IISc Bengaluru: ଜେନେଟିକ୍ ଇଞ୍ଜିନିୟରିଂ ପାଠ୍ୟକ୍ରମର ଆବେଦନ ଆରମ୍ଭ
"ବେଙ୍ଗାଲୁରୁ: ଜେନେଟିକ୍ ଇଞ୍ଜିନିୟରିଂ କ୍ଷେତ୍ରରେ ଜ୍ଞାନ ହାସଲ କରିବାକୁ ଆଗ୍ରହୀ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର।
ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ (IISc), ବେଙ୍ଗାଲୁରୁ ପକ୍ଷରୁ "ଆଡଭାନ୍ସେସ୍ ଇନ୍ ଜେନେଟିକ୍ ଇଞ୍ଜିନିୟରିଂ" ନାମକ ଏକ ସ୍ୱଳ୍ପକାଳୀନ ଅନ୍ଲାଇନ୍ ପାଠ୍ୟକ୍ରମ ଆରମ୍ଭ କରାଯାଇଛି।
ଏଥିପାଇଁ ନାମ ପଞ୍ଜୀକରଣ ଚାଲିଥିବାବେଳେ ଆବେଦନର ଶେଷ ତାରିଖ ୧୦ ନଭେମ୍ବର ୨୦୨୬ ରହିଛି।Advertisment ଜେନେଟିକ୍ ଇଞ୍ଜିନିୟରିଂ କ"ଣ?
ଜେନେଟିକ୍ ଇଞ୍ଜିନିୟରିଂ ହେଉଛି ଜୈବ ପ୍ରଯୁକ୍ତିବିଦ୍ୟାର ଏକ ବିଶେଷ କୌଶଳ।
ଏହା ମାଧ୍ୟମରେ ଜୀବର ଡିଏନ୍ଏ (DNA) ବା ଜନ୍ମଗତ ଗୁଣ ସହ ଜଡ଼ିତ ଜେନେଟିକ୍ ଗଠନରେ ପରିବର୍ତ୍ତନ କରାଯାଇପାରେ।
ଜିନ୍ର କାର୍ଯ୍ୟ ବୁଝିବା, ରୋଗ ସମ୍ପର୍କିତ ଗବେଷଣା ଏବଂ ନୂତନ ଜୈବିକ ପ୍ରଯୁକ୍ତିର ବିକାଶରେ ଏହାର ଗୁରୁତ୍ୱ ରହିଛି।
CRISPR-Cas9 ଭଳି ଆଧୁନିକ କୌଶଳ ମାଧ୍ୟମରେ ଡିଏନ୍ଏର ନିର୍ଦ୍ଦିଷ୍ଟ ଅଂଶରେ ପରିବର୍ତ୍ତନ କରିବା ସମ୍ଭବ ହୋଇପାରୁଛି।IIScର ଏହି ପାଠ୍ୟକ୍ରମ ୩୦ ନଭେମ୍ବରରୁ ୧୧ ଡିସେମ୍ବର ୨୦୨୬ ପର୍ଯ୍ୟନ୍ତ ଚାଲିବ।
ଏଥିରେ ମୋଟ ୧୬ ଘଣ୍ଟାର ସିଧାସଳଖ ଅନ୍ଲାଇନ୍ କ୍ଲାସ୍ ହେବ।
ସୋମବାରରୁ ଶୁକ୍ରବାର ସନ୍ଧ୍ୟା ୬ଟାରୁ ୭ଟା ମଧ୍ୟରେ କ୍ଲାସ୍ ଅନୁଷ୍ଠିତ ହେବ।
ଅଂଶଗ୍ରହଣକାରୀଙ୍କୁ ଜେନେଟିକ୍ ଇଞ୍ଜିନିୟରିଂର ଆଧୁନିକ କୌଶଳ ଏବଂ ଏହାର ବୈଜ୍ଞାନିକ ବ୍ୟବହାର ସମ୍ପର୍କରେ ଜ୍ଞାନ ଦିଆଯିବ।
କିଏ କରିପାରିବେ ଆବେଦନ?
ବିଜ୍ଞାନ ବିଷୟରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ପ୍ରାର୍ଥୀ ଏବଂ ବର୍ତ୍ତମାନ ସ୍ନାତକ ପଢ଼ୁଥିବା ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିପାରିବେ।
ଜୀବବିଜ୍ଞାନ ସମ୍ପର୍କରେ ପ୍ରାଥମିକ ଜ୍ଞାନ ରହିବା ଆବଶ୍ୟକ।
ଜୈବ ପ୍ରଯୁକ୍ତିବିଦ୍ୟା, ଜେନେଟିକ୍ସ, ଅଣୁଜୀବ ବିଜ୍ଞାନ ଓ ଜୈବରସାୟନରେ ଆଗ୍ରହ ରଖୁଥିବା ପ୍ରାର୍ଥୀଙ୍କ ପାଇଁ ଏହି ପାଠ୍ୟକ୍ରମ ଉପଯୋଗୀ ହୋଇପାରେ।
ପାଠ୍ୟକ୍ରମର ମୋଟ ଫିସ୍ ୧୧,୮୦୦ ଟଙ୍କା।
କିପରି କରିବେ ଆବେଦନ?
ଆଗ୍ରହୀ ପ୍ରାର୍ଥୀମାନେ IIScର ଅଫିସିଆଲ୍ ୱେବ୍ସାଇଟ୍ cce.iisc.ac.in କୁ ଯାଇ ପାଠ୍ୟକ୍ରମ ସମ୍ପର୍କିତ ସବିଶେଷ ତଥ୍ୟ ଯାଞ୍ଚ କରିପାରିବେ।
ସେଠାରେ ଉପଲବ୍ଧ ପଞ୍ଜୀକରଣ ଫର୍ମ ପୂରଣ କରି ନିର୍ଦ୍ଧାରିତ ଫିସ୍ ଦାଖଲ କରିବାକୁ ହେବ।
ଆବେଦନ ପୂର୍ବରୁ ଯୋଗ୍ୟତା, କ୍ଲାସ୍ ସମୟ ଓ ଅନ୍ୟାନ୍ୟ ସର୍ତ୍ତାବଳୀ ଅଫିସିଆଲ୍ ୱେବ୍ସାଇଟ୍ରୁ ନିଶ୍ଚିତ କରିନେବା ଉଚିତ।
14,000 children: ଗଞ୍ଜାମ: ୧୪ ହଜାର ପିଲାଙ୍କ ଭବିଷ୍ୟତ ଉପରେ ପ୍ରଶ୍ନ, ଦଶମ ପରେ ପାଠ ଛାଡ଼ିଦେଲେ!"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।