Kiren Rijiju Lists Dimagi Naxals: ‘ଦିମାଗୀ ନକ୍ସଲ’ ତାଲିକା ଦେଲେ ରିଜିଜୁ, ଚିଦାମ୍ବରମଙ୍କ ବ୍ୟଙ୍ଗାତ୍ମକ ପ୍ରତିକ୍ରିୟା
‘ଦିମାଗୀ ନକ୍ସଲ’କୁ ନେଇ ଦିଲ୍ଲୀର ରାଜନୀତି ସରଗରମ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତବ୍ୟ ପରେ କେନ୍ଦ୍ରମନ୍ତ୍ରୀ କିରେନ୍ ରିଜିଜୁ ‘ଦିମାଗୀ ନକ୍ସଲ’ କିଏ, ସେନେଇ ଏକ ତାଲିକା ଦେଇଛନ୍ତି। ଏହାର ଜବାବରେ କଂଗ୍ରେସ ନେତା ପି. ଚିଦାମ୍ବରମ କହିଛନ୍ତି, ‘ମୁଁ ଦିମାଗୀ ନକ୍ସଲ ହୋଇଥିବାରୁ ଗର୍ବିତ।’
PM @narendramodi ji didn't say opposition leaders as Dimagi Naxals. Only following are Dimagi Naxals:
— Kiren Rijiju (@KirenRijiju) August 16, 2026
1. Who support Maoists and reject Indian Constitution.
2. Who stand with separatists & support Article 370.
4. Who want to cut chicken neck to separate North-East from India.
ରିଜିଜୁ Xରେ ପୋଷ୍ଟ କରି କହିଛନ୍ତି, ମୋଦୀ ବିରୋଧୀ ନେତାମାନଙ୍କୁ ‘ଦିମାଗୀ ନକ୍ସଲ’ କହିନାହାନ୍ତି। ତାଙ୍କ ଅନୁସାରେ, ଯେଉଁମାନେ ମାଓବାଦୀଙ୍କୁ ସମର୍ଥନ କରନ୍ତି, ସମ୍ବିଧାନକୁ ଅସ୍ୱୀକାର କରନ୍ତି, ବିଚ୍ଛିନ୍ନତାବାଦୀଙ୍କ ସହ ଠିଆ ହୁଅନ୍ତି କିମ୍ବା ଧାରା ୩୭୦କୁ ସମର୍ଥନ କରନ୍ତି, ସେମାନଙ୍କୁ ଏହି ଶ୍ରେଣୀରେ ରଖାଯାଇଛି।
I am proud to be a dimagi naxal !
— P. Chidambaram (@PChidambaram_IN) August 16, 2026
ଏହାସହ ଭାରତର ଉତ୍ତର-ପୂର୍ବକୁ ଦେଶର ଅନ୍ୟ ଅଞ୍ଚଳରୁ ଅଲଗା କରିବା ପାଇଁ ‘ଚିକେନ୍ସ ନେକ୍’ କାଟିବାକୁ ଚାହୁଁଥିବା ଲୋକଙ୍କୁ ମଧ୍ୟ ରିଜିଜୁ ଏହି ତାଲିକାରେ ରଖିଛନ୍ତି।
୮୦ତମ ସ୍ୱାଧୀନତା ଦିବସ ଭାଷଣରେ ମୋଦୀ ‘ଦିମାଗୀ ନକ୍ସଲ’ଙ୍କୁ ଚିହ୍ନଟ କରି ଅଲଗା କରିବାକୁ କହିଥିଲେ। ଏହାକୁ ନେଇ ଚିଦାମ୍ବରମଙ୍କ ବ୍ୟଙ୍ଗାତ୍ମକ ପ୍ରତିକ୍ରିୟା ପରେ ବିବାଦ ଆହୁରି ତେଜ ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।