INDIA bloc meeting: ଇଣ୍ଡି ମେଣ୍ଟ ବୈଠକରେ ଯୋଗ ଦେବେନି ଅଖିଳେଶ

Sep 27, 2026 - 18:52
INDIA bloc meeting: ଇଣ୍ଡି ମେଣ୍ଟ ବୈଠକରେ ଯୋଗ ଦେବେନି ଅଖିଳେଶ

"ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କୁ ହଟେଇବା ପ୍ରସଙ୍ଗରେ ଏବେ ପୂରା ବିରୋଧୀ ଦଳ ଏକଜୁଟ୍‌ ହୋଇଥିବାବେଳେ ଆସନ୍ତା ୩୦ ‌ସେପ୍ଟେମ୍ବର ତାରିଖରେ ହେବାକୁ ଥିବା ଇଣ୍ଡି ମେଣ୍ଟ ବୈଠକରେ ସମାଜବାଦୀ ପାର୍ଟି (ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଯୋଗ ଦେବେନି ବୋଲି ଜଣାପଡ଼ିଛି।

ଲକ୍ଷ୍ନୌର ଏସପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଖିଳେଶ ଯାଦବ କହିଛନ୍ତି ଯେ, ସେ ସେପ୍ଟେମ୍ବର ୩୦ ତାରିଖରେ ଅନ୍ୟ କାମରେ ବ୍ୟସ୍ତ ରହିବେ ଓ ଇଣ୍ଡି ମେଣ୍ଟ ବୈଠକରେ ଯୋଗ ଦେଇପାରିବେ ନାହିଁ।

ତାଙ୍କ ସ୍ଥାନରେ ସମାଜବାଦୀ ପାର୍ଟିର ବରିଷ୍ଠ ନେତାମାନେ ଯୋଗ ଦେବେ।

ସେ ଏ ସମ୍ପର୍କରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସହ କଥା ହୋଇଛନ୍ତି।

Advertisment ସୂଚନାଯୋଗ୍ୟ, ନିର୍ବାଚନ ଆୟୋଗଙ୍କ କାର୍ଯ୍ୟପ୍ରଣାଳୀ ଓ ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ତଥା ଅନ୍ୟ କେତେକ ପ୍ରସଙ୍ଗରେ ଆଲୋଚନା କରିବାକୁ ଇଣ୍ଡି ମେଣ୍ଟ ବୈଠକ ଅନୁଷ୍ଠିତ ହେବ।

ବୈଠକରେ କଂଗ୍ରେସ, ସିପିଆଇ(ଏମ୍), ସିପିଆଇ ଏବଂ ସିପିଆଇ(ଏମ୍ଏଲ୍) ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଓ ଏସ୍ଆଇଆର୍ ଉପରେ ତୁରନ୍ତ ସ୍ଥଗିତାଦେଶ ଦାବି କରିଛନ୍ତି।

୨୦୨୭ରେ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ କଂଗ୍ରେସ ଓ ସମାଜବାଦୀ ପାର୍ଟି ନେତାମାନେ ପରସ୍ପର ବିରୋଧରେ ବୟାନବାଜି କରୁଥିବା ସମ୍ପର୍କରେ ଅଖିଳେଶ ଯାଦବଙ୍କୁ ପଚରାଯିବାରୁ ସେ କହିଛନ୍ତି, ଏହା ଏକ ରଣନୀତିର ଅଂଶ।

ଅଖିଳେଶ ଅଭିଯୋଗ କରିଛନ୍ତି ଯେ, ଯେଉଁ ଲୋକମାନେ ୨୦୧୯ରେ ଭୋଟ ଦେଇଥିଲେ ସେମାନଙ୍କୁ ୨୦୨୨ରେ ଭୋଟ ଦେବାକୁ ଦିଆଯାଇ ନଥିଲା।

ଉପନିର୍ବାଚନ ବେଳେ ରାସ୍ତା ବନ୍ଦ କରି ଓ ପୁଲିସ ସାଦା ପୋଷାକରେ ଲୋକଙ୍କୁ ଭୋଟ ଦେବାକୁ ଯିବାକୁ ଦେଇନଥିଲା। "ଫର୍ମ ୭"ରେ ତ୍ରୁଟିପୂର୍ଣ୍ଣ ବ୍ୟବହାର କରାଯାଉଥିବା ଅଖିଳେଶ ଅଭିଯୋଗ କରିଛନ୍ତି।

ଅଖିଳେଶ ନିର୍ବାଚନ ଆୟୋଗଙ୍କୁ ସମାଲୋଚନା କରି କହିଛନ୍ତି, ଇସି କାହା ନିର୍ଦ୍ଦେଶରେ କାମ ନ କରି, ନିଜ ବିଶ୍ବାସନୀୟତା ବଜାୟ ରଖନ୍ତୁ।

ବର୍ଷାରେ ରାଜ୍ୟର ବେହାଲ ସ୍ଥିତିକୁ ନେଇ ମଧ୍ୟ ଅଖିଳେଶ ଯୋଗୀ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।