Jewellery Shop Theft: ବାଣପୁର ଜୁଏଲାରୀ ଲୁଟ୍ ଘଟଣାରେ ନୂଆ ମୋଡ଼ ! ମାଲିକଙ୍କ ସମ୍ପୃକ୍ତି ନେଇ ପୋଲିସର ସନ୍ଦେହ

Oct 31, 2026 - 12:14
Jewellery Shop Theft: ବାଣପୁର ଜୁଏଲାରୀ ଲୁଟ୍ ଘଟଣାରେ ନୂଆ ମୋଡ଼ ! ମାଲିକଙ୍କ ସମ୍ପୃକ୍ତି ନେଇ ପୋଲିସର ସନ୍ଦେହ

ବାଣପୁର ଥାନା ସାମ୍ନାରେ ଥିବା ନିରଞ୍ଜନ ଜୁଏଲାରୀରୁ ଚୋରି ଘଟଣାକୁ ୩ ଦିନ ବିତିଲାଣି ।

ହେଲେ ଏଯାଏ ଚୋର କି ଚୋରି ଜିନିଷର କୌଣସି ସୁରାକ ପାଇନି ପୋଲିସ ।

ପ୍ରାୟ କୋଟିଏ ଟଙ୍କାର ଗହଣା ଚୋରି ହୋଇଥିଲା ବେଳେ ଘଟଣା ପଛରେ ଖୋଦ ଦୋକାନ ମାଲିକଙ୍କ ସଂପୃକ୍ତି ରହିଥିବା ସନ୍ଦେହ କରୁଛି ପୋଲିସ ।

ତିନି ଦିନ ପରେ ବି ପୋଲିସ ଲୁଟେରାଙ୍କ ପାଖରେ ପହଞ୍ଚି ପାରିନଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ମାଲିକ ଏବଂ ତାଙ୍କ ପରିବାର ।

ଚୋରଙ୍କ ପାଖରେ ପହଞ୍ଚିବା ଯେତେ ଡେରି ହେବ, ଉଦ୍ଧାର ଜିନିଷ ପରିମାଣ ସେତେ କମି କମି ଯିବ ବୋଲି ସେ ଆଶଙ୍କା କରିଛନ୍ତି ।

୨୭ ତାରିଖ ବିଳମ୍ବିତ ରାତିରେ ଦୋକାନ ପଛପଟ କାନ୍ଥ କଣା କରି ଚୋରି ହୋଇଥିବା ଅଭିଯୋଗ ହୋଇଥିଲା ।

୪ଶହ ଗ୍ରାମରୁ ଅଧିକ ସୁନା, ୧୩ କେଜି ରୁପା ସହ ଅନ୍ୟାନ୍ୟ ଗହଣା ଚୋରି ହୋଇଥିବା ଥାନାରେ ଏତଲା ହୋଇଥିଲା ।

ଲୁଟ ଜିନିଷର ମୂଲ୍ୟ ୧ କୋଟିରୁ ଅଧିକ ହେବ ବୋଲି ଆକଳନ କରାଯାଇଥିଲା ।

ପୋଲିସ ସନ୍ଧାନୀ କୁକୁର ସହ ଘଟଣା ସ୍ଥଳରେ ଛାନଭିନ କରିଥିଲା ।

ତେବେ ପ୍ରାଥମିକ ତଦନ୍ତ କାଳରେ କୌଣସି ଲୁଟେରାଙ୍କ ଦ୍ବାରା ଲୁଟ ନେଇ ସନ୍ଦେହ ପ୍ରକାଶ କରିଥିଲା ପୋଲିସ ।

କାନ୍ଥରେ ଯେଉଁ କଣା ହୋଇଛି ସେଥିରେ ଜଣେ ଭିତରେ ପଶିବା, ଭିତର ଡ୍ର ସହ ତାଲା ସବୁ ଖୋଲା ରହିଥିବା ସନ୍ଦେହଜନକ ଥିଲା ।

Advertisment ଦୋକାନ ମାଲିକ ନିରଞ୍ଜନ ପାତ୍ର ବିଭିନ୍ନ ଲୋକଙ୍କ ଠାରୁ ଧାର କରଜ କରିଥିବା ଏବଂ ଚୋରି ଜିନିଷର କୌଣସି ବିଲ ଦେଖାଇ ପାରୁନଥିବାରୁ ଏପରି ଲୁଟ ନାଟକ କରୁଥିବା ପୋଲିସ ସନ୍ଦେହ କରିଥିଲା ।

ତେବେ ପୋଲିସ ଯଦି ତାଙ୍କୁ ସନ୍ଦେହ କରୁଛି ତେବେ ତଦନ୍ତ ପରିସରଭୁକ୍ତ କରି ଚୋରି ଜିନିଷ ଉଦ୍ଧାର କରୁ ବୋଲି ଦାବି କରିଛନ୍ତି ଦୋକାନ ମାଲିକ ନିରଞ୍ଜନ ।

ଅନ୍ୟପକ୍ଷରେ ସେଦିନ ରାତିରେ ୩ ଜଣ ଯୁବକ ଦୋକାନ ପଛପଟୁ ଏକ ବସ୍ତାରେ କିଛି ଜିନିଷ ନେଇ ପଳାଉଥିବା ସେ ଏବଂ ତାଙ୍କ ପତ୍ନୀ ଦେଖିଥିଲେ ବୋଲି କହିଛନ୍ତି ଘଟଣାର ପ୍ରତ୍ୟକ୍ଷଦର୍ଶୀ କୁହାଯାଉଥିବା ବାଣପୁରର କୈଳାସ ମାର୍ଥା ।

ପୋଲିସ ତାଙ୍କୁ ଡାକି ପଚରାଉଚରା କରିଥିବା ସେ କହିଛନ୍ତି ।

ପୋଲିସ ତଦନ୍ତ ଅଗ୍ରଗତି ନେଇ ଆମ ପ୍ରତିନିଧି ବାଣପୁର ଏସଡିପିଓଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ସେ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।