IIT BHU: ଆଇଆଇଟି ବିଏଚୟୁରେ ଅଣ ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ

Aug 30, 2026 - 21:40
IIT BHU: ଆଇଆଇଟି ବିଏଚୟୁରେ ଅଣ ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ

"ନୂଆଦିଲ୍ଲୀ: ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (IIT BHU), ବାରାଣସୀରେ ଅଣଶିକ୍ଷକ ପଦବୀଗୁଡ଼ିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

ସରକାରୀ ଚାକିରି କରିବାକୁ ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍‌କୁ ଯାଇ ଅନଲାଇନ୍ ଆବେଦନ କରିପାରିବେ।

ମିଳିଥିବା ସୂଚନା ମୁତାବକ ଆବେଦନର ଶେଷ ତାରିଖ ୨୪ ସେପ୍ଟେମ୍ବର ୨୦୨୬ ଥିବାବେଳେ ପ୍ରାର୍ଥୀମାନେ ଭାରତର କୌଣସି ମାନ୍ୟତା ପ୍ରାପ୍ତ ଅନୁଷ୍ଠାନରୁ ପଦବୀ ଅନୁସାରେ ଆବଶ୍ୟକୀୟ ଯୋଗ୍ୟତା ହାସଲ କରିଥିବା ଆବଶ୍ୟକ।

Advertisment ଆହୁରି ପଢନ୍ତୁ :Saurabh Das : "ସଂସଦ ଚଲୋ" ପଦଯାତ୍ରାବେଳେ ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କ ଉପରେ ଉତ୍‌କ୍ଷୀପ୍ତ ହୋଇଯାଇଥିଲେ: ଦୀପ୍‌କେ ସେହିପରି ପଦବୀ ଅନୁସାରେ ସର୍ବାଧିକ ବୟସ ସୀମା ୨୭, ୩୦, ୩୫ ଏବଂ ୪୦ ବର୍ଷ ନିର୍ଦ୍ଧାରଣ କରାଯାଇଛି।

ଅଣଶିକ୍ଷକ ପଦବୀ ପାଇଁ ଆବେଦନ ଫି ଭାବେଗ୍ରୁପ୍-ବି ପାଇଁ ୫୦୦ ଟଙ୍କା, ଗ୍ରୁପ୍-ସି ପାଇଁ ୨୫୦ ଟଙ୍କା ଧାର୍ଯ୍ୟ କରାଯାଇଛି | ସେହିପରି ଏସସି, ଏସଟି, ଦିବ୍ୟାଙ୍ଗ ଏବଂ ସଂରକ୍ଷିତ ଶ୍ରେଣୀର ପ୍ରାର୍ଥୀମାନଙ୍କୁ ଆବେଦନ ଫି"ରେ ଛାଡ଼ ପ୍ରଦାନ କରାଯାଇଛି।

ଆହୁରି ପଢନ୍ତୁ :Budget: ୨୦୨୭-୨୮ ବଜେଟ୍‌ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ଅକ୍ଟୋବର ୧୨ରୁ ପ୍ରାକ୍‌ ବଜେଟ୍‌ ‌ବୈଠକ ଏବେ ଆସନ୍ତୁ ଜାଣିବା କିପରି ଆବେଦନ କରିବେ?ପ୍ରଥମେ ଅଫିସିଆଲ୍ ଆବେଦନ ପୋର୍ଟାଲ୍ iitbhunt.samarth.edu.in କୁ ଯାଆନ୍ତୁ।

ହୋମ୍ ପେଜ୍‌ରେ ଥିବା "Don't have an account" ଅପସନ୍ ଉପରେ କ୍ଲିକ୍ କରନ୍ତୁ।

ସମସ୍ତ ତଥ୍ୟ ଏବଂ ବିବରଣୀ ଧ୍ୟାନର ସହ ପୂରଣ କରନ୍ତୁ।

ପ୍ରମାଣପତ୍ର/ଦସ୍ତାବିଜଗୁଡ଼ିକର ସ୍କାନ୍ କପି ଅପଲୋଡ୍ କରନ୍ତୁ।

ଫର୍ମ ସବମିଟ୍ କରିବା ପରେ ଭବିଷ୍ୟତ ବ୍ୟବହାର ପାଇଁ ଏକ ପ୍ରିଣ୍ଟଆଉଟ୍ (Printout) ରଖିନିଅନ୍ତୁ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।