LIC Colony to Be Demolished ଏଲଆଇସି କଲୋନୀର ବିପଦସଂକୁଳ ଘରକୁ ଭଙ୍ଗାଯିବ, ନିର୍ମାଣ ହେବ ଇ-ପାଠାଗାର ଓ ପ୍ରେକ୍ଷାଳୟ
"ନବରଙ୍ଗପୁର(ସୁରେଶ ନାଇଡ଼ୁ): ଦିଲ୍ଲୀର କୋଠା ଭୁଶୁଡ଼ିବା ଘଟଣା ପରେ ରାଜ୍ୟରେ ବିପଦସଙ୍କୁଳ କୋଠାଘର ଆଦି ଭାଙ୍ଗିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
ଏହି ମର୍ମରେ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
ନବରଙ୍ଗପୁର ସହରର ମଧ୍ୟଭାଗରେ ଥିବା ଏଲ୍ଆଇସି (ଜୀବନବୀମା ନିଗମ) କଲୋନୀର ସରକାରୀ କ୍ବାର୍ଟସଗୁଡ଼ିକ ବ୍ୟବହାର ନହୋଇ ଖତ ଖାଉଛି।
ସେହି ଘରଗୁଡ଼ିକୁ ଭାଙ୍ଗି ସେଠାରେ ଇ-ପାଠାଗାରଓ ପ୍ରେକ୍ଷାଳୟ ନିର୍ମାଣ କରାଯିବ ବୋଲି ଜଣାଯାଇଛି।
Advertisment Century-Old House: ୧୦୦ ବର୍ଷ ପୁରୁଣା ଘରକୁ ଖୁବ ସୁନ୍ଦରଭାବେ ସଂରକ୍ଷିତ କରି ରଖିଛନ୍ତି ଦିଲ୍ଲୀର ପରିବାର ପ୍ରଶାସନର ଅଣଦେଖାଯୋଗୁଁ ଏଲ୍ଆଇସି କୋଲୋନୀର ଘରଗୁଡିକର ମରାମତି, ରକ୍ଷଣାବେକ୍ଷଣ ନ ହେବା ଫଳରେ ଏବେ ଘର ଗୁଡିକ ଅସାମାଜିକ ମାନେ ଆଡ୍ଡା ଜମାଇଛନ୍ତି।
୧୫ଟି ଘର ଏଭଳି ଅବସ୍ଥାରେ ରହିଛି।
ସଂଧ୍ୟା ନଇଁଲେ ଏହି ଗଳିରେ ପ୍ରେମିକଙ୍କ ଆଡ୍ଡା ବି ଜମୁଛି।
ଏନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଓ ଖବର ପ୍ରକାଶନ ପରେ ପୂର୍ତ୍ତବିଭାଗ ପକ୍ଷରୁ ଯାଂଚ କରି ସବୁ ଘରକୁ ବିପଦସଂକୁଳ ଘୋଷଣା କରାଯାଇଛି।
ପ୍ରକାଶଯୋଗ୍ୟ, କଲୋନୀରେ ଗୋଟିଏ ପାର୍ଶ୍ବରେ କିଛି ଛାତ ଘର ଓ ଅନ୍ୟ ପାର୍ଶ୍ବରେ କିଛି ଟିଣ ଛପର ଘର ଥିଲା।
ଏବେ ଏଠାରେ ଜିଲ୍ଲାପ୍ରଶାସନ ଅଧିନରେ ଥିବା ୩ଟିରୁ ୨ଟି ଘରେ ରହୁଥିବା ସୂଚନା ମିଳିଛି।
ସେଭଳି ଅବକାରୀ ସବଇନିସପେକ୍ଟରଙ୍କ ନାଁରେ ଥିବା ଘରେ ଅବକାରୀ ବିଭାଗର ଜଣେ କର୍ମଚାରୀ ରହୁଛନ୍ତି।
ଏହି ପରିସରରେ ଥିବା କିଛି ସ୍ଥାନରେ କିଛି ବ୍ୟକ୍ତି ନିଜ କାର ଆଦି ଆଣି ପାର୍କିଂ କରିକି ରଖୁଛନ୍ତି।
ସହରର ମଧ୍ୟଭାଗରେ ବଜାର, ବସଷ୍ଟାଣ୍ଡ, ମନ୍ଦିର ଆଦି ନିକଟରେ ଥିବାରୁ ଏହି ଅଂଚଳର ପସନ୍ଦ ସମସ୍ତଙ୍କର ରହୁଥିଲା।
ତେବେ ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ ଏହି ଘର ଗୁଡିକର ପୂର୍ତ୍ତବିଭାଗ ପକ୍ଷରୁ ଯାଂଚ କରାଇଥିଲେ।
ଘର ଗୁଡିକର ଅବସ୍ଥା ଭଲ ନଥିବାରୁ ସବୁ ଘରକୁ ବିପଦସଂକୁଳ ଘୋଷଣା କରାଯାଇଛି ବୋଲି ପୂର୍ତ୍ତବିଭାଗର ଅଧିକ୍ଷଣ ଯନ୍ତ୍ରୀ କହିଛନ୍ତି ।
ଏହି କାରଣରୁ ବାପାଙ୍କ ୭୩ବର୍ଷ ପୁରୁଣା ଘରକୁ ବିକ୍ରି କରିଦେଲେ ଦେବଆନନ୍ଦଙ୍କ ପୁଅ ଓ ଝିଅ ଅଳ୍ପକିଛି ଦିନ ତଳେ ଜିଲ୍ଲାପାଳ ଓ ଜିଲ୍ଲାଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ଗୌରୀଶଙ୍କର ମାଝୀଙ୍କ ଉପସ୍ଥିତିରେ ସହରର ବିକାଶକୁ ନେଇ ଏକ ବୈଠକ ହୋଇଥିଲା।
ଏଥିରେ ଘର ସବୁ ଭାଙ୍ଗିବା ପରେ ଏହି ପରିସରରେ ଇ-ଲାଇବ୍ରେରୀ, ବହୁତଳ ପାର୍କିଂ ବ୍ୟବସ୍ଥା ସହ ୧୦୦୦ଲୋକ ବସିବା ଭଳି ଅତ୍ୟାଧୁନିକ ଅଡିଟୋରିୟମ୍ ନିର୍ମାଣ କରିବାକୁ ଯୋଜନା କରାଯାଇଥିଲା।
ଘର ସବୁ ଭଙ୍ଗାଯାଇ ଜମିକୁ ସମତଳ କରି ମାପଚୁପ କରିବା ପରେ ଏହି ସବୁ ପ୍ରକଳ୍ପର ଡିଜାଇନ୍ ଓ ଡିପିଆର ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ପୂର୍ତ୍ତବିଭାଗର ଅଧିକ୍ଷଣ ଯନ୍ତ୍ରୀ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।