International Energy Summit 2026: ଅନ୍ତର୍ଜାତୀୟ ଶକ୍ତି ସମ୍ମିଳନୀ ୨୦୨୬: ସ୍ବଚ୍ଛ ଶକ୍ତିରେ ୬୭,୦୦୦ କୋଟି ନିବେଶ
"ଭୁବନେଶ୍ବର: ଆସନ୍ତା ୨୦୩୫ ସୁଦ୍ଧା ୬୦ ପ୍ରତିଶତ ଅଣଜୀବାଶ୍ମ ଶକ୍ତି କ୍ଷମତା ହାସଲ କରିବାକୁ ଜାତୀୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ସେହି ଅନୁସାରେ ୨୦୩୦ ସୁଦ୍ଧା ୧୧ ଗିଗାୱାଟ୍ ସ୍ବଚ୍ଛ ଶକ୍ତି କ୍ଷମତା ହାସଲ କରିବାକୁ ଓଡ଼ିଶା ଲକ୍ଷ୍ୟ ରଖିଛି।
ସେଥିପାଇଁ ସରକାର ୬.୭ ଗିଗାୱାଟ୍ ବିଶିଷ୍ଟ କ୍ଷମତା ପାଇଁ ୬୭ ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବ ହାସଲ କରିଛନ୍ତି।
ସୋଲାର, ପବନ, ଜଳ ବିଦ୍ୟୁତ୍, ପିଏସ୍ପି ଓ ହାଇବ୍ରିଡ୍ ଶକ୍ତି ବ୍ୟବସ୍ଥା କ୍ଷେତ୍ରରେ ରାଜ୍ୟ ସରକାର ଏହି ନିବେଶ ହାସଲ କରିଥିବା ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି।
Advertisment Plantation drive: ଭାରତୀୟ ମାନବାଧିକାର ପରିଷଦ ପକ୍ଷରୁ ପୂର୍ବତନ ସେନାର ଯବାନଙ୍କୁ ସମ୍ବର୍ଦ୍ଧନା ନୂଆଦିଲ୍ଲୀଠାରେ ୭ମ ସିଆଇଆଇ ଅନ୍ତର୍ଜାତୀୟ ଶକ୍ତି ସମ୍ମିଳନୀ ୨୦୨୬ରେ ଯୋଗଦେଇ ସେ କହିଥିଲେ ଯେ ଡିଜିଟାଲ ସବ୍ଷ୍ଟେସନ, ସ୍ମାର୍ଟ ଗ୍ରିଡ୍ ପ୍ରଯୁକ୍ତି ଓ ଏଆଇ ଆଧାରିତ ସମ୍ପତ୍ତି ପରିଚାଳନା ଜରିଆରେ ଓଡ଼ିଶା ବିଦ୍ୟୁତ୍ ଗ୍ରିଡ୍ର ଆଧୁନିକୀକରଣ କରୁଛି।
ଇସ୍ପାତ, ଆଲୁମିନିୟମ, ଖଣି ଓ ସାମୁଦ୍ରିକ ପରିବହନକୁ ଡିକାର୍ବନାଇଜ କରିବା ପାଇଁ ସରକାର ନିରନ୍ତର ଅକ୍ଷୟ ଶକ୍ତି ଓ ଗ୍ରିନ୍ ହାଇଡ୍ରୋଜେନ୍ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛନ୍ତି।
ଏଥି ସହିତ ଓଡ଼ିଶାରେ ପୁଞ୍ଜିନିବେଶ କରିବାକୁ ସେ ନିବେଶକମାନଙ୍କୁ ଆହ୍ବାନ ଦେଇଛନ୍ତି।
ଏହି ଅବସରରେ କେନ୍ଦ୍ର ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ଭୁଟାନ ଶକ୍ତି ମନ୍ତ୍ରୀ ଲିୟନପୋ ଜେମ୍ ସେରିଙ୍ଗ, ଶ୍ରୀଲଙ୍କାର ଶକ୍ତି ମନ୍ତ୍ରୀ ଅନୁରା କରୁଣାଥିଲାକେ, ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ବିଶାଲ ଦେବ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
Palm trees: ଗ୍ରାମୀଣ ଜୀବନର ସଂସ୍କୃତି ଓ ପରମ୍ପରାର ପ୍ରତୀକ ଭାବେ ପରିଚିତ "ତାଳଗଛ""
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।