Jatra Stage Misconduct Allegation: ଯାତ୍ରା ପେଣ୍ଡାଲରେ ସାହୁ ଭାଉଜଙ୍କୁ ଅସଦାଚରଣ ଅଭିଯୋଗ, ଭିଡିଓ ଭାଇରାଲ
ଯାତ୍ରା ପେଣ୍ଡାଲରେ ସାହୁ ଭାଉଜଙ୍କୁ ଅସଦାଚରଣ ଅଭିଯୋଗ। ଟଙ୍କା ଦେବା ବାହାନାରେ ହାତ ଟାଣି ନେଲେ ଜଣେ ଦର୍ଶକ । ଏନେଇ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ମୟୂରଭଞ୍ଜ ଯଶିପୁର ଅଞ୍ଚଳର ମଣନ୍ଦ ଗାଁରେ ଯାତ୍ରାଶ୍ରୀ ଗଣନାଟ୍ୟ ପକ୍ଷରୁ ଯାତ୍ରା ଆୟୋଜିତ ହୋଇଥିଲା।
ନୃତ୍ୟ ପରିବେଷଣ ସମୟରେ ରରୁଆଁ ଅଞ୍ଚଳର ଜଣେ ବ୍ୟକ୍ତି ସାହୁ ଭାଉଜଙ୍କୁ ଟଙ୍କା ଦେବା ବାହାନାରେ ଟାଣି ଆଣି ଅଶୋଭନୀୟ ଆଚରଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଉତକ୍ଷିପ୍ତ ହୋଇ ଷ୍ଟେଜ ଛାଡ଼ି ସାହୁ ଭାଉଜ ପଳାଉଥିବା ବେଳେ କମିଟି ସଦସ୍ୟ ବୁଝାସୁଝା କରି ପୁଣି ଷ୍ଟେଜକୁ ଆଣିଥିଲେ।
ଯାତ୍ରା ପେଣ୍ଡାଲରେ ସାହୁ ଭାଉଜଙ୍କୁ ଅସଦାଚରଣ ଅଭିଯୋଗ
ଟଙ୍କା ଦେବା ବାହାନାରେ ହାତ ଟାଣି ନେଲେ ଜଣେ ଦର୍ଶକ
ଅସଦାଚରଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ
ଯାତ୍ରାଶ୍ରୀ ଗଣନାଟ୍ୟର ଯାତ୍ରା ପରିବେଷଣ ବେଳେ ଅସଦାଚରଣ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।