03 SEPTEMBER 2026

Welcome!

Unlock your personalized experience.
Sign Up

Landmine Explodes : ଏଲଓସିରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ୨ ଜଣ ସେନା ଯବାନ ଗୁରୁତର

Aug 06, 2026 - 17:04
Landmine Explodes : ଏଲଓସିରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ୨ ଜଣ ସେନା ଯବାନ ଗୁରୁତର

ପୁଞ୍ଛ: ଜାମ୍ମୁ-କାଶ୍ମୀରର ପୁଞ୍ଛ ଜିଲ୍ଲା ଅନ୍ତର୍ଗତ ମେନ୍ଧର ସେକ୍ଟରର କାଙ୍ଗା ଗଲି ଅଞ୍ଚଳରେ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ଏକ ଲ୍ୟାଣ୍ଡମାଇନ୍ ନିଷ୍କ୍ରିୟ କରିବା ସମୟରେ ବିସ୍ଫୋରଣ ଘଟି ଦୁଇଜଣ ସେନା ଯବାନ ଗୁରୁତର ଆହାତ ହୋଇଛନ୍ତି। ଆହାତ ଯବାନମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ସେନା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ପ୍ରବଳ ବର୍ଷା ଯୋଗୁଁ ଅନୁପ୍ରବେଶ ରୋକିବା ପାଇଁ ସୀମାନ୍ତରେ ବିଛାଯାଇଥିବା କେତେକ ଲ୍ୟାଣ୍ଡମାଇନ୍ ନିଜ ସ୍ଥାନରୁ ଭାସି ଆସିଥିଲା। ସେନାର ଏକ ପାଟ୍ରୋଲିଂ ଟିମ୍ ଏହି ଲ୍ୟାଣ୍ଡମାଇନକୁ ଦେଖିବା ପରେ ନିଷ୍କ୍ରିୟ କରିବା ପାଇଁ ବିଶେଷଜ୍ଞ ଦଳକୁ ଡକାଯାଇଥିଲା, ମାତ୍ର କାମ ଚାଲିଥିବା ବେଳେ ଆକସ୍ମିକ ଭାବେ ଏହା ବିସ୍ଫୋରଣ ହୋଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।