Joel Oram: ଆତ୍ମରକ୍ଷା ଅଧିକାର ପାଇଁ ସବୁବେଳେ ପୁଲିସକୁ ଅପେକ୍ଷା କରି ବସିହେବନି: ଜୁଏଲ୍‌ ଓରାମ୍‌

Sep 06, 2026 - 09:11
Joel Oram: ଆତ୍ମରକ୍ଷା ଅଧିକାର ପାଇଁ ସବୁବେଳେ ପୁଲିସକୁ ଅପେକ୍ଷା କରି ବସିହେବନି: ଜୁଏଲ୍‌ ଓରାମ୍‌

"ଅଗଷ୍ଟ ୨୮ ତାରିଖରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜୁଏଲ୍‌ ଓରାମ୍‌ଙ୍କ ଏକ ମନ୍ତବ୍ୟ ଓଡ଼ିଶା ରାଜନୀତିରେ ବିବାଦ ସୃଷ୍ଟି କରିଥିଲା।

ରାଉରକେଲାରେ ତାଙ୍କ ଦୁଇ ସହଯୋଗୀଙ୍କ ଗିରଫଦାରୀ ପରେ ସେ ସାମ୍ବାଦିକମାନଙ୍କୁ କହିଥିଲେ ଅନ୍ୟ ରାଜନୈତିକ ଦଳରୁ ବିଜେପିକୁ ଆସିଥିବା କିଛି ନେତା ଟଙ୍କା ଖର୍ଚ୍ଚ କରି ତାଙ୍କ ବିରୋଧରେ ଅପପ୍ରଚାର ଓ ଷଡ୍‌ଯନ୍ତ୍ର ଚଳାଇଛନ୍ତି।

ତାଙ୍କର ଭାବମୂର୍ତ୍ତିକୁ ଖରାପ କରି ତାଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ହଟାଇବା ସେମାନଙ୍କ ଲକ୍ଷ୍ୟ ବୋଲି ଓରାମ୍‌ ଅଭିଯୋଗ କରିଥିଲେ।

ଏହି ସମୟରେ ଓରାମ୍‌ ନିଜର ରାଜନୈତିକ ଭବିଷ୍ୟତ ନେଇ ବଡ଼ ଘୋଷଣା ମଧ୍ୟ କରିଥିଲେ।Advertisment Budhabalanga: ବିଧାୟକଙ୍କ ପ୍ରସ୍ତାବରେ ନଦୀପଠାର ୮ ସ୍ଥାନରେ ନିର୍ମାଣ ହେବ ବନ୍ୟା ଆଶ୍ରୟସ୍ଥଳ ଯଦିଓ ପୂର୍ବରୁ ସେ ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଥିଲେ, କିନ୍ତୁ ୨୦୨୯ ଲୋକସଭା ନିର୍ବାଚନ ସେ ଲଢ଼ିବେ ବୋଲି ମନ୍ତବ୍ୟ ଦେଇଥିଲେ।

ତାଙ୍କ ବିରୋଧରେ ଷଡ୍‌ଯନ୍ତ୍ର କରୁଥିବା ଲୋକଙ୍କୁ ସେ ସିଧା ମୁକାବିଲା କରିବାକୁ ଆହ୍ୱାନ କରିଥିଲେ।

ଗଣମାଧ୍ୟମକୁ ମନ୍ତବ୍ୟ ଦେବା ବେଳେ ଧମକଭରା ହିଂସାତ୍ମକ ଭାଷାର ପ୍ରୟୋଗ ପରିସ୍ଥିତିକୁ ଅଧିକ ଜଟିଳ କରିଥିଲା।

ଓରାମ୍‌ଙ୍କ ବୟାନ ପରେ ବିଜେଡି ଓ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ରଖିଥିଲେ।

ଏଭଳି ପ୍ରେକ୍ଷାପଟ୍ଟରେ ତାଙ୍କର ରାଜନୈତିକ ଯାତ୍ରା, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ସହିତ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ଏବଂ ସ୍ବାମୀଜୀଙ୍କ ହତ୍ୟା ତଦନ୍ତ ଫାଇଲ୍‌ ଗାଏବ, ଖଣ୍ଡାଧାରରେ ଖଣି ଖନନ ଏବଂ କଂଗ୍ରେସ ସାଂସଦ ପ୍ରିୟଙ୍କା ଭଦ୍ରାଙ୍କ କଳାହାଣ୍ଡି ସଂପର୍କିତ ଚିଠିର ଉତ୍ତର ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ତାଙ୍କୁ ନୂଆଦିଲ୍ଲୀରେ ସାକ୍ଷାତ କରିଛନ୍ତି ଆମ ବରିଷ୍ଠ ସାମ୍ବାଦିକ ବିଭୂତି ପତି ଆପଣ ରାଜନୀତିକୁ କେମିତି ଆସିଲେ ଓ ଭାରତୀୟ ଜନତା ପାର୍ଟିକୁ କାହିଁକି ବାଛିଲେ?ମୋ ଗାଁରେ ସେତେବେଳେ ରାସ୍ତାଟେ ନଥିଲା।

ମୁଁ ସ୍କୁଟର୍‌ଟେ କିଣିଥିଲି, ହେଲେ ବର୍ଷା ଦିନ ଆସିଲେ ତାକୁ ଗାଁକୁ ନେଇ ଯାଇପାରୁ ନଥିଲି।

ପୁଣି ବିଜୁଳି ଆଲୁଅ ଓ ପିଇବା ପାଣି ସମସ୍ୟା ବି ଉତ୍କଟ ଥିଲା।

ସେତେବେଳେ ଏହାର ସମାଧାନ ପାଇଁ ମୁଁ ଅନେକ ନେତା, ମନ୍ତ୍ରୀ ଓ ପ୍ରାଶାସନିକ ଅଧିକାରୀଙ୍କ ଦୃଷ୍ଟିଆକର୍ଷଣ କଲି, ମାତ୍ର କେହି ମୋ କଥା ଶୁଣିଲେ ନାହିଁ।

ଦିନେ ଜଣେ ବିଧାୟକ ଓ ଯନ୍ତ୍ରୀଙ୍କ ଉପସ୍ଥିତିରେ ମୁଁ ଖୁବ୍‌ ରାଗିଗଲି ଓ କହିଲି, ଆପଣ ଦେଖିବେ ମୁଁ ବିଧାୟକ ହେବି।

ମୁଁ ଦଶମ ଶ୍ରେଣୀରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ସହିତ ମିଶି ସମାଜସେବା କରୁଥିଲି।

ଆମ ଅଞ୍ଚଳରେ ଧର୍ମ ପରିବର୍ତ୍ତନ କରି ଖିରସ୍ତାନି ହୋଇଯାଉଥିବା ଲୋକଙ୍କୁ ନିଜ ଧର୍ମକୁ ଫେରାଉଥିଲି।

ସେହି ଦୃଷ୍ଟିରୁ ବିଶ୍ୱହିନ୍ଦୁ ପରିଷଦ ସହିତ ସାମିଲ ଥିଲି।

ତେଣୁ ବିଜେପିରେ ମିଶି ରାଜନୀତିରେ ପାଦ ଦେଲି।

ମନେହେଉଛି, ଆପଣ ସ୍ବଭାବତଃ ରାଗୀ।

ରାଗ ଯୋଗୁଁ ନିକଟରେ ହିଂସାତ୍ମକ ଭାଷା ପ୍ରୟୋଗ କଲେ।

ଆପଣ ଜନପ୍ରତିନିଧି ଓ ଆଇନର ରକ୍ଷକ ହୋଇ କିପରି "ମାରିଦେବି", "ହାଣିଦେବି" ଓ "କାଟିଦେବି" ବୋଲି କହିଲେ?

କିଏ ଆପଣଙ୍କ ବିରୋଧରେ ଷଡ୍‌ଯନ୍ତ୍ର କରୁଛି?

ହା...

ହା...

ସହିବାର ସୀମା ଶେଷ ହୋଇଗଲେ ମୋର ରାଗ ବଢ଼ିଯାଏ।

ମୋ ବିରୋଧରେ ଅପପ୍ରଚାର ଓ ରାଜନୈତିକ ଷଡ୍‌ଯନ୍ତ୍ର ଚାଲିଛି।

ମୋତେ ହଇରାଣ ହରକତ କରାଯାଉଛି।

ମୋ ବିରୋଧରେ ଯଦି କେହି ଷଡ୍‌ଯନ୍ତ୍ର କରିବ, ମୋ ଉପରେ ଅତ୍ୟାଚାର କରିବ, ତେବେ ଆତ୍ମରକ୍ଷାର ଅଧିକାର ମୋର ରହିଛି।

ମୁଁ ଚୁପ୍‌ ହୋଇ କ"ଣ ପୁଲିସକୁ ଚାହିଁଥିବି?

ମୁଁ ପ୍ରଥମରୁ କହିଛି, ଆଇନ ଅନୁଯାୟୀ ପଦକ୍ଷେପ ନେବାରେ ମୋର କୌଣସି ଆପତ୍ତି ନାହିଁ।

ମୁଁ ସବୁବେଳେ ଆଇନକୁ ସମ୍ମାନ କରେ।

ମୁଁ ହିଂସାରେ ବିଶ୍ୱାସ କରେନାହିଁ।

କିନ୍ତୁ, ମୋ ଆତ୍ମସମ୍ମାନରେ ଆଞ୍ଚ ଆଣିବାକୁ ଯଦି କେହି ଚେଷ୍ଟା କରିବ, ମୁଁ ତାଙ୍କୁ ଛାଡ଼ିବି ନାହିଁ।

ଆବଶ୍ୟକ ପଡ଼ିଲେ ମୁଁ ଚରମ ପଦକ୍ଷେପ ଗ୍ରହଣ କରିବି।

ଏଠାରେ ମୁଁ "ଯଦି" ଶବ୍ଦ କହୁଛି, ତାକୁ ଛାଡ଼ିବେ ନାହିଁ।

ସେଥିପାଇଁ ମୁଁ ସକ୍ରିୟ ରାଜନୀତିରୁ ଅବସର ନେବିନି, ପୁନର୍ବାର ନିର୍ବାଚନ ଲଢ଼ିବି ଏବଂ ମୋ ବିରୋଧରେ ଷଡ୍‌ଯନ୍ତ୍ରକୁ ସଫଳ ହେବାକୁ ଦେବିନି।

କେଉଁମାନେ ଏଥିରେ ସାମିଲ ତାକୁ ନେଇ ମୁଁ କିଛି କହିବି ନାହିଁ, କାରଣ ଏହାକୁ ନେଇ ଦଳୀୟସ୍ତରରେ ତର୍ଜମା ଚାଲିଛି।

Miss World 2026: ବିଶ୍ବ ସୁନ୍ଦରୀ ମୁକୁଟ ପିନ୍ଧିଲେ ଜୋହେରି ମୋଲ୍ ସମାଲୋଚକ କହୁଛନ୍ତି- ଆଗାମୀ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଆପଣ ମନ୍ତ୍ରୀପଦ ହରାଇବା ଭୟରେ ବ୍ୟତିବ୍ୟସ୍ତ ହୋଇ ଛୋଟ ଛୋଟ କଥାରେ ରାଗି ଯାଉଛନ୍ତି?ମନ୍ତ୍ରୀପଦ ଚିରସ୍ଥାୟୀ ବୋଲି ମୁଁ କେବେ ଭାବିନି।

ସରକାରୀ ପଦର ଚାକଚକ୍ୟ କ୍ଷଣସ୍ଥାୟୀ।

ମୁଁ ସବୁବେଳେ ମନ୍ତ୍ରୀ ନଥିଲି କିମ୍ବା ମନ୍ତ୍ରୀ ରହିବିନି।

ଏହା ନୀତିଗତ କଥା।

କିନ୍ତୁ ମୁଁ ଜନସାଧାରଣଙ୍କ ସହିତ ରହିଛି ଓ ଶେଷ ପର୍ଯ୍ୟନ୍ତ ରହିବି।

ଅବସର ପରେ ଗାଁରେ ଚାଷ କରିବି।

ମୋ ଜେଜେଙ୍କ ନାଁ"ରେ କରିଥିବା ଟ୍ରଷ୍ଟ୍‌ ଜରିଆରେ ମୋ ଅଂଚଳରେ ଶିକ୍ଷାର ପ୍ରସାର କରିବି।

ତେଣୁ ମୁଁ ମନ୍ତ୍ରୀପଦ ପାଇଁ ଲାଳାୟିତ ନୁହେଁ, କିମ୍ବା ହରାଇବାକୁ ନେଇ ଚିନ୍ତିତ ନୁହେଁ।

ଥରେ ଖଣ୍ଡାଧାର ଖଣି ଖନନ ପ୍ରସଙ୍ଗରେ ଆପଣ ମଧ୍ୟ ରାଗିଥିଲେ।

ତତ୍କାଳୀନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କୁ ଭେଟି କହିଥିଲେ, "ମୋର ମନ୍ତ୍ରୀପଦ ଗଲେ ଯାଉ, ମୁଁ ଗାଁକୁ ଯାଇ ହଳ କରିବି, କିନ୍ତୁ ଖଣ୍ଡାଧାରରେ ଖଣି ଖୋଳାଇ ଦେବିନି"।

କ"ଣ ଏବେ ବି ଆପଣ ଖଣ୍ଡାଧାରରେ ଖଣି ଖନନ କରାଇ ଦେବେନି?

ଦେଖନ୍ତୁ, ସେଦିନ ଖଣ୍ଡାଧାରରେ ଖଣି ଖୋଳା କଥା ଶୁଣି ମୋତେ ରାଗ ଲାଗିଲା।

ମୁଁ ସମୟ ମାଗି ନମସ୍ୟ ବାଜପାୟୀ ସାର୍‌ଙ୍କୁ ସାକ୍ଷାତ କଲି ଏବଂ ରୋକ୍‌ଠୋକ୍‌ କହିଲି, ଖଣ୍ଡାଧାରରେ  ଖଣି ଖୋଳାଇ ଦେବିନି ବରଂ ଗାଁରେ ହଳ କରିବି।

ମୋର ମନ୍ତ୍ରୀପଦ ନରହିଲେ ଚଳିବ।

ଏହା ଶୁଣି ସେ ଟିକିଏ ଚୁପ୍‌ ହୋଇଗଲେ ଏବଂ ପରେ ଖୁସିରେ କହିଲେ, "ତମେ ଯାଅ, ମୁଁ ସବୁକଥା ବୁଝିବି"।

ଖଣ୍ଡାଧାରରେ ଖଣି ଖୋଳା ବନ୍ଦ ହେଲା।

ଆଜି ବି ମୁଁ ସେହି ଚିନ୍ତାଧାରାରେ ଅଛି।

ଖଣ୍ଡାଧାରରେ ଖଣି ଖୋଳା ହେବାକୁ ମୁଁ ସହିବି ନାହିଁ।

ଆମ ଦଳର ଆଦର୍ଶ ହେଉଛି ପ୍ରଥମେ "ମାଟି" ତା"ପରେ ପାର୍ଟି।

ମାଟି ଓ ଦେଶ ସବୁଠାରୁ ଉପରେ।

ଆପଣ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ସହିତ କିଶୋର ବୟସରୁ ମିଶିଥିଲେ।

ତାଙ୍କ ହତ୍ୟା ଓ ବିଚାର ବିଭାଗୀୟ ତଦନ୍ତ ଫାଇଲ୍‌ ହଜିବା ପ୍ରସଙ୍ଗରେ ଆପଣଙ୍କର ସ୍ପଷ୍ଟ ରାଜନୈତିକ ମତ କ"ଣ?ମୁଁ ସବୁବେଳେ ସ୍ପଷ୍ଟବାଦୀ।

ପଛରେ କହିବା ଅଭ୍ୟାସ ମୋର ନାହିଁ।

ମୁଁ ଯେଉଁଦିନ ସ୍ୱାମୀଜୀଙ୍କ ହତ୍ୟା ବିଷୟରେ ଶୁଣିଲି, ସେଦିନ ବହୁ ପ୍ରତିକୂଳ ପରିସ୍ଥିତିରେ ଯାଇ କନ୍ଧମାଳ ଚକାପାଦ ଆଶ୍ରମରେ ପହଞ୍ଚିଲି।

ସେଦିନ ଆମେ ଯଦି ବିଜେଡିଠାରୁ ସମର୍ଥନ ପ୍ରତ୍ୟାହାର କରିଥାନ୍ତୁ, ତେବେ ବିଜେଡି ଆଉ ଅଧିକ ବର୍ଷ ଶାସନ କ୍ଷମତାରେ ରହି ନଥାନ୍ତା।

ସେତେବେଳେ ଏହା ଆମ ଦଳ ପ୍ରତି ଗୋଟିଏ ବିରାଟ ଧକ୍କା ଥିଲା।

ପ୍ୟାରୀବାବୁଙ୍କ ଚାଲ୍‌ ସଫଳ ହେଲା ଏବଂ ଆମର କେତେକ ନେତା ତାଙ୍କ ଦ୍ୱାରା ଟ୍ରାପ୍‌ ହୋଇଗଲେ ଏବଂ ଆମେ ଫସିଗଲୁ।

ତାଙ୍କ ହତ୍ୟା ତଦନ୍ତ ଫାଇଲ୍‌ ହଜିବା ଗୋଟିଏ ବଡ଼ ଷଡ୍‌ଯନ୍ତ୍ର ଏବଂ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏହାକୁ ଖୋଜି ବାହାର କରିବାକୁ ଦୃଢ଼ ଆଭିମୁଖ୍ୟ ନେଇ କାର୍ଯ୍ୟ କରୁଛନ୍ତି।

ଏଥିରେ ଜଡ଼ିତ ଥିବା ବ୍ୟକ୍ତିବିଶେଷଙ୍କୁ ଓ ଦୋଷୀଙ୍କୁ ଆମ ସରକାର ନିଶ୍ଚିତ କଠୋର ଦଣ୍ଡ ଦେବେ।

କଂଗ୍ରେସ ଲୋକସଭା ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କଳାହାଣ୍ଡି ଜିଲ୍ଲାର ପାହାଡ଼ିଆ ଅଂଚଳର ଆଦିବାସୀ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ମାନ୍ୟତା ତାଲିକାରେ ସାମିଲ କରିବାକୁ ଦାବି କରିଥିଲେ।

ଏହା ଉପରେ ଆପଣ କି ପଦକ୍ଷେପ ଗ୍ରହଣ କରିଛନ୍ତି?କେବଳ କଳାହାଣ୍ଡି ନୁହେଁ, ସମଗ୍ର ଓଡ଼ିଶା ଓ ଦେଶର ବିଭିନ୍ନ ଅଂଚଳରୁ ଆସୁଥିବା ଏଭଳି ସମସ୍ତ ଅନୁରୋଧକୁ ଆମ ସରକାର ଓ ମନ୍ତ୍ରାଳୟ ଗୁରୁତ୍ୱର ସହ ବିଚାରକୁ ନେଇଥାଏ।

ରାଜ୍ୟ ସରକାର ଓ ଅନ୍ୟ ସମ୍ପୃକ୍ତ ସଂସ୍ଥାଙ୍କ ସହ ପରାମର୍ଶ କରି ପ୍ରତ୍ୟେକ ପ୍ରସ୍ତାବକୁ ନିର୍ଦ୍ଧାରିତ ମାନଦଣ୍ଡରେ ଯାଞ୍ଚ କରାଯାଏ।

ଚୂଡ଼ାନ୍ତ ନିଷ୍ପତ୍ତି ପୂର୍ବରୁ ବିଭିନ୍ନ ସ୍ତରରେ ପରୀକ୍ଷା ଓ ସୁପାରିସ ହୁଏ।

ସମସ୍ତ ପ୍ରକ୍ରିୟା ଶେଷ ହେବାପରେ ଏବଂ ଯୋଗ୍ୟ ବିବେଚିତ ହେବାପରେ ତାଙ୍କର ଅନୁରୋଧ ନିଶ୍ଚିତ ଗ୍ରହଣ କରାଯିବ।

ପ୍ରିୟଙ୍କା ମହାଶୟା ଜାଣିବା ଉଚିତ, ମୁଁ ମୋ ରାଜ୍ୟ ଏବଂ ମୋ ଜନସାଧାରଣଙ୍କ କଥାକୁ ସବୁଠାରୁ ଅଧିକ ପ୍ରାଧାନ୍ୟ ଦେଇଥାଏ।

ଜୁଏଲ୍‌ଙ୍କ ଯାତ୍ରା: ପଲ୍ଲୀରୁ ଦିଲ୍ଲୀ  ସୁନ୍ଦରଗଡ଼ର କେନ୍ଦୁଡ଼ିହି ଗାଁରୁ ଆରମ୍ଭ ହୋଇଥିବା ଜୁଏଲ୍‌ ଓରାମ୍‌ଙ୍କ ରାଜନୈତିକ ଯାତ୍ରା ଆଜି ଦିଲ୍ଲୀର କ୍ଷମତା କରିଡର୍‌ରେ ପହଞ୍ଚିଛି।

୧୯୬୧ ମସିହା ମାର୍ଚ୍ଚ ୨୨ରେ ଜନ୍ମିିତ ଜୁଏଲ୍‌ ଓରାମ୍‌ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ଡିପ୍ଲୋମା କରିବା ପରେ ବିଏଚ୍ଇଏଲ୍ କମ୍ପାନିରେ କିଛିଦିନ କାର୍ଯ୍ୟ କରିଥିଲେ।

ପରେ ଚାକିରି ଛାଡ଼ି ସକ୍ରିୟ ରାଜନୀତିରେ ପ୍ରବେଶ କରିଥିଲେ।

ଜେଜେ ସମରା ଓରାମ୍‌ଙ୍କ ସମାଜସେବାରେ ଅନୁପ୍ରାଣିତ ହୋଇ ଦଶମ ଶ୍ରେଣୀରୁ ସୁନ୍ଦରଗଡ଼ ଜିଲ୍ଲାରେ ସାମାଜିକ ଜୀବନ ଆରମ୍ଭ କରିଥିଲେ।

୧୯୯୦ରେ ବଣେଇ ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇ ତାଙ୍କର ରାଜନୈତିକ ଅଭ୍ୟୁଦୟ ଘଟିଥିଲା।

ଏହାପରେ ୧୯୯୮, ୨୦୧୦, ୨୦୧୪, ୨୦୧୯ ଓ ୨୦୨୪ରେ ସେ ସୁନ୍ଦରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି।

୧୯୯୯ ଅକ୍ଟୋବର ୧୩ ତାରିଖରେ ଅଟଳବିହାରୀ ବାଜପେୟୀ ସରକାରରେ ନବଗଠିତ ଜନଜାତି ବ୍ୟାପାର ମନ୍ତ୍ରଣାଳୟର ସେ ପ୍ରଥମ ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ।

ଏହା ତାଙ୍କ ରାଜନୈତିକ ଜୀବନର ପ୍ରଥମ ବଡ଼ ଉପଲବ୍ଧି ଥିଲା।

ପରେ ୨୦୧୪ରେ ସେ ଏହି ମନ୍ତ୍ରାଳୟର ଦାୟିତ୍ୱ ପାଇଥିଲେ।

୨୦୨୪ରେ ପୁଣିଥରେ ସେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଜନଜାତି ବ୍ୟାପାର ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି।

୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ସେ ପ୍ରତିରକ୍ଷା ମନ୍ତ୍ରାଳୟର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ସଂସଦୀୟ ସ୍ଥାୟୀ କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।