେଲିଆର ମେଗାନ ସ୍କୁଟ୍ (୮୦୬ ପଏଣ୍ଟ, ନଭେମ୍ବର ୨୦୧୮)ଙ୍କ ନାଁରେ ରହିଛି।
ହେଲେ ଚରଣୀ ଭାରତୀୟ ଭାବେ ସର୍ବାଧିକ ବ୍ୟାଟିଂ ଓ ବୋଲିଂ ଟ୍ବେଣ୍ଟି-୨୦ ରେଟିଂ ପଏଣ୍ଟ ପାଇବାରେ ରେକର୍ଡ କରିଛନ୍ତି।
ପୂର୍ବରୁ ଭାରତୀୟ ଭାବେ ଏହି ରେକର୍ଡ ମିତାଲି ରାଜ (ବ୍ୟାଟିଂରେ ୭୮୦ ପଏଣ୍ଟ୍, ୨୦୧୧)ଙ୍କ ନାଁରେ ରହିଛି।
ନିକଟରେ ଶେଷ ହୋଇଥିବା ଏସିଆ କପ୍ରେ ସର୍ବାଧିକ ୱିକେଟ୍ ହାସଲକାରୀ ଦୀପ୍ତି ଶର୍ମା (୧୪ ୱିକେଟ୍) ୪ଟି ସ୍ଥାନ ଉଠି ଦ୍ବିତୀୟରେ ପହଞ୍ଚିଛନ୍ତି।
ଏସିଆ କପ୍ରେ ସର୍ବାଧିକ ରନ୍ କରିଥିବା ଶେଫାଳି (୨୩୬ ରନ୍) ୭ରୁ ୬କୁ ଉଠିଛନ୍ତି।
ତାଙ୍କ ରେଟିଂ ପଏଣ୍ଟ ୭୪୧ରେ ପହଞ୍ଚିଛି।
୨୦୨୧ ଅକ୍ଟୋବର ପରେ ଏହା ତାଙ୍କର ସର୍ବାଧିକ ରେଟିଂ ପଏଣ୍ଟ।
୨୧୩ ରନ୍ କରିଥିବା ସ୍ମୃତି ମନ୍ଧାନା (୭୪୫ ପଏଣ୍ଟ) ପଞ୍ଚମରେ ଅଛନ୍ତି।
ଅଲ୍ରାଉଣ୍ଡର ମାନ୍ୟତାରେ ଶେଫାଳି କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ୨୨୧ ସହ ୫ଟି ସ୍ଥାନ ଉଠି ୧୫ରେ ପହଞ୍ଚିଛନ୍ତି।Advertisment Paddhati: କ୍ୟାରିୟର ବାଛିବାରେ ଆଉ ନୁହେଁ ଦ୍ୱନ୍ଦ୍ୱ, ଦିଗ ଦେଖାଇବ "ପଦ୍ଧତି" ଖୁବ୍ଶୀଘ୍ର ଭାରତକୁ ଆସିବ ପୁରୁଷ ଓ ମହିଳା ଏସିଆ କପ୍ ଟ୍ରଫି: ସାଇକିଆ ମୁମ୍ବାଇ: ଏସିଆ କପ୍ ଟ୍ରଫି ବିବାଦ ମଧ୍ୟରେ ଏକ ବଡ଼ ବୟାନ ଦେଇଛନ୍ତି ବିସିସିଆଇ ସଚିବ ଦେବଜିତ ସାଇକିଆ।
ସେ କହିଛନ୍ତି ଯେ ଖୁବ୍ଶୀଘ୍ର ପୁରୁଷ ଓ ମହିଳା ଏସିଆ କପ୍ ଟ୍ରଫି ଭାରତକୁ ଆସିବ।
ନିକଟରେ ଭାରତ ମହିଳା ଏସିଆ କପ୍ ଜିତିବା ସତ୍ତ୍ବେ ପାକିସ୍ତାନୀ ଗୃହମନ୍ତ୍ରୀ ତଥା ଏସୀୟ କ୍ରିକେଟ୍ ପରିଷଦ (ଏସିସି) ମୁଖ୍ୟ ମହସିନ ନକଭୀଙ୍କୁ ବିରୋଧ କରି ପୁରସ୍କାର ସମାରୋହରେ ଯୋଗ ଦେଇ ନଥିଲା।
ସେହିପରି ଗତ ବର୍ଷ ପୁରୁଷ ଏସିଆ କପ୍ରେ ବି ଭାରତ ସମାନ ଆଭିମୁଖ୍ୟ ଗ୍ରହଣ କରିଥିଲା।
ଫଳରେ ଏବେ ବି ଏହି ଦୁଇ ଟ୍ରଫି ଭାରତକୁ ଆସି ପାରି ନାହିଁ।
ତେବେ ବିସିସିଆଇ ସଚିବଙ୍କ ବୟାନ ପରେ ଏହି ଦୁଇ ଟ୍ରଫି ଭାରତ ଆସିବାର ସମ୍ଭାବନା ବଢ଼ିଯାଇଛି।
AI: କେବଳ ଧନୀଙ୍କ ପାଇଁ ନୁହେଁ ଏଆଇ, ଭାରତରେ ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବ: ବିଲ୍ ଗେଟ୍ସ ସାଇକିଆ କହିଛନ୍ତି ଯେ ଏସିସିରେ ଚାଲିଆସିଥିବା ପରମ୍ପରାଗୁଡ଼ିକୁ ନକଭୀ ପାଳନ କରୁନାହାନ୍ତି।
ସାଧାରଣତଃ ବିଜେତା ଦଳର ଜଣେ ପଦାଧିକାରୀ ଟ୍ରଫି ପ୍ରଦାନ କରିବା କଥା।
କିନ୍ତୁ ଗତବର୍ଷଠାରୁ ଏହି ପରମ୍ପରା ପାଳନ କରାଯାଉନାହିଁ।
ଆହୁରି ମଧ୍ୟ ଗତ ବର୍ଷ ପରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହେବା ପାଇଁ ଏଥର ନକଭୀଙ୍କ ବଦଳରେ ଏସିସି ଉପସଭାପତି ଖାଲିଦ ଅଲ୍ ଜରୁନୀ ଟ୍ରଫି ପ୍ରଦାନ କରନ୍ତୁ ବୋଲି ଆମେ ପ୍ରସ୍ତାବ ଦେଇଥିଲୁ।
ଏହା ହୋଇଥିଲେ ଭାରତୀୟ ଦଳ ପୁରସ୍କାର ସମାରୋହରେ ଯୋଗ ଦେଇଥାନ୍ତା।
କିନ୍ତୁ ଏହି ପ୍ରସ୍ତାବକୁ ଗ୍ରହଣ କରାଯାଇ ନଥିଲା।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।