Infant Deaths: ପଶ୍ଚିମବଙ୍ଗ ସରକାରୀ ହସ୍ପିଟାଲରେ ୩ ସପ୍ତାହରେ ୬୦ ଶିଶୁଙ୍କ ମୃତ୍ୟୁ

Aug 27, 2026 - 16:16
Infant Deaths: ପଶ୍ଚିମବଙ୍ଗ ସରକାରୀ ହସ୍ପିଟାଲରେ ୩ ସପ୍ତାହରେ ୬୦ ଶିଶୁଙ୍କ ମୃତ୍ୟୁ

"କୋଲକାତା: ପଶ୍ଚିମବଙ୍ଗର ମାଲଦା ମେଡିକାଲ କଲେଜ ଓ ହସ୍ପିଟାଲରେ ଗୋଟିଏ ଦିନରେ ଦଶ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଛି।

ଏହି ଖବର ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବାବେଳେ ଗତ ତିନି ସପ୍ତାହ ମଧ୍ୟରେ ସେହି ହସ୍ପିଟାଲରେ ୬୦ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି ବୋଲି ଜଣାପଡ଼ିଛି।

ଅଗଷ୍ଟ ଦ୍ବିତୀୟ ସପ୍ତାହରେ ଏହି ଘଟଣା ଘଟିଛି।

ଏହି ଘଟଣା ପରେ ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ବିଭାଗ ହସ୍ପିଟାଲ ପ୍ରଶାସନଠାରୁ ଏହି ପ୍ରସଙ୍ଗରେ ଏକ ବିସ୍ତୃତ ରିପୋର୍ଟ ମାଗିଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗୋଟିଏ ଦିନରେ ମୃତ୍ୟୁ ହୋଇଥିବା ୧୦ ଜଣ ଶିଶୁଙ୍କ ମଧ୍ୟରୁ ଆଠ ଜଣଙ୍କୁ ଅନ୍ୟ ସରକାରୀ ହସ୍ପିଟାଲ କିମ୍ବା ଘରୋଇ ନର୍ସିଂହୋମରୁ ରେଫର୍‌ କରାଯାଇଥିଲା।

ଏହାର ଅର୍ଥ ହେଉଛି ଏହି ଶିଶୁମାନେ ସେଠାରେ ଜନ୍ମ ହୋଇଥିଲେ।

ଶିଶୁମାନଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ କଲେଜକୁ ଅଣାଯାଇଥିଲା।

ରିପୋର୍ଟ ଅନୁଯାୟୀ, ସେମାନେ ଶ୍ୱାସକ୍ରିୟା ସମସ୍ୟା, ଜଣ୍ଡିସ୍ ଏବଂ ହୃଦ୍‌ ସମସ୍ୟାରେ ପୀଡିତ ଥିଲେ।

ହସ୍ପିଟାଲ ଏହି ମୃତ୍ୟୁଗୁଡ଼ିକୁ ସ୍ୱୀକାର କରିଛି।

ହସ୍ପିଟାଲ କହିଛି ଯେ, ସ୍ୱାସ୍ଥ୍ୟ ଭବନକୁ ଏକ ପ୍ରାଥମିକ ରିପୋର୍ଟ ଦାଖଲ ହୋଇସାରିଛି।

ଖୁବ୍ ଶୀଘ୍ର ଏକ ବିସ୍ତୃତ ରିପୋର୍ଟ ପଠାଯିବ।Advertisment ତିନି ସପ୍ତାହ ମଧ୍ୟରେ ୬୦ ଶିଶୁଙ୍କ ମୃତ୍ୟୁ ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, ଅଗଷ୍ଟ ୨୦୨୬ ର ପ୍ରଥମ ତିନି ସପ୍ତାହ ମଧ୍ୟରେ ମାଲଦା ମେଡିକାଲ କଲେଜରେ ୬୦ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଥିଲା।

ଏମାନଙ୍କ ମଧ୍ୟରୁ ୪୪ ଜଣଙ୍କୁ ଅନ୍ୟ ହସ୍ପିଟାଲ ଓ ନର୍ସିଂହୋମରୁ ଗୁରୁତର ଅବସ୍ଥାରେ ରେଫର୍‌ କରାଯାଇଥିଲା।

୧୬ ଜଣ ମାଲଦା ମେଡିକାଲ କଲେଜରେ ଜନ୍ମ ହୋଇଥିଲେ।

ଏଥିରେ ଗୋଟିଏ ଦିନରେ ମୃତ୍ୟୁ ହୋଇଥିବା ୧୦ ଜଣ ଶିଶୁ ଅନ୍ତର୍ଭୁକ୍ତ।

ତଦନ୍ତର ଅଂଶ ସ୍ୱରୂପ ଅଧିକାରୀମାନେ ଏପର୍ଯ୍ୟନ୍ତ ୧୬ଟି ହସ୍ପିଟାଲ ଓ ନର୍ସିଂହୋମ ଯାଞ୍ଚ କରିଛନ୍ତି।

ମାଲଦା ଜିଲ୍ଲା ମାଜିଷ୍ଟ୍ରେଟ ଗୁରୁବାର ଏକ ବୈଠକ କରି ପରିସ୍ଥିତି ସମୀକ୍ଷା କରିବେ ଓ ଚାଲିଥିବା ତଦନ୍ତର ନିଷ୍କର୍ଷ ଉପରେ ଆଲୋଚନା କରିବେ।

Local Viral Video: "ମୁଁ ଦେଶ ସମ୍ଭାଳିବି ନା ପରିବାର?" ଯବାନଙ୍କ କୋହଭରା ଭିଡିଓ ଭାଇରାଲ୍ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।