Literature: Book Review: ଭଳିକିି ଭଳି ପୁସ୍ତକଗୁଡ଼ିକର ସମୀକ୍ଷା ପଢ଼ନ୍ତୁ ବହି ଚର୍ଚ୍ଚାରେ...

Aug 08, 2026 - 19:31
Literature: Book Review: ଭଳିକିି ଭଳି ପୁସ୍ତକଗୁଡ଼ିକର ସମୀକ୍ଷା ପଢ଼ନ୍ତୁ ବହି ଚର୍ଚ୍ଚାରେ...

"ଦୃଷ୍ଟି ଲେଖକ: ଅଭୟ ନାରାୟଣ ନାୟକପ୍ରକାଶକ: ପଶ୍ଚିମା ପବ୍ଲିକେଶନ୍‌ସ୧୮୮୨, ନୟାପଲ୍ଲୀ, ଭୁବନେଶ୍ବରମୂଲ୍ୟ: ୧୩୯ ଟଙ୍କା, ପୃଷ୍ଠା: ୧୦୪Advertisment ଅଠରଟି ନୃତାତ୍ତ୍ବିକ ପ୍ରବନ୍ଧକୁ ନେଇ ପ୍ରକାଶ ପାଇଛି ଏହି ସଂକଳନ।

ପ୍ରବନ୍ଧଗୁଡ଼ିକ ତଥ୍ୟଗର୍ଭିତ  ହୋଇଛି। "ଓଡ଼ିଶାର ଜନଜାତି: ଭାଷା ସଂସ୍କୃତି ଓ ବିକାଶ ପ୍ରସଙ୍ଗ"ଠାରୁ ଆରମ୍ଭ କରି "୨୦୦୧ ଜନଗଣନାରେ ଓଡ଼ିଶାର ଅନୁସୂଚିତ ଜନଜାତିମାନଙ୍କ ସ୍ଥିତି" ଯାଏ ଏଥିରେ ଜନଜାତିର ବିଭିନ୍ନ ଦିଗକୁ ଲେଖକ ଗଭୀର ଭାବେ ଆଲୋଚନା କରିଛନ୍ତି।

ଆଦିବାସୀ ଅଞ୍ଚଳର ସ୍ବାସ୍ଥ୍ୟ ସମସ୍ୟା, ଶିକ୍ଷା, ଜନବିପ୍ଳବ, ଅନଗ୍ରସରତା ଓ ନିରକ୍ଷରତା, ଜନଜାତି ସଂସ୍କୃତିରେ ପ୍ରାକୃତିକ ସଂପଦର ସଂରକ୍ଷଣ, ଜନଜାତିର ଲୋକସାହିତ୍ୟ, ବନ୍ୟ ଖାଦ୍ୟ ଆଦି ସମ୍ପର୍କରେ ପ୍ରବନ୍ଧଗୁଡ଼ିକରେ ଆଲୋଚିତ ହୋଇଛି।

କେତେକ ଜନଜାତିଙ୍କ ବିକାଶରେ କେଉଁଠି ସମସ୍ୟା ରହିଛି ସେ ସମ୍ପର୍କରେ ଲେଖକ ଏକ ପ୍ରବନ୍ଧରେ କହିଛନ୍ତି, ""ସରକାରଙ୍କ ଦ୍ବାରା ବା ସମ୍ବିଧାନ ଦ୍ବାରା ପ୍ରଚଳିତ ସଂରକ୍ଷଣ ସୁବିଧାରୁ ମଧ୍ୟ ଏମାନେ ବିଶେଷ ଲାଭାନ୍ବିତ ହୋଇପାରୁନାହାନ୍ତି।

କାରଣ ଏମାନଙ୍କ ସାକ୍ଷରତା ହାର, ଶିକ୍ଷା ଅପେକ୍ଷାକୃତ ଆଗୁଆ ଜନଜାତିମାନଙ୍କଠାରୁ ବହୁ ନିମ୍ନରେ ରହିଛି।"" ତେଣୁ ସଂକଳନସ୍ଥ ଅନ୍ୟ ଏକ ପ୍ରବନ୍ଧ "ଅନଗ୍ରସରତା ଓ ନିରକ୍ଷରତା"ରେ ଲେଖକ ଶିକ୍ଷା ଉପରେ ଗୁରୁତ୍ବ ଦେଇଛନ୍ତି।

କେବଳ ଜନଜାତିର ସମସ୍ୟା ନୁହେଁ, ତାହାର ସମାଧାନର ସୂତ୍ର ମଧ୍ୟ ଲେଖକ ଖୋଜିଛନ୍ତି।

ଜନଜାତିର ଅବଦାନକୁ ମଧ୍ୟ ଅନେକ ପ୍ରବନ୍ଧରେ ପ୍ରକାଶ କରିଛନ୍ତି।

ପୁସ୍ତକଟି ସଂଗ୍ରହଯୋଗ୍ୟ।

ଆହୁରି ପଢ଼ନ୍ତୁ- War: ଉପସାଗରୀୟ ଦେଶଙ୍କୁ ଆମ ବିରୋଧରେ ଠିଆ କରୁଛନ୍ତି ଆମେରିକା ଏବଂ ଇସ୍ରାଏଲ: ପେଜେସ୍କିଆନ ଦି"କୋଡ଼ି କଥା ଗାଳ୍ପିକ: ଶିବ ମିଶ୍ରପ୍ରକାଶକ: ସୃଜନଭୀମଟାଙ୍ଗି, ଭୁବନେଶ୍ବରମୂଲ୍ୟ: ୧୨୦ ଟଙ୍କା, ପୃଷ୍ଠା: ୭୯  ଚାଳିଶଟି ଅଳ୍ପକଥାର ଗଳ୍ପ ସ୍ଥାନ ପାଇଛି ଏହି ସଂକଳନଟିରେ।

କ୍ଷୁଦ୍ର କଳେବର ଭିତରେ ବି ଅନେକ ଗଳ୍ପର ଆବେଦନ ଏତେ ତୀବ୍ର ଯେ ପାଠକର ମନକୁ ତାହା ଚହଲାଇ ଦିଏ।

ସଂକଳନର ପ୍ରଥମ ଗଳ୍ପ "ରଡ଼ ନିଆଁର ଚିତ୍ର"ରେ ଭୋଟ ପ୍ରଚାର ବେଳେ ନିଷ୍ପାପ ପିଲାଟିର ମୃତ୍ୟୁ ପରେ ତା" ବାପା ଜୁଇ ପାଖରେ ବହୁ ସମୟ କାନ୍ଦିବା ପରେ ଅାଣ୍ଠୁ ଲୁଚୁ ନଥିବା ଲୁଗାଟିଏ ପିନ୍ଧି, ଠେଙ୍ଗାଟିଏ ଧରି ଜଣେ ବୁଢ଼ା ତା" ପାଖରେ ପହଞ୍ଚି, ତା" ମୁଣ୍ଡକୁ ଆଉଁଶି କହିଲେ- ତୁମେ ବହୁ ସମୟ ହେଲା କାନ୍ଦିଲଣି, ଏବେ ତୁମେ ରୁହ ମୁଁ କାନ୍ଦିବି।

କିଏ ଏହି ବୃଦ୍ଧ?

ଆଉ ସେ କାହିଁକି କାନ୍ଦିବେ?

କେଉଁ ଅନୁତାପରେ?

ସାଂପ୍ରତିକ ସମୟରେ ଉଜୁଡ଼ି ଯାଉଥିବା ସମ୍ପର୍କର ଚିତ୍ରକୁ ଗାଳ୍ପିକ ଆଙ୍କିଛନ୍ତି "ତୋର ମୋର ସାଙ୍ଗ" ଗଳ୍ପରେ।

ନିଃସଙ୍ଗ ବାପକୁ ବରଗଛଟା ଯେମିତି କହୁଛି- ଆ" ମୋ ପାଖକୁ ଆ", ଆଜିଠୁ ତୋର ମୋର ସାଙ୍ଗ।

ଶିବ ମିଶ୍ରଙ୍କ ଗପଗୁଡ଼ିକ ପଢ଼ିବା ବେଳେ ଏମିତି ଗୋଟିଏ ଗୋଟିଏ ଜାଗାରେ ପାଠକଟିଏ ଅଟକିଯାଏ- ଯେଉଁଠି ତା" ଭିତରେ କେହିଜଣେ ଗୁମୁରି ଉଠେ। "ଆକାଶର ମୁହଁ" ଗଳ୍ପର କେଇଧାଡ଼ି ଏମିତି, ""ଗାଆଁ ମୁଣ୍ଡରେ ପହଞ୍ଚିଲା ବେଳକୁ ମୋ ସାମ୍ନାରେ ପ୍ରଚୁର କଳାଧୂଆଁ ମାଟିରୁ ଉଠି ଆକାଶରେ ଛାଇ ଯାଉଥିବାର ଦେଖିଲି।

ସେଇଠି ଅଟକିଗଲି।

ମୁଁ ସେ ଧୂଆଁକୁ ଚାହିଁ ରହିଥିବା ବେ‌େଳ ମୋ ପାଖଦେଇ ଯାଉଥିବା ଜଣେ ଲୋକ କହିଲେ -ତମେ ଯେଉ ମୁହଁ ଦେଖିବା ପାଇଁ ଆସିଛ, ତାକୁ ଆଉ ଦେଖିପାରିବନି।"" ପ୍ରତିଟି ଗଳ୍ପ ପଛରେ ଥିବା ଇଙ୍ଗିତ ପାଠକଙ୍କୁ ଚହଲାଇ ଦିଏ।

ଆହୁରି ପଢ଼ନ୍ତୁ- Judgement: ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା: ଦୋଷୀକୁ ୧୦ବର୍ଷ କାରାଦଣ୍ଡ ମୋପାସାଁରୁ ଭଲ୍‌ଗା ଯାଏ ସମ୍ପାଦକ: ନାରାୟଣ ସେନାପତିପ୍ରକାଶକ: ତୀରତରଙ୍ଗଚନ୍ଦକା ଶିଳ୍ପାଞ୍ଚଳ, ଭୁବନେଶ୍ବରମୂଲ୍ୟ: ୪୫୦ ଟଙ୍କା, ପୃଷ୍ଠା: ୩୪୮  ଭାରତୀୟ ଓ ବିଦେଶୀ ଭାଷାର ତିରିଶଟି ଅନୂଦିତ ଗଳ୍ପକୁ ନେଇ ପ୍ରକାଶ ପାଇଛି ଏହି ସଂକଳନ।

ଏଥିରେ ଅହମିୟା, ଉର୍ଦ୍ଦୁ, କନ୍ନଡ଼, କଶ୍ମିରୀ, କୋଙ୍କଣୀ, ଗୁଜରାଟୀ, ଡୋଗରୀ, ତାମିଲ, ତେଲୁଗୁ, ନେପାଳୀ, ପଞ୍ଜାବୀ, ବଙ୍ଗଳା, ବୋଡୋ, ମଣିପୁରୀ, ମରାଠୀ, ମାଲୟାଲମ୍‌, ମୈଥିଳୀ, ରାଜସ୍ଥାନୀ, ସଂସ୍କୃତ, ସାନ୍ତାଳୀ, ସିନ୍ଧୀ, ହିନ୍ଦୀ, ଇଂରାଜୀ, ଫ୍ରେଞ୍ଚ୍‌ ଓ ରୁଷୀୟ ଭାଷାର ବଛା ବଛା କାହାଣୀର ଓଡ଼ିଆ ଅନୁବାଦ କରାଯାଇଛି।

ଏଚ୍‌.ଜି.

ୱେଲ୍‌ସ, ଗି ଦି ମୋପାସାଁ, ଓ ହେନ୍‌ରି, ଆଣ୍ଟନ୍‌ ଚେକୋଭ୍‌ଙ୍କ ପରି ପ୍ରସିଦ୍ଧ ବିଦେଶୀ ଲେଖକଙ୍କଠାରୁ ଆରମ୍ଭ କରି ବିଶି‌ଷ୍ଟ ଭାରତୀୟ କଥାକାରଙ୍କ ଗଳ୍ପ ଏଥିରେ ସ୍ଥାନ ପ‌ାଇଛି।

ଗଳ୍ପଗୁଡ଼ିକର ଅନୁବାଦ କରିଛନ୍ତି ପ୍ରଶାନ୍ତ କୁମାର ମହାନ୍ତି, ବଙ୍ଗାଳୀ ନନ୍ଦ, ଶକୁନ୍ତଳା ବଳିଆରସିଂହ, ସୂର୍ଯ୍ୟ ମିଶ୍ର, ଦମୟନ୍ତୀ ବେଶ୍ରା, ସୁଭାଷ ଚନ୍ଦ୍ର ଶତପଥୀ ପ୍ରମୁଖ ପଚିଶରୁ ଊର୍ଦ୍ଧ୍ବ ଅନୁବାଦକ।

ପୁସ୍ତକଟିର ଅଗ୍ରଲେଖ ଲେଖିଛନ୍ତି ଅନୁବାଦକ ବିଜୟ କୁମାର ପ୍ରାଧାନ।

ଗଳ୍ପଗୁଡ଼ିକର ଅନୁବାଦ ସାବଲୀଳ, ତେଣୁ ସୁଖପାଠ୍ୟ ହୋଇପାରିଛି।

ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।