Innovative Police Initiative: ପୋଲିସର ଅଭିନବ ପ୍ରୟାସ, ସିମେଣ୍ଟ ବାଲି ବୋହି ଆଣି କଲେ ରାସ୍ତା ମରାମତି
ରାସ୍ତା ମରାମତି କଲା ପୋଲିସ। ଚର୍ଚ୍ଚାରେ ମୟୂରଭଞ୍ଜ ଖୁଣ୍ଟା ପୋଲିସ । ହାତରେ ବେଲଚା, ସିମେଣ୍ଟ ଓ ବାଲି ନେଇ ରାସ୍ତା ମରାମତି କରିଛନ୍ତି। ଦୁର୍ଘଟଣାକୁ ରୋକିବା ପାଇଁ ଏଭଳି ନିଆରା ପଦକ୍ଷେପ ଗ୍ରହଣ କରିଛି ପୋଲିସ। ରାଜ୍ୟ ରାଜପଥରେ ଥିବା ଅନେକ ବଡ ବଡ ଗାତକୁ ମରାମତି କରିଛି ପୋଲିସ।
ଉଦଳା-ବାରିପଦା ରାଜ୍ୟ ରାଜପଥରେ ପୂର୍ବରୁ ଅନେକ ସଡକ ଦୁର୍ଘଟଣା ଘଟିଥିଲା। ଯେଉଁଥିରେ ୭ରୁ ଅଧିକ ଗୁରୁତର ହେବା ସହ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାକୁ ରୋକିବା ପାଇଁ ଖୁଣ୍ଟା ଥାନା ASI ରତିକାନ୍ତ ଦାସ ରାସ୍ତା ମରାମତି କରିବାକୁ ଚିନ୍ତା କରିଥିଲେ। ପିସିଆରରେ ଗାଡିରେ ସିମେଣ୍ଟ,ବାଲି,ଚିପ୍ସ ଆଣି ରାସ୍ତା ମରାମତି କରିଛନ୍ତି। ଦୁଇ ଦିନ ହେବ ଡ୍ୟୁଟି ପରେ ସମୟ ବାହାର କରି ପୋଲିସ ଓ ହୋମଗାର୍ଡ ଏଭଳି କାର୍ଯ୍ୟ କରୁଛନ୍ତି ।...
ଖୁଣ୍ଟା ଥାନା ପୋଲିସର ଅଭିନବ ପ୍ରୟାସ
ରାସ୍ତା ମରାମତି କଲା ପୋଲିସ ଟିମ୍
ସିମେଣ୍ଟ ବାଲି ବୋହି ଆଣି କଲେ ରାସ୍ତା ମରାମତି
ଦୁର୍ଘଟଣାକୁ ରୋକିବା ପାଇଁ ନିଆରା ପଦକ୍ଷେପ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।