Job fraud: ମିଛ ନିଯୁକ୍ତି ବିଜ୍ଞାପନ ଦେଇ ଯୁବଗୋଷ୍ଠୀଙ୍କୁ ଟାର୍ଗେଟ୍‌; ଅଭିଯୁକ୍ତ ଗିରଫ

Aug 07, 2026 - 18:13
Job fraud: ମିଛ ନିଯୁକ୍ତି ବିଜ୍ଞାପନ ଦେଇ ଯୁବଗୋଷ୍ଠୀଙ୍କୁ ଟାର୍ଗେଟ୍‌; ଅଭିଯୁକ୍ତ ଗିରଫ

"ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରିରେ ବେକାରି ଯୁବକମାନଙ୍କୁ ଟାର୍ଗେଟ କରିବା ପାଇଁ ଫେକ୍‌ ନିଯୁକ୍ତି ବିଜ୍ଞାପନ ସହରରେ ବୁଲୁଥିଲା।

ଏପରିକି ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିକ୍ୟୁରିଟି ଗାର୍ଡ, ସୁପରଭାଇଜର, ଏଚକେ ସୁପରଭାଇଜର, ସିକ୍ୟୁରିଟି ଅଫିସର, ବେବି କେୟାର ଏବଂ ହସପିଟାଲ ଆଟାଣ୍ଡାଣ୍ଟ ଚାକିରି ପାଇଁ ଆବେଦନ କରିପାରିବେ ବୋଲି ବିଜ୍ଞାପନରେ ଉଲ୍ଲେଖ ରହିଥିଲା।

Advertisment ଏଥିସହ ମୋବାଇଲ୍‌ ନମ୍ବର (୯୬୯୨୨୩୨୬୦୪)ରେ ଯୋଗାଯୋଗ କରିବା ପାଇଁ ମଧ୍ୟ କୁହାଯାଇଥିଲା।

ପୁଣି ଏହି ଚାକିରି ପାଇଁ ଅଧିକା ଦରମା ମଧ୍ୟ ପ୍ରଦାନ କରାଯାଉଥିବା ଉଲ୍ଲେଖ କରାଯାଇଥିଲା।

ଏହି ଫେକ ବିଜ୍ଞାପନ ସହରରେ ଘୁରି ବୁଲିବା ପରେ କିଛି ସାମାଜିକ କର୍ମୀ ଏନେଇ ଏସପିଙ୍କ ନିକଟରେ ଫେରାଦ ହୋଇ ଏହାର ତଦନ୍ତ କରିବାକୁ ଅନୁରୋଧ କରିଥିଲେ।

Arrest: ମହିଳାଙ୍କ ନକଲି ପରିଚୟରେ ପ୍ରେମଜାଲ, ପୁଲିସ ଓ ସାମ୍ବାଦିକ ସାଜି ଅର୍ଥ ଆଦାୟ ସରକାରଙ୍କ ତରଫରୁ ଏଭଳି କୌଣସି ବିଜ୍ଞାପନ ବାହାରିନଥିବା ବେଳେ ସରକାରୀ ଅନୁଷ୍ଠାନରେ କିପରି ଜଣେ ବ୍ୟକ୍ତିଗତ ଲୋକ ଏଭଳି ନିଯୁକ୍ତି ଦେବ ତାକୁ ନେଇ ସଂଦେହ ଉପୁଜିଥିଲା।

ମାଲକାନଗିରି ପୁଲିସ ଗତ ୪ ତାରିଖ ଦିନ ନିଜ ପଟରୁ ଏହାକୁ ଗୁରୁତ୍ବର ସହ ନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ତଦନ୍ତରୁ ପୁଲିସ ଜାଣିପାରିଥିଲା ଯେ ଜଗତସିଂହପୁରର ବିଶ୍ବଜିତ ଜେନା(୩୫) ନାମକ ଯୁବକ ଏଭଲି ଫେକ୍ ନିଯୁକ୍ତି ବିଜ୍ଞାପନ କରି ବେକାରୀ ଯୁବକମାନଙ୍କ ଠାରୁ ମୋଟା ଅଙ୍କର ଟଂକା ହାତେଇଥାନ୍ତା।

ପୁଲିସ ଅଭିଜିତ ଠାରୁ ୩ଟି ମୋବାଇଲ ଓ ବିଜ୍ଞାପନ ପ୍ରଚାର ପତ୍ରଗୁଡିକ ଜବତ କରିଛି।

ଏହି କେଶକୁ ଆଇଆଇସି ଦେବଦତ୍ତ ମଲ୍ଲିକ ଅଧିକା ତଦନ୍ତ କରୁଥିବା ଜଣାପଡିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।