Lifestyle: ଜୀବନ-ମନ୍ତ୍ର: ନବଦୁର୍ଗ‌ା; ସ୍କନ୍ଦମାତା

Oct 15, 2026 - 09:03
Lifestyle: ଜୀବନ-ମନ୍ତ୍ର: ନବଦୁର୍ଗ‌ା; ସ୍କନ୍ଦମାତା

"ଆଶ୍ବିନ ଶୁକ୍ଳ ପ୍ରତିପଦ ଠାରୁ ନବମୀ ପର୍ଯ୍ୟନ୍ତ ନଅଦିନ ଧରି ପୂଜା ପାଉଥିବା ଦୁର୍ଗାଙ୍କର ବିଭିନ୍ନ ସ୍ବରୂପ ମଧ୍ୟରୁ, ପଞ୍ଚମ ଦିନର ଉପାସ୍ୟା ହେଉଛନ୍ତି ସ୍କନ୍ଦମାତା।କାର୍ତ୍ତିକେୟଙ୍କର ଅନ୍ୟ ନାମ "ସ୍କନ୍ଦ"।

ଏଣୁ ନବରାତ୍ରିର ପଞ୍ଚମ ଦିନରେ ତାଙ୍କର ମାତାରୂପ ହେଉଛି ଦେବୀଙ୍କର ସ୍ବରୂପ।

ଏଣୁ ସ୍କନ୍ଦମାତା ରୂପେ ସେ କୋଳରେ ଶିଶୁ କାର୍ତ୍ତିକେୟଙ୍କୁ ଧରି ଥାଆନ୍ତି।Advertisment Odisha FTA: ମୁକ୍ତ ବାଣିଜ୍ୟ ରାଜିନାମା ମାଧ୍ୟମରେ ବିଶ୍ୱ ବଜାରରେ ସୁଯୋଗ ଖୋଜୁଛି ଓଡ଼ିଶା ପୌରାଣିକ ପ୍ରସଙ୍ଗ ଅନୁସାରେ, ଏକଦା ତାରକାସୁର ନାମକ ଏକ ଅସୁର ବହୁ ଉତ୍ପାତ କରୁଥିଲା।

ତାହାର ନିଧନ ପାଇଁ ଏକ ବୀର ପୁତ୍ର ଜାତ ହୋଇ ଦେବତାମାନଙ୍କ ପକ୍ଷରୁ ସେନାପତି ରୂପେ ଦାୟିତ୍ବ ନେବାର ଆବଶ୍ୟକତା ଥିଲା।

ସେଥିପାଇଁ ଶିବ ଓ ପାର୍ବତୀଙ୍କର ପୁତ୍ର ରୂପେ କାର୍ତ୍ତିକେୟ ଜନ୍ମ ନେଇଥିଲେ।

ପାର୍ବତୀ ହୋଇଥିଲେ ସ୍କନ୍ଦ-କାର୍ତ୍ତିକେୟଙ୍କର ମାତା।

ତାଙ୍କର ସେହି ରୂପ ନବରାତ୍ରିର ପଞ୍ଚମ ଦିନରେ ପୂଜିତ ହୋଇଥାଆନ୍ତି।

ସ୍ବରୂପ ବର୍ଣ୍ଣନା ଅନୁସାରେ, ସ୍କନ୍ଦମାତା ଚତୁର୍ହସ୍ତା।

ସେ ତାଙ୍କର ଊର୍ଦ୍ଧ୍ବ ଦୁଇ ହସ୍ତରେ ପଦ୍ମପୁଷ୍ପ ଧାରଣ କରିଥିବା ବେଳେ, ନିମ୍ନ ଦୁଇ ହସ୍ତ ମଧ୍ୟରୁ ବାମ ହସ୍ତ ସହଯୋଗରେ ଶିଶୁ ସ୍କନ୍ଦଙ୍କୁ କୋଳରେ ଧରି ଥାଆନ୍ତି ଏବଂ ତାଙ୍କର ଦକ୍ଷିଣ ହସ୍ତ ବରଦ ମୁଦ୍ରାରେ ରହିଥାଏ।

Neglect: ଭତ୍ତା ବିନା ଭିକ୍ଷାବୃତ୍ତିରେ ବଞ୍ଚିଛନ୍ତି ୭ ବୁଢ଼ାବୁଢ଼ୀ ସେ ସିଂହବାହିନୀ, ତାଙ୍କର ଏହି ସ୍ବରୂପ ଯୁଗପତ୍ ମାତୃସ୍ନେହ ଓ ଦୁଷ୍ଟଶକ୍ତି ବିନାଶନର ପ୍ରତୀକ।

ନବରାତ୍ରିର ପଞ୍ଚମ ଦିନରେ ଭକ୍ତମାନେ ସ୍କନ୍ଦମାତାଙ୍କୁ ପଦ୍ମ ଓ ଅନ୍ୟାନ୍ୟ ପୁଷ୍ପ ଅର୍ପଣ କରିବା ସହିତ, ଫଳ ଓ ଅନ୍ୟାନ୍ୟ ନୈବେଦ୍ୟ ଦେଇ ପୂଜା କରିଥାଆନ୍ତି।

ମାଆଙ୍କୁ ପୂଜା କଲେ ସେ ସୁଖ, ସମୃଦ୍ଧି, ଶାନ୍ତି ଓ ଆଧ୍ୟାତ୍ମିକ ଉନ୍ନତି ପାଇଁ ଆଶୀର୍ବାଦ ଦିଅନ୍ତି।

ତାଙ୍କର ଆଶିଷରୁ ସନ୍ତାନସନ୍ତତିଙ୍କର ଶୁଭ ହୁଏ ବୋଲି ବିଶ୍ବାସ ରହିଛି।

ମା" ସ୍କନ୍ଦମାତାଙ୍କ ସହିତ ସଂପୃକ୍ତ ଉଦ୍ଭିଦ ହେଉଛି ଅତସୀ ବା ଫେଶି।

ଏହାର ଫୁଲକୁ ଶ୍ରୀକୃଷ୍ଣଙ୍କର ବର୍ଣ୍ଣ ସହ ତୁଳନା କରାଯାଏ।

ମାତ୍ର ଏହାର ବୀଜରେ ଚର୍ବିଜାତୀୟ ଉପାଦାନ ଓ ତନ୍ତୁ ରହିଛି।

ଏଥିରେ ପ୍ରଚୁର ପରିମାଣରେ ଉପକାରୀ ଓମେଗା-୩ ଫ୍ୟାଟି ଏସିଡ୍, ଫାଇବର୍‌, ପ୍ରୋଟିନ୍, ପୋଟାସିୟମ୍‌ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ମଧ୍ୟ ରହିଛି ବୋଲି ବିଜ୍ଞାନୀମାନେ କହିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।