Jajpur ZP CDO vs MP supporters ଯାଜପୁର ଜିଲ୍ଲା ପରିଷଦ ସିଡିଓଙ୍କୁ ସାଂସଦଙ୍କ ସମର୍ଥକଙ୍କ ଆକ୍ରମଣ, ଥାନାରେ ଏତଲା

Oct 07, 2026 - 21:11
Jajpur ZP CDO vs MP supporters ଯାଜପୁର ଜିଲ୍ଲା ପରିଷଦ ସିଡିଓଙ୍କୁ ସାଂସଦଙ୍କ ସମର୍ଥକଙ୍କ ଆକ୍ରମଣ, ଥାନାରେ ଏତଲା

"ଯାଜପୁର (ମନୋଜ କୁମାର ରାଉଳ): ଜିଲ୍ଲା ପ୍ରଶାସନର ଏକ ସମୀକ୍ଷା ବୈଠକର ଅବ୍ୟବହିତ ପୂର୍ବରୁ ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ (ସିଡିଓ) ଦେବୀ ପ୍ରସାଦ ମହାନ୍ତିଙ୍କୁ ସାଂସଦ ରବୀନ୍ଦ୍ର ନାରାୟଣ ବେହେରାଙ୍କ ସମର୍ଥକମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଏନେଇ ସିଡିଓ ମହାନ୍ତି ଥାନାରେ ଏତଲା ଦେଇଥିବା ବେଳେ ସିଡିଓଙ୍କ ବିରୋଧରେ ମଧ୍ୟ ସାଂସଦଙ୍କ ପ୍ରତିନିଧି ପ୍ରଦୀପ କୁମାର ଧଳ ଓ ଦୁଃଖିଶ୍ୟାମ ପାଣି ପାଲଟା ଅଭିଯୋଗ ଥାନାରେ ଦାଏର କରିଛନ୍ତି।

ସେମାନଙ୍କୁ ସିଡିଓ ଜାତିଆଣ ସୂଚକ ମନ୍ତବ୍ୟ ଦେବା ଓ ଗାଳିଗୁଲଜ କରିଥିବା ଦର୍ଶାଇଛନ୍ତି।

ଏହି ଘଟଣାକୁ ନେଇ ଯାଜପୁରରେ ରାଜନୀତି ସରଗରମ ହୋଇଛି।

Advertisment Odisha Vigilance: ଯାଜପୁରରେ ଭିଜିଲାନ୍ସ ଜାଲରେ ଜୁନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ ପ୍ରସନ୍ନ ସାହାଣୀ, ୪୦ ହଜାର ଟଙ୍କା ଲାଞ୍ଚ ଜବତ ଅକ୍ଟୋବର ୫ ତାରିଖ ରାତି ପ୍ରାୟ ୮ଟାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପ୍ରଶାସନ ସହ ବିଧାୟକ ଓ ସାଂସଦଙ୍କର ଏକ ବୈଠକ ଆୟୋଜନ କରାଯାଇଥିଲା।

ଏହା ପୂର୍ବରୁ ଜିଲ୍ଲା ପରିଷଦ ପିଡି ଶ୍ରୀ ମହାନ୍ତି ସର୍କିଟ୍‌ ହାଉସରେ ସାଂସଦ ରବୀନ୍ଦ୍ର ନାରାୟଣ ବେହେରାଙ୍କ ନିକଟରେ ଉପସ୍ଥିତ ଥିଲେ।

ସେଠାରେ ସାଂସଦ ସରକାରୀ ପ୍ରକଳ୍ପଗୁଡ଼ିକ‌ ଅନୁମୋଦନରେ ବହୁ ପାତରଅନ୍ତର କରାଯାଉଥିବା ନେଇ ସିଡିଓଙ୍କୁ ତାଗିଦ କରିଥିଲେ।

ଏହାକୁ ଶ୍ରୀ ମହାନ୍ତି ଖଣ୍ଡନ କରିଥିଲେ।

ଏହି ପ୍ରସଙ୍ଗକୁ ନେଇ  ସେଠାରେ ଉପସ୍ଥିତି ସାଂସଦଙ୍କ ସହଯୋଗୀ ତଥା ଯାଜପୁର ବିଜେପିର ଦୁଇ ବରିଷ୍ଠକର୍ମୀ ଯାଜପୁର ଟାଉନର କଳିଙ୍ଗ କେଶରୀ ମହାନ୍ତି ଓ ସୁଜନପୁରର ପ୍ରତାପ ମହାନ୍ତି ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ।

ଅଭିଯୋଗରେ ସିଡିଓ ଦର୍ଶାଇଛନ୍ତି ଯେ ଆକ୍ରମଣ ଘଟଣା ପରେ ସେ ଭୟଭୀତ ଅଛନ୍ତି।

ଏଣୁ ତାଙ୍କୁ ସୁରକ୍ଷା ଯୋଗାଇବାକୁ ନିବେଦନ କରିଛନ୍ତି।

Jajpur Medical College: ଯାଜପୁର ମେଡିକାଲ କଲେଜ: ରୋଗୀ ବଢୁଛନ୍ତି, ସେବା ବଢୁନି ଅନ୍ୟପକ୍ଷରେ ସାଂସଦଙ୍କ ପ୍ରତିନିଧି ଦ୍ବୟ ନିଜ‌ ଅଭିଯୋଗରେ ଦର୍ଶାଇଛନ୍ତି ଯେ ସିଡିଓ ଶ୍ରୀ ମହାନ୍ତି ସେଦିନ ନିଶାସକ୍ତ ଅବସ୍ଥାରେ ଥିଲେ।

ସାଂସଦ ଡ.

ବେହେରା ତାଙ୍କ ସହ ଆଲୋଚନା କରୁଥିବା ବେଳେ ସେ କୌଣସି କଥାକୁ ସ୍ବୀକାର କରିବା ଅବସ୍ଥାରେ ନଥିଲେ।

ଏତିକି‌ବେଳେ ବିଭିନ୍ନ ଅଞ୍ଚଳରୁ ସାଂସଦଙ୍କୁ ଭେଟିବାକୁ ଯାଇଥିବା ଦଳୀୟ କର୍ମୀ ଓ ନେତାମାନେ ସିଡିଓ ଶ୍ରୀ ମହାନ୍ତିଙ୍କ ଏପରି ଆଚରଣକୁ ବିରୋଧ କରିବା ସହ ପଚରାଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦେବାକୁ କହିଥିଲେ।

ଏଥିରେ ସେ ଉତ୍‌କ୍ଷିପ୍ତ ହୋଇ ସେମାନଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ।

ଏପରିକି ଜାତିଆଣ ମନ୍ତବ୍ୟ ଦେବା ସହ ଗାଡ଼ି ଚଢ଼ାଇ ମାରିଦେବାକୁ ଧମକଚମକ ଦେଇଥିଲେ।

ଯାଜପୁର ଟାଉନ ଥାନା ଆଇଆଇସି ଶରତ କୁମାର ନାୟକ କହିଛନ୍ତି, ଉଭୟ ପକ୍ଷଙ୍କ ଅଭିଯୋଗ ଆଧାରରେ ୩ଟି ମାମଲା ରୁଜୁ କରାଯାଇଛି।

ଅଭିଯୋଗ ଆଧାରରେ ପୁଲିସ ତଦନ୍ତ କରୁଛି।

ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।