Job Scam Uncovered: ସରକାରୀ ଚାକିରି ନାଁରେ ବଡ଼ ଠକେଇ, ଜଣେ ମହିଳାଙ୍କ ସମେତ ୫ ଗିରଫ
ସରକାରୀ ଚାକିରିର ଲୋଭ ଦେଖାଇ ବଡ଼ ଠକେଇ। ପ୍ରାୟ ୧ କୋଟି ୫୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ୫ ଅଭିଯୁକ୍ତ ଗିରଫ। ଗଞ୍ଜାମ ବୈଦ୍ୟନାଥପୁର ଥାନା ପୋଲିସ ଏକ ବଡ଼ ଚାକିରି ଠକେଇ ରାକେଟର ପର୍ଦ୍ଦାଫାସ କରିଛି। ବିଭିନ୍ନ ସରକାରୀ ବିଭାଗରେ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ବେକାର ଯୁବକଙ୍କଠାରୁ ଟଙ୍କା ଆଦାୟ କରୁଥିଲେ ଅଭିଯୁକ୍ତମାନେ।
ଅଭିଯୋଗ ଆଧାରରେ ତଦନ୍ତ କରି ଜଗଦୀଶ କୁମାର ବେହେରା, ବନିତା ବେହେରା, ଅଜିତ ପଣ୍ଡା, ଶିଶିର କୁମାର ମିଶ୍ର ଓ ଲିଟୁ ସ୍ୱାଇଁଙ୍କୁ ଗିରଫ କରିଛି ପୋଲିସ। ତଦନ୍ତ ବେଳେ ବିଭିନ୍ନ ସଂସ୍ଥାର ନକଲି ନିଯୁକ୍ତିପତ୍ର, ଟଙ୍କା ରସିଦ ଏବଂ ଅନଲାଇନ୍ ଟଙ୍କା କାରବାର ସମ୍ବନ୍ଧୀୟ ଦସ୍ତାବିଜ ଜବତ ହୋଇଛି। ଅଭିଯୋଗ ଅନୁସାରେ, ପ୍ରାର୍ଥୀମାନଙ୍କଠାରୁ ଟଙ୍କା ସଂଗ୍ରହ କରି ଜଗଦୀଶ ବେହେରାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧ କୋଟି ୫୦ ଲକ୍ଷ ୫୦ ହଜାର ୪୯୮ ଟଙ୍କା ପଠାଯାଇଥିଲା। ଏହାସହ ସାକ୍ଷୀଙ୍କ ଉପସ୍ଥିତିରେ ୯୮ ଲକ୍ଷ ଟଙ୍କା ନଗଦ ମଧ୍ୟ ଦିଆଯାଇଥିବା ଜଣାପଡ଼ିଛି।
ପ୍ରାର୍ଥୀମାନଙ୍କ ମୂଳ ଶିକ୍ଷାଗତ ପ୍ରମାଣପତ୍ର ମଧ୍ୟ ଅଭିଯୁକ୍ତମାନେ ନିଜ ହେପାଜତରେ ରଖିଥିବା ଅଭିଯୋଗ ହୋଇଛି। ଗିରଫ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ। ଘଟଣାରେ ଆଉ କେତେଜଣଙ୍କ ସମ୍ପୃକ୍ତି ରହିଛି ଏବଂ ଠକେଇର ପରିମାଣ କେତେ, ସେ ନେଇ ତଦନ୍ତ ଜାରି ରହିଛି।
ଚାକିରି ନାଁରେ ଠକେଇ, ୫ ଗିରଫ
ସରକାରୀ ଚାକିରି ନାଁରେ ବଡ଼ ଠକେଇ
ପ୍ରାୟ ୧ କୋଟି ୫୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗ
ଜଣେ ମହିଳାଙ୍କ ସମେତ ୫ ଜଣ ଗିରଫ
ନକଲି ନିଯୁକ୍ତିପତ୍ର, ରସିଦ ଜବତ କଲା ପୋଲିସ
ବେକାର ଯୁବକଙ୍କୁ ଚାକିରି ନାଁରେ ଲଗାଇଥୁଲେ ଚୂନ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।