Odia man dead:: ତାମିଲନାଡୁରୁ ଓଡ଼ିଶା ଆସିପାରିଲାନି ଯୁବକଙ୍କ ମୃତଦେହ; ବାହୁନି ବାହୁନି କାନ୍ଦୁଝନ୍ତି ସ୍ତ୍ରୀ

Aug 08, 2026 - 19:31
Odia man dead:: ତାମିଲନାଡୁରୁ ଓଡ଼ିଶା ଆସିପାରିଲାନି ଯୁବକଙ୍କ ମୃତଦେହ; ବାହୁନି ବାହୁନି କାନ୍ଦୁଝନ୍ତି ସ୍ତ୍ରୀ

"କର୍ଲାମୁଣ୍ଡା (ଭଜଶ୍ୟାମ ସାହୁ): ଥମିନାହିଁ ଓଡ଼ିଶାର ଗରିବ ଲୋକଙ୍କର ଆର୍ଥିକ ଯନ୍ତ୍ରଣା।

କୌଣସି ନା କୌଣସି କାରଣରୁ ରାଜ୍ୟ ବାହାରକୁ ରୋଜଗାର କରିବାକୁ ଯାଉଥିବା ଶ୍ରମିକ ଟିଏ ଯଦି ସଶରୀରରେ ଗାଁ ଫେରିନପାରେ, ମୃତ୍ୟୁ ପରେ ଶବ ବି ଆସିନପାରେ ତେବେ ତା ଠାରୁ ବଳି ଦୁଃଖ କଣ ହୋଇପାରେ?

ଏପରି ଏକ ଦୁଃଖଦ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ଅଞ୍ଚଳରେ।

ଏହି ବ୍ଲକର ଗଜବାହାଲ ପଞ୍ଚାୟତର ଅବୁଜବାହାଲ ଗ୍ରାମର ବେଣୁଧର ସାହୁଙ୍କ ପୁଅ ସୀମାଞ୍ଚଳ ସାହୁ (୩୦) ପ୍ରାୟ ୬ମାସ ତଳେ ରୋଜଗାର ପାଇଁ ତାମିଲନାଡୁର ତ୍ରିପୁର ଅଞ୍ଚଳକୁ ଯାଇଥିଲେ।

ଏହା ପୂର୍ବରୁ ମଧ୍ୟ ଅତୀତରେ ସେଠାରେ ସେ ତିନିବର୍ଷ ଥିଲେ।

Advertisment ତେବେ ଗତକାଲି ହଠାତ ଝାଡାବାନ୍ତି ହେବାରୁ ସହଯୋଗୀମାନେ ସ୍ଥାନୀୟ ମେଡିକାଲରେ ଭର୍ତ୍ତୀ କରିଥିଲେ।

ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ଅପରାହ୍ନ ୫ଟାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ମୃତ୍ୟୁ ପରେ ପରିବାର ଲୋକେ ତାଙ୍କ ଶବକୁ ନିଜ ଗାଁକୁ ଆଣିବା ପାଇଁ ଚେଷ୍ଠା କରିଥିଲେ।

ସ୍ୱଚ୍ଛାସେବୀ ରକ୍ତଦାତା ରବିନାରାୟଣ ସାହୁ ଯୋଗାଯୋଗ କରି ଏଦିଗରେ ଗୋଲାମୁଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଓ ସଞ୍ଜୟ ମହାରଣା ଗୋଲାମୁଣ୍ଡା ବିନ୍ଦୁ ଫାଉଣ୍ଡେସନ ପକ୍ଷରୁ ଉଦ୍ୟମ କରାଯାଇ ଥିଲା।

ଏପରିକି ଫାଉଣ୍ଡେସନ ପକ୍ଷରୁ ଏୟାରଲିପ୍ଟ ପାଇଁ ଫ୍ଲାଇଟ ବୁକିଂ ମଧ୍ୟ ସରିଥିଲା।

Young man dead: ତାମିଲନାଡୁରେ ମୃତ୍ୟୁର ୫ ଦିନ ପରେ ଓଡ଼ିଶା ଅଭିମୁଖେ ଯୁବକଙ୍କ ମରଶରୀର ତେବେ ମେଡିକାଲରେ ସୀମାଞ୍ଚଳଙ୍କ  ରେଜିଷ୍ଟ୍ରସନରେ ଭୁଲ ରହିଥିଲା।

ଯଦ୍ୱାରା ସେଠାରୁ ଶବ ଛଡାଗଲା ନାହିଁ।

ନିଜେ ମେଡିକାଲ କର୍ମଚାରୀ ନାମ ଭୁଲ ଲେଖିଥିବା ବେଳେ ତାର ସିକାର ହେଲେ ମୃତକଙ୍କ ପରିବାର।

ଆଜି ସକାଳେ ମଧ୍ୟ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଥିଲା କିନ୍ତୁ ତ୍ରୁଟି ଯୋଗୁଁ ଶବ ଛଡାଗଲା ନାହିଁ।

ଫଳରେ ସେଠାରେ ଆଜି ଦିନ ୨ଟାରେ ଶବସତ୍କାର କରାଯାଇଥିବା ତାଙ୍କ ପରିବାର ସୂତ୍ରରୁ ଜଣାଯାଇଛି।

ସୂଚନାଯୋଗ୍ୟ, ସୀମାଞ୍ଚଳ ପ୍ରାୟ ଦୁଇବର୍ଷ ତଳେ ବିବାହ କରିଥିବା ବେଳେ ତାଙ୍କର ଦେଢବର୍ଷର ଝିଅ ମଧ୍ୟ ଅଛି।

ଏବେ ସ୍ତ୍ରୀ ରାଜେନ୍ଦ୍ରୀ ଓ କୁନି ଝିଅ ସମାଇରା ବାହୁନି ବାହୁନି କାନ୍ଦୁଛନ୍ତି।

ସ୍ୱାମୀର ମୁହଁ ଦେଖିନପାରିବାରୁ ସ୍ତ୍ରୀ ରାଜେନ୍ଦ୍ରୀ କୋହ ସମ୍ଭାଳି ପାରୁନାହାନ୍ତି।

ମୃତକଙ୍କ ପରିବାରରେ ସୀମାଞ୍ଚଳ ଜଣେ ରୋଜଗାରିଆ ପୁଅ ହୋଇଥିବାରୁ ଅସହାୟ ସ୍ତ୍ରୀ, ଝିଅର ପ୍ରତିପୋଷଣ ପାଇଁ ପ୍ରଶାସନ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।