Language movement: ୨୦୩୬ର ଓଡ଼ିଶା ଗଠନରେ ଗଜପତି ମହାରାଜାଙ୍କ ଆଦର୍ଶ ହେଉ ପ୍ରେରଣା

Sep 13, 2026 - 23:49
Language movement: ୨୦୩୬ର ଓଡ଼ିଶା ଗଠନରେ ଗଜପତି ମହାରାଜାଙ୍କ ଆଦର୍ଶ ହେଉ ପ୍ରେରଣା

"ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ): ଭାଷାଭିତ୍ତିକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନରେ ପାରଳା ମାଟିର ଅବଦାନ ଯେତିକି ଗୁରୁତ୍ୱପୂର୍ଣ୍ଣ, ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଭୂମିକା ମଧ୍ୟ ସେତିକି ଅବିସ୍ମରଣୀୟ।

ଓଡ଼ିଶା ଗଠନ ସହ ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ବ୍ୟବସ୍ଥା ଓ ରାଜ୍ୟର ସାମଗ୍ରିକ ବିକାଶ ପାଇଁ ମହାରାଜା ଯେଉଁ ଦୂରଦୃଷ୍ଟିର ପରିଚୟ ଦେଇଥିଲେ, ତାହା ଆଜିର ପିଢ଼ି ପାଇଁ ମଧ୍ୟ ପ୍ରେରଣାଦାୟକ।

ତାଙ୍କ ପଦାଙ୍କ ଅନୁସରଣ କରି "ବିକଶିତ ଓଡ଼ିଶା-୨୦୩୬"ର ସ୍ୱପ୍ନକୁ ସାକାର କରାଯାଉ ବୋଲି ପାରଳାଖେମୁଣ୍ଡିଠାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ମତପ୍ରକାଶ ପାଇଛି।

Advertisment ଭାଷା ଆନ୍ଦୋଳନ, ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ "ଶବ୍ଦସ୍ପର୍ଶ"ର ମିଳିତ ଆନୁକୂଲ୍ୟରେ ଦୁଇଦିନ ଧରି ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

୧୨ ଓ ୧୩ ତାରିଖରେ ଆୟୋଜିତ କାର୍ଯ୍ୟକ୍ରମରେ ଗଜପତି ମହାରାଜାଙ୍କ କୀର୍ତ୍ତି ଓ କୃତିତ୍ୱ ସମ୍ପର୍କରେ ଆଲୋଚନା ସହ ତାଙ୍କ ସ୍ମୃତି ସହ ଜଡ଼ିତ ବିଭିନ୍ନ ସ୍ଥାନ ଓ କୀର୍ତ୍ତି ପରିଦର୍ଶନ, କର୍ମଶାଳା ଏବଂ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।

ଉତ୍କଳ ସାମ୍ବାଦିକ ସଂଘ ସଭାପତି ବିଭୂତି ଭୂଷଣ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନାଚକ୍ରକୁ ବିଶିଷ୍ଟ ଶିକ୍ଷାବିତ୍‌ ତଥା ପ୍ରଫେସର ଦାସ ବେନହୁର ଉଦ୍‌ଘାଟନ କରିଥିଲେ।

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପଛରେ ଗଜପତି ମହାରାଜାଙ୍କ ଅବଦାନ ସମ୍ପର୍କରେ ସେ ଆଲୋକପାତ କରିଥିଲେ।

କେବଳ ଓଡ଼ିଶା ଗଠନ ନୁହେଁ, ଶିକ୍ଷା ଓ ସ୍ୱାସ୍ଥ୍ୟର ବିକାଶ ସହ ସାମାଜିକ ପରିବର୍ତ୍ତନ ଦିଗରେ ମଧ୍ୟ ମହାରାଜାଙ୍କ ଅବଦାନ ଅତୁଳନୀୟ ବୋଲି ସେ କହିଥିଲେ।

ଭାଷା ଆନ୍ଦୋଳନର ଆବାହକ ସ୍ୱାଗତ ଭାଷଣରେ କହିଥିଲେ ଯେ, ମହାରାଜାଙ୍କ କୀର୍ତ୍ତି ଓ କୃତିତ୍ୱକୁ କେବଳ ପାରଳାଖେମୁଣ୍ଡି ମଧ୍ୟରେ ସୀମିତ ନରଖି ସମଗ୍ର ଓଡ଼ିଶାରେ ପହଞ୍ଚାଇବା ଆବଶ୍ୟକ।

ଏଥିପାଇଁ ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ କର୍ମଶାଳା ଓ ଆଲୋଚନାଚକ୍ର ଆୟୋଜନ କରାଯିବ।

ଏହା ମାଧ୍ୟମରେ ମହାରାଜାଙ୍କ ଅବଦାନ ସମ୍ପର୍କରେ ଯୁବପିଢ଼ି ମଧ୍ୟରେ ସଚେତନତା ସୃଷ୍ଟି କରାଯିବ ବୋଲି ସେ କହିଥିଲେ।

ମୁଖ୍ୟ ଅତିଥି "ଉପାନ୍ତ ପ୍ରହରୀ"ର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମହାରାଜାଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ଅବଦାନ ଅନୁରୂପ ଯଥୋଚିତ ସରକାରୀ ସମ୍ମାନ ମିଳିନଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ।

ଭାଜପା ମୁଖପାତ୍ର ତଥା ଶିକ୍ଷାବିତ୍‌ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଯୋଗଦେଇ ଗଜପତି ମହାରାଜାଙ୍କ ଅନୁକରଣୀୟ ଜୀବନୀକୁ ପାଠ୍ୟକ୍ରମରେ ସ୍ଥାନ ଦେବା ଦିଗରେ ପ୍ରୟାସ କରାଯିବ ବୋଲି ପ୍ରକାଶ କରିଥିଲେ।

ଓଡ଼ିଶା ନିର୍ମାଣ କନକ୍ଲେଭ୍-୨୦୨୨: ସ୍ବପ୍ନ ଦେଖାଇଲେ ଅଶ୍ବିନୀ ମୁଖ୍ୟ ବକ୍ତା ପ୍ରଫେସର ଉଦୟନାଥ ସାହୁ ସ୍ୱତନ୍ତ୍ର ଓଡ଼ିଶା ଗଠନର ଇତିହାସ ଏବଂ ଆଧୁନିକ ଓଡ଼ିଶା ନିର୍ମାଣରେ ଗଜପତି ମହାରାଜାଙ୍କ ଭୂମିକାର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ।

ସ୍ତମ୍ଭକାର ନଟବର ଖୁଣ୍ଟିଆ, ଗବେଷକ ସତ୍ୟନାରାୟଣ ମହାପାତ୍ର, ଭାଷାବିତ୍‌ ଦେବାଶିଷ ମହାପାତ୍ର, ପ୍ରାଧ୍ୟାପିକା ବିଜୟଲକ୍ଷ୍ମୀ ଦାସ, ଶର୍ମିଷ୍ଠା ମହାପାତ୍ର ଓ ଅଧ୍ୟାପକ କଳ୍ପତରୁ ନାୟକ ପ୍ରମୁଖ ଯୋଗଦେଇ ମହାରାଜାଙ୍କ ଐତିହାସିକ ଅବଦାନ ଉପରେ ମତ ରଖିଥିଲେ।

ଆଲୋଚନାଚକ୍ରରେ ମହାରାଜାଙ୍କ ଭୂମିକାକୁ ନେଇ ସଚିତ୍ର ପୁସ୍ତକ ପ୍ରକାଶନ, ବିଦ୍ୟାଳୟଗୁଡ଼ିକରେ ଆବଶ୍ୟକ ସଂଖ୍ୟକ ଓଡ଼ିଆ ଶିକ୍ଷକ ନିଯୁକ୍ତି, ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାରପ୍ରସାର ଏବଂ ବିକୃତ ବା ଅତିରଞ୍ଜିତ ଇତିହାସର ପୁନଃଲିଖନ ଭଳି ଏକାଧିକ ପ୍ରସ୍ତାବ ଗୃହୀତ ହୋଇଥିଲା।

ଏହି ଅବସରରେ ୮୭୮ ଦିନର କଳାପତାକା ଅଭିଯାନରେ ସାମିଲ ହୋଇଥିବା ୫୦ରୁ ଅଧିକ ଭାଷା ଯୋଦ୍ଧା, ଶିକ୍ଷାବିତ୍‌ ଏବଂ "ପାରଳା ଗଜପତି ବିକାଶ ମଞ୍ଚ"କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସାଗର ରଞ୍ଜନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିବାବେଳେ ରାଜକିଶୋର ପାଣିଗ୍ରାହୀ ଓ ସାରଦା ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।