Kiara Advani: ଦ୍ୱିତୀୟ ଥର ପାଇଁ ମା’ ହେବେ କିଆରା!
"୩୫ ବର୍ଷୀୟା କିଆରା ଆଡଭାନୀ ସ୍ୱାମୀ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି ।
ଏଥିରେ ଶିଶୁର ପାଦଚିହ୍ନ ଦେଖିବାକୁ ମିଳିଛି ।
ପୁଣିଥରେ ଜୀବନର ସବୁଠାରୁ ବଡ଼ ଆଶୀର୍ବାଦ ମିଳିଥିବା ନେଇ ସେ ଲେଖିଛନ୍ତି ।
ଏହି ଖବରକୁ ନେଇ ଉଭୟଙ୍କ ପରିବାରରେ ଖୁସିର ମାହୋଲ୍ ରହିଛି ।"ଶେରଶାହ" ଫିଲ୍ମର ସୁଟିଂ ସମୟରୁ କିଆରା ଓ ସିଦ୍ଧାର୍ଥଙ୍କ ପ୍ରେମକାହାଣୀ ଆରମ୍ଭ ହୋଇଥିଲା ।
୨୦୨୩ ଫେବୃଆରୀରେ ରାଜସ୍ଥାନର ଜୈସଲମେରରେ ଉଭୟ ବିବାହ କରିଥିଲେ ।
୨୦୨୫ ଜୁଲାଇରେ ସେମାନେ ପ୍ରଥମ କନ୍ୟା ସନ୍ତାନର ମାତାପିତା ହୋଇଥିଲେ ।
ଏବେ ଦ୍ୱିତୀୟ ସନ୍ତାନକୁ ନେଇ ଖୁସି ଖବର ସେୟାର କରିଛନ୍ତି ଏହି ଷ୍ଟାର୍ ଦମ୍ପତି ।Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।