INSAT-3DS Satellite: ୩,୫୦୦ କିମି ଲମ୍ବା ମେଘମାଳା ଫଟୋ ଉଠାଇଲା ଇନ୍‌ସାଟ୍‌-୩ଡିଏସ୍‌ ଉପଗ୍ରହ

Aug 06, 2026 - 22:57
INSAT-3DS Satellite: ୩,୫୦୦ କିମି ଲମ୍ବା ମେଘମାଳା ଫଟୋ ଉଠାଇଲା ଇନ୍‌ସାଟ୍‌-୩ଡିଏସ୍‌ ଉପଗ୍ରହ

"ନୂଆଦିଲ୍ଲୀ : ଭାରତୀୟ ପାଣିପାଗ ନିରୀକ୍ଷଣ ଉପଗ୍ରହ ଇନ୍‌ସାଟ୍‌-୩ଡିଏସ୍‌ ଏକ ବିରାଟ ମେଘମାଳାର ଫଟୋ ଉଠାଇ ।

ପଶ୍ଚିମ ଚୀନ୍‌ରୁ ଆରମ୍ଭ କରି ଉତ୍ତର ଓ ମଧ୍ୟ ଭାରତ ପର୍ଯ୍ୟନ୍ତ ପ୍ରାୟ ୩,୫୦୦ କିଲୋମିଟର ଲମ୍ବରେ ବିସ୍ତାରିତ ଏହି ମେଘମାଳା ମୌସୁମୀ ବାୟୁର ସକ୍ରିୟ ସ୍ଥିତିକୁ ସୂଚିତ କରୁଛି ।

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଓ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶିତ ଉପଗ୍ରହ ଚିତ୍ରରେ ଏହି ବିଶାଳ ମେଘମାଳା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି ।Advertisment Handloom day: ଜାତୀୟ ହସ୍ତତନ୍ତ ଦିବସ ପାଇଁ "ସ୍ବଦେଶୀ"ର ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ଉପଗ୍ରହ ଚିତ୍ର ଅନୁସାରେ, ମେଘମାଳା ପଶ୍ଚିମ ଚୀନ୍‌ର ପାହାଡ଼ିଆ ଅଞ୍ଚଳରୁ ଆରମ୍ଭ ହୋଇ ହିମାଳୟ ଉପତ୍ୟକା ଦେଇ ଜମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ହରିୟାଣା, ଦିଲ୍ଲୀ, ଉତ୍ତରପ୍ରଦେଶ ଓ ମଧ୍ୟ ଭାରତର କିଛି ଅଞ୍ଚଳ ପର୍ଯ୍ୟନ୍ତ ବ୍ୟାପିଛି ।

ଏହାର ପ୍ରଭାବରେ ଉତ୍ତର ଓ ମଧ୍ୟ ଭାରତର ବହୁ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି ।

ପାଣିପାଗ ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଏହି ବିଶାଳ ମେଘପଟି ମୌସୁମୀ ଅକ୍ଷରେଖା ସକ୍ରିୟ ରହିବା ଏବଂ ବାୟୁମଣ୍ଡଳରେ ପ୍ରଚୁର ପରିମାଣର ଆର୍ଦ୍ରତା ସଞ୍ଚାର ହେବାର ପରିଣାମ ।

ଏପରି ପରିସ୍ଥିତିରେ ଲଗାତାର ବର୍ଷା, ବଜ୍ରପାତ, ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଓ ହଠାତ୍‌ ବନ୍ୟାର ଆଶଙ୍କା ବଢ଼ିଯାଏ ।

ନିକଟରେ ଜମ୍ମୁ-କାଶ୍ମୀର ଓ ହିମାଳୟ ସଂଲଗ୍ନ ଅଞ୍ଚଳରେ ଘଟିଥିବା ବାଦଲଫଟା ବର୍ଷା ଓ ଭୂସ୍ଖଳନ ଘଟଣା ମଧ୍ୟ ଏହି ସକ୍ରିୟ ପାଣିପାଗ ବ୍ୟବସ୍ଥା ସହ ଜଡ଼ିତ ବୋଲି କୁହାଯାଉଛି ।

ଇନ୍‌ସାଟ୍‌-୩ଡିଏସ୍‌ ଉପଗ୍ରହକୁ ଚଳିତ ବର୍ଷ ପାଣିପାଗ ପୂର୍ବାନୁମାନକୁ ଆହୁରି ସଠିକ୍‌ କରିବା ପାଇଁ କକ୍ଷପଥକୁ ପଠାଯାଇଥିଲା ।

ଏହା ଉଚ୍ଚ କ୍ଷମତାସମ୍ପନ୍ନ କ୍ୟାମେରା ଓ ଅତ୍ୟାଧୁନିକ ସେନ୍ସର ସାହାଯ୍ୟରେ ମେଘର ଗତିବିଧି, ବର୍ଷାର ତୀବ୍ରତା, ତାପମାତ୍ରା, ଜଳୀୟବାଷ୍ପ ଓ ଘୂର୍ଣ୍ଣିବଳୟ ସମ୍ପର୍କିତ ସଠିକ୍‌ ତଥ୍ୟ ସଂଗ୍ରହ କରୁଛି ।

ଏହି ତଥ୍ୟ ପାଣିପାଗ ବିଭାଗକୁ ଶୀଘ୍ର ସତର୍କ ସୂଚନା ଜାରି କରିବାରେ ସହାୟକ ହେଉଛି ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।