Jio IPO: ଭାରତର ସବୁଠୁ ବଡ଼ ଆଇପିଓ ଆଣିବ ଜିଓ: ତିନିଟି ଗ୍ରୋଥ୍ ଇଞ୍ଜିନ୍ ଉପରେ ଫୋକସ୍
"ମୁମ୍ବାଇ/ଭୁବନେଶ୍ବର: ଜିଓ ପ୍ଲାଟ୍ଫର୍ମସ୍ ଭାରତର ଏଯାବତ୍ ସବୁଠାରୁ ବଡ଼ ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍ ଅଫର୍) ଆଣିବା ଲାଗି ଆଜି ଘୋଷଣା କରିଛି।
ମୁମ୍ବାଇରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କମ୍ପାନି ଏ ନେଇ ଘୋଷଣା କରିଛି।
କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଆକାଶ ଅମ୍ବାନୀ ଯୋଗ ଦେଇ ଜିଓର ଭବିଷ୍ୟତ ଯୋଜନା ସମ୍ପର୍କରେ ସୂଚନା ଦେଇଛନ୍ତି।
ମୋବିଲିଟି, ହୋମ୍ ବ୍ରଡ୍ବ୍ୟାଣ୍ଡ ଏବଂ ଏଣ୍ଟରପ୍ରାଇଜ୍-ଇଣ୍ଟରନ୍ୟାସନାଲକୁ କମ୍ପାନିର ତିନିଟି ପ୍ରମୁଖ ଅଭିବୃଦ୍ଧି ଇଞ୍ଜିନ୍ ଭାବେ ସେ ଉଲ୍ଲେଖ କରିଛନ୍ତି।
ଟେକ୍ନୋଲୋଜି, ଡିଜିଟାଲ୍ ଗେଟ୍ୱେ ଏବଂ ଦୃଢ଼ ଭିତ୍ତିଭୂମି ଆଧାରରେ କମ୍ପାନି ୨୦୩୧ ଆର୍ଥିକ ବର୍ଷ ସୁଦ୍ଧା ଭାରତର ପ୍ରାୟ ୧.୪ ଟ୍ରିଲିୟନ୍ ଡଲାରର ଡିଜିଟାଲ୍ ଅର୍ଥନୀତିରେ ଏକ ବଡ଼ ଭୂମିକା ନିର୍ବାହ କରିପାରିବ ବୋଲି ବିଶ୍ବାସ ରଖିଛି।
Advertisment IPO: ୩୦ ବର୍ଷ ପରେ ଗୋଟିଏ ଦିନରେ ୬ ଆଇପିଓ ଆକାଶ କହିଛନ୍ତି, ଆମ ବ୍ୟବସାୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛନ୍ତି ଆମର ଗ୍ରାହକ।
ପ୍ରତ୍ୟେକ ଭାରତୀୟ, ପ୍ରତ୍ୟେକ ଘର ଏବଂ ପ୍ରତ୍ୟେକ ଉଦ୍ୟୋଗକୁ ଉନ୍ନତ ଓ ସୁଲଭ ଡିଜିଟାଲ୍ ସେବା ଯୋଗାଇବା ଉପରେ ଜିଓର ପ୍ରାଧାନ୍ୟ ରହିବ।
ବର୍ତ୍ତମାନ ଜିଓର ପ୍ରାୟ ୫୩.୩ କୋଟି ଗ୍ରାହକ ଅଛନ୍ତି ଏବଂ ଦେଶର ମୋଟ ଡାଟା ଟ୍ରାଫିକ୍ର ୬୦ ପ୍ରତିଶତରୁ ଅଧିକ ଜିଓ ପରିଚାଳନା କରୁଛି।
ମୋବିଲିଟି କ୍ଷେତ୍ରରେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ପ୍ରାୟ ୩୪ କୋଟି ନୂଆ ୪ଜି ଏବଂ ୫ଜି ଗ୍ରାହକଙ୍କ ବଜାର ସୁଯୋଗ ରହିଛି ବୋଲି କମ୍ପାନି ଆକଳନ କରିଛି।
ଆକାଶଙ୍କ ଅନୁସାରେ, ଏଥିରେ ପ୍ରାୟ ୧୦ କୋଟି ଏପରି ନୂଆ ଗ୍ରାହକ ରହିବେ, ଯେଉଁମାନେ ପ୍ରଥମ ଥର ପାଇଁ ମୋବାଇଲ୍ କନେକ୍ସନ୍ ନେବେ।
ଅନ୍ୟପକ୍ଷରେ ପ୍ରାୟ ୨୪ କୋଟି ଗ୍ରାହକ ୨ଜିରୁ ୪ଜି ଏବଂ ୫ଜିକୁ ଯିବେ।
ତିନିଟି ଗ୍ରୋଥ୍ ଇଞ୍ଜିନ୍ ଉପରେ ଫୋକସ୍ ହୋମ୍ ବ୍ରଡ୍ବ୍ୟାଣ୍ଡ ଗ୍ରାହକ ସଂଖ୍ୟା ୧୦ କୋଟିରେ ପହଞ୍ଚାଇବା ଲକ୍ଷ୍ୟବିଦେଶୀ ବଜାରରେ ନିଜ ଟେକ୍ନୋଲୋଜି ଷ୍ଟାକ୍କୁ ଉପଯୋଗ ପାଇଁ ପ୍ରସ୍ତୁତି ହୋମ୍ ବ୍ରଡବ୍ୟାଣ୍ଡକୁ କମ୍ପାନି ଆଗାମୀ ବର୍ଷଗୁଡ଼ିକର ଏକ ପ୍ରମୁଖ ଅଭିବୃଦ୍ଧି ଇଞ୍ଜିନ୍ ଭାବେ ଦେଖୁଛି।
ବର୍ତ୍ତମାନ ଜିଓର ପ୍ରାୟ ୨ କୋଟି ୮୬ ଲକ୍ଷ ଫିକ୍ସଡ୍ ବ୍ରଡ୍ବ୍ୟାଣ୍ଡ ଗ୍ରାହକ ଅଛନ୍ତି।
ଏହି ଗ୍ରାହକ ଆଧାରକୁ ଭବିଷ୍ୟତରେ ୧୦ କୋଟି ଘର ପର୍ଯ୍ୟନ୍ତ ପହଞ୍ଚାଇବାକୁ କମ୍ପାନି ଲକ୍ଷ୍ୟ ରଖିଛି।
ତୃତୀୟ ଅଭିବୃଦ୍ଧି ଇଞ୍ଜିନ୍ ହେଉଛି ଏଣ୍ଟରପ୍ରାଇଜ୍ ଏବଂ ଅନ୍ତର୍ଜାତୀୟ ବ୍ୟବସାୟ।
ଭାରତରେ ପ୍ରାୟ ୫.୧ ଲକ୍ଷ କୋଟି ଟଙ୍କା ବା ୫୬.୮ ବିଲିୟନ୍ ଡଲାରର ଏଣ୍ଟରପ୍ରାଇଜ୍ ଡିଜିଟାଲ୍ ସେବା ବଜାରକୁ ଜିଓ ଏକ ବଡ଼ ସୁଯୋଗ ଭାବେ ଦେଖୁଛି।
ଆକାଶଙ୍କ ଅନୁସାରେ, ଦେଶର ପ୍ରାୟ ୬୫ ପ୍ରତିଶତ ବ୍ୟାଙ୍କ ଶାଖା ଜିଓ ନେଟ୍ୱର୍କ ସହ ସଂଯୁକ୍ତ ଅଛି।
Gyanesh Kumar: ନିଜ ନାଗରିକଙ୍କ ବିରୋଧରେ ମୋଦୀ, ଶାହ ଯୁଦ୍ଧ ଆରମ୍ଭ କରିଛନ୍ତି:ଅଭିଜିତ୍ ଦୀପକେ ଜିଓ ନିଜେ ବିକଶିତ କରିଥିବା ଏଣ୍ଡ-ଟୁ-ଏଣ୍ଡ ଟେକ୍ନୋଲୋଜି ଷ୍ଟାକ୍କୁ ନିର୍ଦ୍ଦିଷ୍ଟ ବିଦେଶୀ ବଜାରରେ ମଧ୍ୟ ବ୍ୟାବସାୟିକ ଭାବେ ଉପଯୋଗ କରି ଆୟ ବୃଦ୍ଧି କରିବାକୁ ଚାହୁଁଛି।
ଭାରତକୁ ଟେକ୍ନୋଲୋଜି ଆମଦାନିକାରୀରୁ ଟେକ୍ନୋଲୋଜି ରପ୍ତାନିକାରୀ ହେବା ଦିଗରେ ଆଗକୁ ବଢ଼ିବାରେ ଜିଓ ପ୍ରମୁଖ ଭୂମିକା ଗ୍ରହଣ କରିବ।
ଏଥିରେ କମ୍ପାନିର ଅଣକାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଈଶା ଅମ୍ବାନୀ ଜିଓର ଆରମ୍ଭ ଏବଂ ରିଲାଏନ୍ସର ବ୍ୟାବସାୟିକ ଚିନ୍ତାଧାରା ସମ୍ପର୍କରେ ଉଲ୍ଲେଖ କରି କହିଥିଲେ ଯେ କମ୍ପାନି ଦୀର୍ଘମିଆଦୀ ଚିନ୍ତାଧାରା, ବ୍ୟାପକ କାର୍ଯ୍ୟ ସମ୍ପାଦନ, ଦୃଢ଼ କାର୍ଯ୍ୟାନ୍ୱୟନ ଏବଂ ଆର୍ଥିକ ଶୃଙ୍ଖଳା ଉପରେ ଭରସା କରେ।
ସାମ୍ବାଦିକ ସମ୍ମିଳନୀ ଆରମ୍ଭରେ ବିଶିଷ୍ଟ ବ୍ୟାଙ୍କର ଉଦୟ କୋଟକ ରିଲାଏନ୍ସର ପ୍ରତିଷ୍ଠାତା ଧୀରୁଭାଇ ଅମ୍ବାନୀ ଏବଂ ୧୯୭୭ ମସିହାରେ ସେ ଆଣିଥିବା ରିଲାଏନ୍ସର ଆଇପିଓକୁ ମନେ ପକାଇଥିଲେ।
ଏହି ଅବସରରେ କମ୍ପାନି ସିଇଓ ପଙ୍କଜ ପାୱାର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
କମ୍ପାନି ଏହି ଆଇପିଓ ଜରିଆରେ ପ୍ରାୟ ୩୦,୨୧୩ କୋଟି ଟଙ୍କା ସଂଗ୍ରହ ଆଶା ରଖିଛି।
ଆବେଦନ ପାଇଁ ଏହା ଆସନ୍ତା ୨୧ ତାରିଖରେ ଖୋଲାଯାଇ ୨୩ ତାରିଖରେ ବନ୍ଦ ହେବ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।