Jagmohan Meena’s Resignation Accepted: ଭୁବନେଶ୍ବର DCP ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ, ଦକ୍ଷ ଅଫିସର ଭାବେ ପାଇଥିଲେ ଅନେକ ପଦକ
ଭୁବନେଶ୍ବର DCP ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ ହୋଇଛି। ଇସ୍ତଫା ଗ୍ରହଣ କରି ଗୃହ ମନ୍ତ୍ରାଳୟକୁ ପଠାଇଲେ ରାଜ୍ୟ ସରକାର। ୨୦୧୩ ବ୍ୟାଚର IPS ଅଫିସର ହେଉଛନ୍ତି ଜଗମୋହନ ମୀନା।...୧୩ ବର୍ଷର ଚାକିରି, ୩ ଗୁରୁତ୍ବପୂର୍ଣ୍ଣ ପୋଲିସ ମେଡାଲ, ୨୦୧୯ରେ ପୋଲିସ ବୀରତା ପଦକ, ୨୦୨୧ରେ ପୋଲିସ ଆନ୍ତରିକ ସୁରକ୍ଷା ସେବା ପଦକ ଓ ୨୦୨୩ରେ ରାଜ୍ୟପାଳ ପଦକ।
ଗଞ୍ଜାମରୁ ଅନୁଗୁଳ ଯାଏଁ ବନିଥିଲେ ଏସପି। ପରେ କଟକ ଓ ତା’ପରେ ୨୦୨୫ ଫେବ୍ରୁଆରୀରୁ ଭୁବନେଶ୍ବର ଭଳି ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଡିସିପି ଦାୟିତ୍ବ ତୁଲାଇଥିଲେ। ଆଉ ୬ ମାସ ପରେ ପଦୋନ୍ନତି ପାଇ ହୋଇଥାନ୍ତେ ଡିଆଇଜି। ତା ଆଗରୁ ଇସ୍ତଫା ଦେଇଛନ୍ତି ଜଗମୋହନ ମୀନା।
ଯୁବ IPS ଜଗମୋହନ ମୀନା ଜଣେ IIT ପାସଆଉଟ। ବି-ଟେକ୍ ପରେ ଏମଟେକ୍ ମଧ୍ୟ କରିଛନ୍ତି। ଆଇଟି ଟେକ୍ନୋଲୋଜିରେ ଧୂରନ୍ଧର ଜଗମୋହନ ଭୁବନେଶ୍ବର ଡିସିପି ଭାବେ ଯୋଗ ଦେବାପରଠୁ ସାଇବର ଅପରାଧ ସଂପର୍କିତ ମାମଲାକୁ ବେଶ ଗୁରୁତ୍ବ ଦେଉଥିଲେ। ରାଜ୍ୟ ତଥା ରାଜ୍ୟ ବାହାରୁ ଏକାଧିକ ସାଇବର ଅପରାଧୀଙ୍କୁ ବାନ୍ଧିବା କ୍ଷେତ୍ରରେ ଦେଶରେ ବେଶ ଚର୍ଚ୍ଚିତ ନାଁ ଜଗମୋହନ ମୀନା।
ରାଜସ୍ଥାନରେ ଥିବା ନିଜ ସମ୍ପର୍କୀୟଙ୍କ ଏକ ଘରୋଇ ସଂସ୍ଥାର ଦାୟିତ୍ବ ନେବେ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଏ ନେଇ ସେ କିଛି ସ୍ପଷ୍ଟ କରିନାହାଁନ୍ତି। ବରଂ ଇସ୍ତଫା ଭଳି ଚରମ ନିଷ୍ପତ୍ତି ପୂର୍ବରୁ ପରିବାର ଓ ବନ୍ଧୁ ବର୍ଗଙ୍କ ସହ ଆଲୋଚନା କରିଥିବା ସେ କହିଥିଲେ। ଦୀର୍ଘ ଦିନରୁ ଇସ୍ତଫା ପାଇଁ ନିଷ୍ପତ୍ତି ନେଇଥିଲି ବୋଲି କହିଥିଲେ ଜଗମୋହନ ମୀନା ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।