Literature: କବିତା ହାଡ଼େ ହାଡ଼େ ଚିହ୍ନିଛି ତାକୁ: କବି ଶ୍ରୀହରି ଧଳଙ୍କ କଲମରୁ ନିଃସୃତ...

Oct 15, 2026 - 17:07
Literature: କବିତା ହାଡ଼େ ହାଡ଼େ ଚିହ୍ନିଛି ତାକୁ: କବି ଶ୍ରୀହରି ଧଳଙ୍କ କଲମରୁ ନିଃସୃତ...

"ହାଡ଼େ ହାଡ଼େ ଚିହ୍ନିଛି ତାକୁ ଶ୍ରୀହରି ଧଳ ହାଡ଼େ ହାଡ଼େ ଚିହ୍ନିଛି ତାକୁ, ନିରବି ଯାଉଥିବା ମୋର ମୁହୂର୍ତ୍ତମାନଙ୍କୁ...

କାକଳିତ କରିବାକୁ କେବେକେବେ ଆସେ।

ଉଠେଇ ଦିଏ ଅଳସ ପବନକୁ ଶେଯରୁ, ମତେଇ ଦିଏ ଫୁଲ ପେଡ଼ିରେବନ୍ଧା ପଡ଼ିଥିବା ମହକ।

Advertisment ସବୁବେଳେ ତ ମହଳଣ ଇଚ୍ଛାଙ୍କୁ ଧରେଇ ଦିଏଫୁଲ ତୋଳାକୁ ଚାଙ୍ଗୁଡ଼ି।

ଉଡ଼ିବାକୁ ଯାଚେ ହଳେ ଡେଣା।

ନୀଳ ଇଚ୍ଛା ସୁଅରେଭସେଇ ଦେବାକୁଗଢ଼ିଦିଏ ମନ ମୁତାବକ କାଗଜ ଡଙ୍ଗା।

ଝୁଣ୍ଟି ପଡ଼ିଲା ବେଳକୁଉଡ଼େଇ ଧରେ...

ଆହୁରି ପଢ଼ନ୍ତୁ- 🔴Student union election: ଆସିଲା ଛାତ୍ର ସଂସଦ ନିର୍ବାଚନ ଫଳ: କେଉଁଠି କିଏ ମାରିଲା ବାଜି?

ଜାଣନ୍ତୁ ଲାଇଭ୍‌ ଅପ୍‌ଡେଟ୍‌… ସରିନି ବୋଲିତ ଯୁଦ୍ଧ।

କ୍ଷତରେ ଲିପେ ଜହ୍ନରାତିର ଦରଦ।

ଦୁଃଖ ଶବାରିକୁ କାନ୍ଧଟେ ବୋଲି ଆଗେ ଆଗେ ଦେଖାଇଦିଏ ବାଟ।

ଖୋଜିଲା ବେଳକୁଦେହ କାନ୍ଥକୁ ଆଉଜି ବସିଥିବା ଛାଇ।

ହଜି ଯିବିନି ବୋଲି ଭିଡ଼ ରାସ୍ତାରେ ଭିଡ଼ି ଧରିଥାଏହାତ।

ମୋ: ୮୧୧୭୦୮୧୯୦୬ ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।