World Skate sports: ବିଶ୍ବ ସ୍କେଟ୍‌ କ୍ରୀଡ଼ା ଅଭିଜ୍ଞତା ପାଇଲେ ଅନାହିତା: ଭାରତୀୟଙ୍କ ମଧ୍ୟରେ ଶ୍ରେଷ୍ଠ

Oct 10, 2026 - 07:52
World Skate sports: ବିଶ୍ବ ସ୍କେଟ୍‌ କ୍ରୀଡ଼ା ଅଭିଜ୍ଞତା ପାଇଲେ ଅନାହିତା: ଭାରତୀୟଙ୍କ ମଧ୍ୟରେ ଶ୍ରେଷ୍ଠ

"ଭୁବନେଶ୍ବର: ପାରାଗୁଏର ଆସୁନସିଅନ୍‌ରେ ଚାଲିଥିବା "ବିଶ୍ୱ ସ୍କେଟ୍ କ୍ରୀଡ଼ା ୨୦୨୬"ରେ ଓଡ଼ିଆ ଝିଅ ଅନାହିତା ମିଶ୍ର ଚମକପ୍ରଦ ପ୍ରଦର୍ଶନ କରିଛନ୍ତି।

କନିଷ୍ଠ ମହିଳା ସ୍ପିଡ୍ ସ୍ଲାଲମ୍ ବର୍ଗରେ ସେ ଚୂଡ଼ାନ୍ତ ନକ୍‌ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇ ଭାରତର ଶ୍ରେଷ୍ଠ ପ୍ରତିଯୋଗୀ ଭାବେ ଉଭା ହୋଇଛନ୍ତି।

୨୯ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ଅନାହିତା ୪.୮୦୬ ଓ ୪.୮୦୮ ସେକେଣ୍ଡରେ ଦୁଇଟି ରନ୍ ସମ୍ପୂର୍ଣ୍ଣ କରିଥିଲେ।

ଉଭୟ ରନ୍‌ରେ କୌଣସି ପେନାଲ୍ଟି ନ ପାଇ ସେ ଫାଇନାଲ୍ ନକ୍‌ଆଉଟ୍‌ରେ ସ୍ଥାନ ପକ୍କା କରିଥିଲେ।Advertisment Workshop: ଜନସଞ୍ଚାର କୌଣସି ପ୍ରଶାସନିକ ଔପଚାରିକତା ନୁହେଁ ବରଂ ପ୍ରଶାସନର ଆଧାର ତେବେ ଏହି ପର୍ଯ୍ୟାୟରେ ସେ ୪ର୍ଥ ମାନ୍ୟତାପ୍ରାପ୍ତ ଦକ୍ଷିଣ କୋରିଆର ହ୍ୱାଙ୍ଗ ଜିଓଙ୍ଗ ୱନ୍‌ଙ୍କଠାରୁ ପରାସ୍ତ ହୋଇଥିଲେ।

୫.୬୫୧ ସେକେଣ୍ଡର ପ୍ରଦର୍ଶନ ସହ ଅନାହିତା ମୋଟ ୧୨ତମ ସ୍ଥାନରେ ରହିଥିଲେ।

ଆନ୍ଧ୍ରପ୍ରଦେଶର ନୈନିକା ଓ ମହାରାଷ୍ଟ୍ରର ସ୍ୱରାଲି ମଧ୍ୟ ଏହି ବର୍ଗରେ ଭାଗ ନେଇଥିଲେ।

ନୈନିକା ନକ୍‌ଆଉଟ୍‌ରେ ପ୍ରବେଶ କରିଥିଲେ ବି ପ୍ରଥମ ରାଉଣ୍ଡରେ ଅଯୋଗ୍ୟ ଘୋଷିତ ହୋଇ ବାଦ ପଡ଼ିଥିଲେ।

ସ୍ବରାଲି ନକ୍‌ଆଉଟ୍‌କୁ ଯିବାରେ ବିଫଳ ହୋଇଥିଲେ।

ଅକ୍ଟୋବର ୨ରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ ଓ ଏଥିରେ ୧୦୦ରୁ ଅଧିକ ଦେଶରୁ ପ୍ରାୟ ୧୦ ହଜାର କ୍ରୀଡ଼ାବିତ୍, ପ୍ରଶିକ୍ଷକ ଓ ଅଫିସିଆଲ୍‌ ଅଂଶଗ୍ରହଣ କରୁଛନ୍ତି।

୧୨ଟି କ୍ରୀଡ଼ାର ମୋଟ ୨୩ଟି ବର୍ଗରେ ଏହି ବିଶ୍ବ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି।

Agriculture: ଧାନଗଛରେ ରୋଗପୋକ ପାଇଁ ଚାଷୀଙ୍କ ଆଭାସୀ ପରାମର୍ଶ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।