08 OCTOBER 2026

Welcome!

Unlock your personalized experience.
Sign Up

'INDIA' alliance's: ଆଜି ‘ଇଣ୍ଡି’ ମେଣ୍ଟର ଓଡ଼ିଶା ବନ୍ଦ: ଗଡ଼ିବନି ଅଟୋ ଓ ଟ୍ୟାକ୍ସି, ଜାରି ରହିବ ବସ୍‌ ସେବା

Oct 08, 2026 - 03:28
'INDIA' alliance's: ଆଜି ‘ଇଣ୍ଡି’ ମେଣ୍ଟର ଓଡ଼ିଶା ବନ୍ଦ: ଗଡ଼ିବନି ଅଟୋ ଓ ଟ୍ୟାକ୍ସି, ଜାରି ରହିବ ବସ୍‌ ସେବା

ଭୁବନେଶ୍ବର: ଚାରି ଦଫା ଦାବି ନେଇ ଆସନ୍ତାକାଲି ୧୨ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି ‘ଇଣ୍ଡି’ ମେଣ୍ଟ। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦପାଳନ ହେବ। ହେଲେ ଅତ୍ୟାବଶ୍ୟକ ସେବାକୁ ବନ୍ଦରୁ ବାଦ୍‌ ଦିଆଯାଇଛି। ବ୍ୟାବସାୟିକ ପ୍ରତିଷ୍ଠାନ, ସାଧାରଣ ପରିବହନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବା ପାଇଁ ଆହ୍ବାନ ଦିଆଯାଇଛି। ଏମ୍‌ଏମ୍‌ଡିଆର୍‌ (ସଂଶୋଧନ) ଆଇନ ରଦ୍ଦ, ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ତୁରନ୍ତ ବରଖାସ୍ତ, ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା, ବନ୍ୟା ପ୍ରଭାବିତ ଲୋକଙ୍କୁ ପର୍ଯ୍ୟାପ୍ତ ରିଲିଫ୍‌ ଓ ପୁନର୍ବାସ ସହାୟତା ଯୋଗାଇବା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି। ହସ୍ପିଟାଲ, ଛାତ୍ରଛାତ୍ରୀଙ୍କ ପରୀକ୍ଷା, ଆମ୍ବୁଲାନ୍‌ସ, ଅଗ୍ନିଶମ ଓ ଉଦ୍ଧାର କାର୍ଯ୍ୟ, ଔଷଧ ଦୋକାନ, ଦୁଗ୍ଧ ଯୋଗାଣ, ଅନ୍ୟାନ୍ୟ ଜରୁରି ସେବା ଓ ଖବର ସଂଗ୍ରହ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ କୌଣସି ବାଧା ଦିଆଯିବ ନାହିଁ। ତେବେ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ବଜାର ଓ ବ୍ୟାବସାୟିକ ପ୍ରତିଷ୍ଠାନର କାର୍ଯ୍ୟକଳାପ ବନ୍ଦ ପାଇଁ ଗଣତାନ୍ତ୍ରିକ ଭାବେ ପ୍ରଚାର ଓ ପିକେଟିଂ କରାଯିବ। 

Drinking water: ପାନୀୟ ଜଳ ପାଇଁ ୮ ପଞ୍ଚାୟତର ଲୋକେ ହନ୍ତସନ୍ତ

ଗଡ଼ିବନି ଅଟୋ ଓ ଟ୍ୟାକ୍ସି, ଜାରି ରହିବ ବସ୍‌ ସେବା
ପ୍ରଭାବିତ ହେବନି ଅତ୍ୟାବଶ୍ୟକ ସେବା

ଆସନ୍ତାକାଲିର ବନ୍ଦକୁ ସଫଳ କରିବା ପାଇଁ ‘ଇଣ୍ଡି’ ବ୍ଲକ୍‌ର ଆହ୍ୱାନରେ ଆଜି ଭୁବନେଶ୍ୱରରେ ଦିନବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଗଣତନ୍ତ୍ର, ସମ୍ବିଧାନ ଓ ନାଗରିକଙ୍କ ଭୋଟ ଅଧିକାରର ସୁରକ୍ଷା ସହିତ ରାଜ୍ୟର ସ୍ୱାର୍ଥ ଓ ଜନସାଧାରଣଙ୍କ ମୌଳିକ ସମସ୍ୟାଗୁଡ଼ିକୁ ନେଇ ଓଡ଼ିଶା ବନ୍ଦକୁ ସମ୍ପୂର୍ଣ୍ଣ 
ଶାନ୍ତିପୂର୍ଣ୍ଣ ଭାବେ ସଫଳ କରିବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଦିଆଯାଇଛି। ରାଜଧାନୀରେ ଆୟୋଜିତ ଏକ ବିରାଟ ପଟୁଆରରେ ବହୁସଂଖ୍ୟାରେ ଲୋକ ଅଂଶଗ୍ରହଣ କରିଥିଲେ। ଗଣତନ୍ତ୍ର ଓ ଭୋଟ ଅଧିକାରର ସୁରକ୍ଷା ପାଇଁ ନିଜର ଦୃଢ଼ ସମର୍ଥନ ଜଣାଇଥିଲେ।

ପରେ ଏଜି ଛକସ୍ଥିତ ବି.ଆର.ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ‘ଇଣ୍ଡି’ ବ୍ଲକ୍‌ର ନେତା ଏକତ୍ରିତ ହୋଇଥିଲେ। ସେଠାରେ ଭାରତୀୟ ସମ୍ବିଧାନର ଧାରା ୩୨୬ରେ ଉଲ୍ଲେଖ ସାର୍ବଜନୀନ ପ୍ରାପ୍ତବୟସ୍କ ମତାଧିକାରର ସାମ୍ବିଧାନିକ ବ୍ୟବସ୍ଥା ପାଠ କରାଯାଇଥିଲା। ଏହାପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ସନ୍ଧ୍ୟାରେ ମାଷ୍ଟର କ୍ୟାଣ୍ଟିନ ଛକରୁ ରାଜମହଲ ଛକ ପର୍ଯ୍ୟନ୍ତ ଏକ ବିଶାଳ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଆଜିର କାର୍ଯ୍ୟକ୍ରମରେ କଂଗ୍ରେସ, ସିପିଆଇ, ସିପିଆଇଏମ୍, ସିପିଆଇଏମ୍‌ଏଲ୍‌, ଫରୱାର୍ଡ ବ୍ଲକ, ଏନ୍‌ସିପି (ଶରଦ ପାୱାର), ସମାଜବାଦୀ ପାର୍ଟି, ଆର୍‌ଜେଡି, ଜେଏମ୍‌ଏମ୍‌ ଓ ଅଂଶୀଦାର ଦଳର ନେତୃବୃନ୍ଦ ଯୋଗ ଦେଇଥିଲେ।

Judgement: ସିଇସି ନିଯୁକ୍ତି ଆଇନ ମାମଲା: ବିଭାଜିତ ରାୟ ପ୍ରତ୍ୟାହାର ପାଇଁ ଆବେଦନ

ଅପରପକ୍ଷରେ ଆସନ୍ତାକାଲି ବନ୍ଦକୁ ନଜରରେ ରଖି ରାଜ୍ୟବ୍ୟାପୀ ଅଟୋ ଓ ଟ୍ୟାକ୍ସି ଗଡ଼ିବ ନାହିଁ। ନିଖିଳ ଓଡ଼ିଶା ଅଟୋ ଓ ଟ୍ୟାକ୍ସି ଚାଳକ ମହାସଂଘ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ବନ୍ଦ ସତ୍ତ୍ବେ ଘରୋଇ ବସ୍‌ ଚଳାଚଳ ସବୁଦିନ ଭଳି ଜାରି ରହିବ। ବସ୍‌ ଚଳାଚଳ ନେଇ ସଂଘ ସହ କେହି ଯୋଗାଯୋଗ କରି ନ ଥିବାରୁ ଏହା ସ୍ବାଭାବିକ ରହିବ ବୋଲି ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।