IPS Bushra Bano Transferred Controversy: ‘ଅସଲାମ୍ ୱାଲିକୁମ୍’ କହି ଭିଡିଓ ବନାଇବା ମହଙ୍ଗା, ପଶ୍ଚିମବଙ୍ଗରେ ବଦଳିଲେ ମହିଳା IPS ଅଫିସର

Sep 17, 2026 - 22:12
IPS Bushra Bano Transferred Controversy: ‘ଅସଲାମ୍ ୱାଲିକୁମ୍’ କହି ଭିଡିଓ ବନାଇବା ମହଙ୍ଗା, ପଶ୍ଚିମବଙ୍ଗରେ ବଦଳିଲେ ମହିଳା IPS ଅଫିସର

ଅସଲାମ୍ ୱାଲିକୁମ୍ କହିବାରୁ IPSଙ୍କ ବଦଳି ! ସୋସିଆଲ୍ ମିଡିଆ ଖୋଲୁ ଖୋଲୁ ଏମିତି କିଛି ଖବର ଏବେ ସବୁଠୁ ଚର୍ଚ୍ଚାରେ। ପ୍ରଥମେ ଭିଡିଓକୁ ନେଇ ବିବାଦ ଆଉ ତା ପରେ ଆସିଥିଲା ଟ୍ରାନ୍ସଫର ଅର୍ଡର। ଆଇପିଏସ ଅଫିସର ବୁସ୍ରା ବାନୋ। ପଶ୍ଚିମବଙ୍ଗ ଖଡଗପୁରରେ ଅତିରିକ୍ତ ଏସପି ଅଫିସର ଭାବେ ଡ୍ୟୁଟି କରୁଥିଲେ। ହେଲେ ଗୋଟିଏ ଭିଡିଓ ତାଙ୍କ ପାଇଁ ମହଙ୍ଗା ପଡିଗଲା। ଭିଡିଓ ଭାଇରାଲ ହେଲା, ବିବାଦ ବଢିଲା। ଆଉ ତା ପରେ ଆସିଲା ବଦଳିର ନୋଟିସ୍।  ସେପ୍ଟେମ୍ବର ୧୩ରେ ବୁସ୍ରା ବାନୋ UPSC ଆଶାୟୀଙ୍କୁ ଉତ୍ସାହିତ କରିବା ପାଇଁ ଏକ ଭିଡିଓ କରିଥିଲେ। କିନ୍ତୁ ଭିଡିଓ ପ୍ରଥମରୁ ସେ ଅସଲାମ୍ ୱାଲିକୁମ୍ କହି ଭିଡିଓ ଆରମ୍ଭ କରିଥିଲେ ।

କେବଳ ଭିଡିଓ ଆରମ୍ଭରେ ନୁହେଁ, ଭିଡିଓ ମଝିରେ ଇନସ୍ଆଲ୍ହା ଭଳି ଶବ୍ଦ ମଧ୍ୟ ବ୍ୟବହାର କରିଥିଲେ ବୁସ୍ରା  ବାନୋ।  ଘଟଣାକୁ ନେଇ ପଶ୍ଚିମବଙ୍ଗର ହିନ୍ଦୁ ଲିଗାଲ ଫଣ୍ଡ ପକ୍ଷରୁ ଗୃହ ସଚିବଙ୍କ ନିକଟରେ ଆପତ୍ତି ଉଠାଇବା ସହ ଅଭିଯୋଗ କରିଥିଲେ। IPS ବୁସ୍ରା ଆରମ୍ଭରେ ବନ୍ଦେ ମାତରମ କିମ୍ବା ଜୟ ହିନ୍ଦରୁ ଭିଡିଓ ଆରମ୍ଭ ନକରି ଅସଲାମ୍ ୱାଲିକମ କହିଥିଲେ, ତାକୁ ନେଇ ଅଭିଯୋଗ କରିଥିଲେ ହିନ୍ଦୁ ଲିଗାଲ ଫଣ୍ଡ କମିଟି। ଏହି ଘଟଣା ଗୋଟେ ଦିନ ପରେ ଅର୍ଥାତ ସେପ୍ଟେମ୍ବର ୧୪ରେ ବୁସ୍ରାଙ୍କୁ ଆସିଥିଲା ବଦଳିର ନିର୍ଦ୍ଦେଶ। ଘଟଣାକୁ ନେଇ ରାଜନୀତି ବି ତେଜିଛି। ପଶ୍ଚିମବଙ୍ଗ ସରକାର ବିରୋଧରେ ଅଭିଯୋଗ ଆଣିଛନ୍ତି ଟିଏମସି ଓ AIMIM। କିନ୍ତୁ ଏଯାଏଁ ବିଜେପି ଆଡ଼ୁ କୌଣସି ବି ପ୍ରତିକ୍ରିୟା ଆସିନି।

IPS ବୁସ୍ରାଙ୍କୁ ବର୍ତ୍ତମାନ ଆର୍ମ୍ଡ ପୋଲିସର ଚତୁର୍ଥ ବାଟାଲିୟାନ ଡେପୁଟି କମାଣ୍ଡର ଭାବେ ନିଯୁକ୍ତି କରାଯାଇଛି।...ଯଦିଓ ବୁସ୍ରାଙ୍କ ବଦଳି ନୋଟିସର କାରଣରେ ଅସଲାମ୍ ୱାଲିକୁମ୍ ଶବ୍ଦର ବ୍ୟବହାର ବୋଲି ଲେଖାଯାଇନି କିମ୍ବା ଏହାକୁ ଦର୍ଶାଯାଇନି କିନ୍ତୁ ଭିଡିଓର ବିବାଦର ଗୋଟେ ଦିନ ପରେ ହିଁ ତାଙ୍କୁ ବଦଳିର ନିର୍ଦ୍ଦେଶ ଆସିଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।