NEET: କିପରି ହେଉଥିଲା ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ?

Aug 07, 2026 - 18:13
NEET: କିପରି ହେଉଥିଲା ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ?

"ନୂଆଦିଲ୍ଲୀ: ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ନେଇ ଦେଶରେ ଛାତ୍ରଙ୍କ ତୀବ୍ର ପ୍ରତିବାଦ ଓ ତତ୍କାଳୀନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ବି ଏହି ପ୍ରସଙ୍ଗ ଥମି ନାହିଁ।

ସରକାର ପ୍ରଶ୍ନପତ୍ର ଲିକ୍‌ ଉପରେ ଅଙ୍କୁଶ ଲଗାଇବାକୁ ଆଇନରେ କଠୋର ବ୍ୟବସ୍ଥା ମଧ୍ୟ କରିଥିଲେ।

ପ୍ରଶ୍ନ ପ୍ରସ୍ତୁତ କରୁଥିବା ବିଶେଷଜ୍ଞମାନେ ପ୍ରଶ୍ନ ମନେ ରଖିବା ସହିତ ଚିଟ୍‌ ବ୍ୟବହାର କରୁଥିବା ଜଣାପଡ଼ିଛି।

ମାମଲାର ତଦନ୍ତ କରୁଥିବା ସିବିଆଇର ଚାର୍ଜସିଟ୍‌ରୁ ଜଣାପଡ଼ିଛି ଯେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ)ରେ ବିଶେଷଜ୍ଞ ପ୍ରଶ୍ନପତ୍ର ଲିକ୍‌ କରିଥିଲେ।Advertisment ତୁର୍କୀ, ସାଉଦି ଆରବ ଓ ପାକିସ୍ତାନ ମଧ୍ୟରେ ତ୍ରିପାକ୍ଷିକ ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷରିତ ପ୍ରଶ୍ନ ପ୍ରସ୍ତୁତ କରୁଥିବା ବିଶେଷଜ୍ଞମାନେ ପ୍ରଶ୍ନଗୁଡ଼ିକୁ ମନେ ରଖିବା ସହିତ ଏହାକୁ ଚିଟ୍‌ରେ ଲେଖିବା, ପୁସ୍ତକରେ ପ୍ରାସଙ୍ଗିକ ଅନୁଚ୍ଛେଦଗୁଡ଼ିକୁ ଚିହ୍ନିତ କରିବା ପରି ଉପାୟ ଅବଲମ୍ବନ କରୁଥିଲେ।ଏନ୍‌ଟିଏ ଦଳର ଅଂଶ ଥିବା ତିନି ଜଣ ବିଷୟ ବିଶେଷଜ୍ଞ କିପରି ପ୍ରଶ୍ନପତ୍ର ଲିକ୍ କରିଥିଲେ ତାହା ୯୪ ପୃଷ୍ଠାର ସିବିଆଇ ଚାର୍ଜସିଟ୍‌ରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି।

ଚାର୍ଜସିଟରେ ପିଭି କୁଲକର୍ଣ୍ଣୀ, ମନୀଷା ମନ୍ଧାରେ ଓ ମନୀଷା ହାବଲଦାରଙ୍କୁ ପେପର ଲିକ୍ ର ମୁଖ୍ୟ ଉତ୍ସ ଭାବରେ ନାମିତ କରାଯାଇଛି।

କୁଲକର୍ଣ୍ଣୀ ରସାୟନ ବିଜ୍ଞାନର ବିଶେଷଜ୍ଞ ଥିଲେ, ମାନ୍ଧାରେ ଓ ହାବଲଦାର ଯଥାକ୍ରମେ ଉଦ୍ଭିଦ ବିଜ୍ଞାନ ଓ ପଦାର୍ଥ ବିଜ୍ଞାନର ବିଶେଷଜ୍ଞ ଥିଲେ।

ନିଟ୍‌ ପ୍ରଶ୍ନପତ୍ର ଲିକ୍ ଘଟଣାରେ ଏଜେନ୍ସି ଦ୍ୱାରା ଗିରଫ ୧୩ ଜଣ ଅଭିଯୁକ୍ତଙ୍କ ମଧ୍ୟରେ ସେମାନେ ଅନ୍ୟତମ।

ବିବାହ ବିଚ୍ଛେଦ ଆବେଦନ ପ୍ରତ୍ୟାହାର କଲେ ବିଜୟଙ୍କ ପତ୍ନୀ ସଙ୍ଗୀତା ସିବିଆଇ ଚାର୍ଜସିଟ୍‌ରେ ଦର୍ଶାଇଛି ଯେ, ପ୍ରଶ୍ନ ପ୍ରସ୍ତୁତି ଓ ଅନୁବାଦ ପ୍ରକ୍ରିୟା ସମୟରେ ସେହି ତିନିଜଣଙ୍କର ବିଭିନ୍ନ ବିଭାଗରେ ପ୍ରବେଶ ଥିଲା।

ସେମାନେ କାଗଜର ସ୍ଲିପରେ ପ୍ରଶ୍ନଗୁଡ଼ିକୁ କପି କରୁଥିଲେ, ଏନ୍‌ସିଇଆର୍‌ଟି ଅଧ୍ୟାୟ ଓ ଅନୁଚ୍ଛେଦଗୁଡ଼ିକୁ ଚିହ୍ନଟ କରୁଥିଲେ ଓ ବିଶ୍ୱସ୍ତ ମଧ୍ୟସ୍ଥି ଏବଂ କୋଚିଂ ନେଟୱାର୍କ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ସହିତ ସେୟାର କରିଥିଲେ।

ଏହି ପଦ୍ଧତିଟି ଡିଜିଟାଲ୍ ପ୍ରମାଣ ନ ରଖିବା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ସିବିଆଇ ଅନୁମାନ କରୁଛି।

ସିବିଆଇ ଦାବି କରିଛି ଯେ, ଲିକ୍ ଆର୍ଥିକ ଲାଭ ଓ କିଛି ଅଭିଯୁକ୍ତଙ୍କ ଦ୍ୱାରା ପରିଚାଳିତ କୋଚିଂକ୍ଲାସର ସଫଳତା ହାରକୁ ଉନ୍ନତ କରିବା ଉଦ୍ଦେଶ୍ୟରେ ହୋଇଥିଲା।

ଲିକ୍‌ ହୋଇଥିବା ପ୍ରଶ୍ନପତ୍ରକୁ ନିଜେ ହାତରେ ଲେଖି ନେବାକୁ କୋଚିଂ ଅନୁଷ୍ଠାନ ଗୁଡ଼ିକ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରିଥିଲେ।

ଏହି ଅଭିଯୋଗଗୁଡ଼ିକ ସିବିଆଇ ଚାର୍ଜସିଟର ଏକ ଅଂଶ ଏବଂ ଏପର୍ଯ୍ୟନ୍ତ କୋର୍ଟରେ ତର୍ଜମା କରାଯାଇ ନାହିଁ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।