Jail Warder Brutally Attacked: ଜେଲ୍ ୱାର୍ଡରଙ୍କୁ ମରଣାନ୍ତକ ଆକ୍ରମଣ, କଟକ ସ୍ଥାନାନ୍ତର

Aug 26, 2026 - 19:01
Jail Warder Brutally Attacked: ଜେଲ୍ ୱାର୍ଡରଙ୍କୁ ମରଣାନ୍ତକ ଆକ୍ରମଣ, କଟକ ସ୍ଥାନାନ୍ତର

ଜେଲ୍ ୱାର୍ଡରଙ୍କୁ ମରଣାନ୍ତକ ଆକ୍ରମଣ। ବାଲେଶ୍ବର ଜିଲ୍ଲା ସୋର ଉପକାରାଗାର ୱାର୍ଡର ସୁରେନ୍ଦ୍ର ସାମଲଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଘରକୁ ଫେରୁଥିବା ବେଳେ ମାଣତ୍ରୀ ଛକ ବଳିବାଡ଼ ନିକଟରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ଭୁଜାଲିରେ ହାତ ଗୋଡ଼ ହାଣିଥିବା ସୂଚନା ମିଳିଛି। ୱାର୍ଡରଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ କଟକ ସ୍ଥାନାନ୍ତର କରାଯାଇଛି। ଜେଲ୍ ରେ ଥିବା କିଛି ଅପରାଧୀଙ୍କ ନିର୍ଦ୍ଦେଶରେ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।