Janhvi Kapoor: ମାଆ ତଥା କିମ୍ବଦନ୍ତୀ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ ଜାହ୍ନବୀ କପୁର

Oct 21, 2026 - 13:30
Janhvi Kapoor: ମାଆ ତଥା କିମ୍ବଦନ୍ତୀ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ ଜାହ୍ନବୀ କପୁର

"ମୁମ୍ବାଇ:  ଆଗାମୀ ଇଣ୍ଟରନ୍ୟାସନାଲ୍ ଇଣ୍ଡିଆନ୍ ଫିଲ୍ମ ଏକାଡେମୀ (IIFA) ଆୱାର୍ଡସ୍ ୨୦୨୭ରେ ନିଜ ସ୍ୱର୍ଗତ ମାଆ ତଥା କିମ୍ବଦନ୍ତୀ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏକ ଭାବପ୍ରବଣ ମୁହୂର୍ତ୍ତ ସୃଷ୍ଟି କରିପାରନ୍ତି ଅଭିନେତ୍ରୀ ଜାହ୍ନବୀ କପୁର।

IIFAର ସହ-ପ୍ରତିଷ୍ଠାତା ଆନ୍ଦ୍ରେ ଟିମିନ୍ସ ସୂଚନା ଦେଇଛନ୍ତି ଯେ, ଆବୁଧାବିର ୟାସ୍ ଦ୍ୱୀପସ୍ଥିତ ଇତିହାଦ୍ ଆରେନାରେ ଜାନୁଆରୀ ୨୨ ଓ ୨୩ ତାରିଖରେ ଆୟୋଜିତ ହେବାକୁ ଥିବା ଏହି ସମାରୋହରେ ଜାହ୍ନବୀ ଏକ ସ୍ୱତନ୍ତ୍ର ପ୍ରଦର୍ଶନ ମାଧ୍ୟମରେ ଶ୍ରୀଦେବୀଙ୍କୁ ସମ୍ମାନ ଜଣାଇବାର ସମ୍ଭାବନା ରହିଛି।Advertisment ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଦେବୀ ଯଦି ଏହି ପ୍ରଦର୍ଶନକୁ ଚୂଡ଼ାନ୍ତ କାର୍ଯ୍ୟସୂଚୀରେ ସ୍ଥାନ ଦିଆଯାଏ, ତେବେ ଏହା ଜାହ୍ନବୀଙ୍କ ସହ ଶ୍ରୀଦେବୀଙ୍କ ବ୍ୟକ୍ତିଗତ ସମ୍ପର୍କ ଏବଂ ଭାରତୀୟ ସିନେମାରେ ଏହି ଦିବଂଗତ ଅଭିନେତ୍ରୀଙ୍କ ଅବିସ୍ମରଣୀୟ ଅବଦାନକୁ ଏକାଠି ପ୍ରତିଫଳିତ କରିବ।

ହିନ୍ଦୀ ସିନେମାର ଅନ୍ୟତମ ସଫଳ ଓ ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଦେବୀ ବିଭିନ୍ନ ଭାଷା ଓ ଧରଣର ଚଳଚ୍ଚିତ୍ରରେ ନିଜର ଅଭିନୟ ଛାପ ଛାଡ଼ିଯାଇଛନ୍ତି।

ଅନ୍ୟପକ୍ଷରେ, ପୁଣିଥରେ IIFA ମଞ୍ଚକୁ ଫେରିବା ନେଇ ଜାହ୍ନବୀ ନିଜର ଉତ୍ସାହ ପ୍ରକାଶ କରିଛନ୍ତି।

ଆବୁଧାବିରେ ଅନୁଷ୍ଠିତ IIFA ପୁରସ୍କାର ସମାରୋହରେ ନିଜର ପ୍ରଥମ ପ୍ରଦର୍ଶନର ଅନୁଭୂତିକୁ ମନେ ପକାଇ ସେ ଏକ ବିବୃତିରେ କହିଛନ୍ତି ଯେ, ଅନ୍ତର୍ଜାତୀୟ ଦର୍ଶକଙ୍କ ସାମ୍ନାରେ ପ୍ରଦର୍ଶନ କରିବାର ଉତ୍ସାହ ଏବଂ ଭାରତୀୟ ସିନେମାକୁ ପାଳନ କରିବାରେ ଏହି ଆୟୋଜନର ବିଶେଷ ଗୁରୁତ୍ୱ ରହିଛି।

ଜାହ୍ନବୀ କହିଛନ୍ତି, “ଆବୁଧାବିରେ ମୋର ପ୍ରଥମ IIFA ପ୍ରଦର୍ଶନ ସବୁବେଳେ ମୋ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି ରହିବ।

ସେହି ରାତିର ଉତ୍ସାହ, ମନରେ ଥିବା ଆଶଙ୍କା ଏବଂ ଅବିଶ୍ୱସନୀୟ ଉର୍ଜା ମୋର ମନେ ଅଛି।

ଏବେ ପୁଣିଥରେ IIFA ମଞ୍ଚକୁ ଫେରିବା ମୋ ପାଇଁ ଅଧିକ ଭଲପାଇବା ଓ ଉତ୍ସାହ ସହ ଫେରିବା ଭଳି ଅନୁଭବ ହେଉଛି। “IIFA ଏକ ସୁନ୍ଦର ଉତ୍ସବ, କାରଣ ଏହା ସିନେମା ଭଳି ଆମ ସମସ୍ତଙ୍କ ପ୍ରିୟ ବିଷୟ ମାଧ୍ୟମରେ କଳାକାର, ଦର୍ଶକ ଏବଂ ବିଶ୍ୱବ୍ୟାପୀ ଭାରତୀୟ ସମୁଦାୟକୁ ଏକାଠି କରେ।

IIFAରେ ପ୍ରଦର୍ଶନ କରିବା ଏକ ନିଆରା ଅନୁଭୂତି।

ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିଥିବା ଦର୍ଶକ ଏକାଠି ହୋଇ ଭାରତୀୟ ସଙ୍ଗୀତ, ଚଳଚ୍ଚିତ୍ର ଓ କଳାକାରଙ୍କୁ ଏତେ ଉତ୍ସାହର ସହ ପାଳନ କରୁଥିବା ଦେଖିବା ଅତ୍ୟନ୍ତ ସ୍ୱତନ୍ତ୍ର।

ଦର୍ଶକଙ୍କ ମନରେ ଦୀର୍ଘ ସମୟ ଧରି ରହିବ “ଆବୁଧାବିରେ ମୋର ପ୍ରଥମ IIFA ଅନୁଭୂତି ଅତ୍ୟନ୍ତ ସ୍ମରଣୀୟ ଥିଲା।

ଏବେ ପୁଣିଥରେ ୟାସ୍ ଦ୍ୱୀପକୁ ଫେରିବା ନେଇ ମୁଁ ବହୁତ ଉତ୍ସାହିତ।

ମୁଁ ନାଚିବାକୁ, ପ୍ରଦର୍ଶନ କରିବାକୁ ଏବଂ ଏପରି ଏକ ମୁହୂର୍ତ୍ତ ସୃଷ୍ଟି କରିବାକୁ ଅପେକ୍ଷା କରିଛି, ଯାହା ଆଲୋକ ଲିଭିଯିବା ପରେ ମଧ୍ୟ ଦର୍ଶକଙ୍କ ମନରେ ଦୀର୍ଘ ସମୟ ଧରି ରହିବ।”  ଜାହ୍ନବୀ କପୁର ଆଗାମୀ ଦିନରେ ଲକ୍ଷ୍ୟ ଏବଂ ଟାଇଗର ଶ୍ରଫ୍‌ଙ୍କ ସହ "ଲଗ୍ ଜା ଗଲେ" ଚଳଚ୍ଚିତ୍ରରେ ନଜର ଆସିବେ ବୋଲି ଜଣାଯାଇଛି ।

ଏହା ବ୍ୟତୀତ ଉମେଶ ବିଷ୍ଟଙ୍କ ନିର୍ଦ୍ଦେଶିତ ଏକ ନାମକରଣ ହୋଇନଥିବା ଚଳଚ୍ଚିତ୍ରରେ ମଧ୍ୟ ସେ ଅଭିନୟ କରୁଛନ୍ତି।

ଏହି ଫିଲ୍ମରେ ତାଙ୍କ ସହ ଶ୍ରୀଲୀଲା ମଧ୍ୟ ନଜର ଆସିବେ।

ଏହାଛଡ଼ା ତାଙ୍କ ହାତରେ ଆହୁରି କେତେକ ଫିଲ୍ମ ବି ରହିଛି।

ଅଧିକ ବିବରଣୀକୁ ଅପେକ୍ଷା IIFAର ୨୭ତମ ସଂସ୍କରଣ ନିକଟତର ହେଉଥିବାବେଳେ, ଜାହ୍ନବୀ ନିଜ ମାଆ ଶ୍ରୀଦେବୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାର ସମ୍ଭାବନା ଏହି ଉତ୍ସବକୁ ଆହୁରି ଭାବପ୍ରବଣ କରିଦେଇଛି।

ତେବେ ଏହି ସ୍ୱତନ୍ତ୍ର ପ୍ରଦର୍ଶନ ସମ୍ପର୍କରେ ଅଧିକ ବିବରଣୀକୁ ଅପେକ୍ଷା କରାଯାଇଛି।

Elephant: ୧୦ ମାସ ପରେ ପୁଣି ଫେରିଲା ଦନ୍ତା,  ଘେରି ରହିଛନ୍ତି ୨୦ ଜଣିଆ ବନବାହିନୀ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।