Loot Attempt at Srirampur SBI Branch ଶ୍ରୀରାମପୁର ଏସବିଆଇ ଶାଖାରେ ଲୁଟ୍ ଉଦ୍ୟମ

Sep 23, 2026 - 19:58
Loot Attempt at Srirampur SBI Branch ଶ୍ରୀରାମପୁର ଏସବିଆଇ ଶାଖାରେ ଲୁଟ୍ ଉଦ୍ୟମ

"ବସ୍ତା:  ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଶ୍ରୀରାମପୁରସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍‌ବିଆଇ) ଶାଖାରେ ଗତକାଲି (ମଙ୍ଗଳବାର) ବିଳମ୍ବିତ ରାତିରେ ଚୋରି ଉଦ୍ୟମ ହୋଇଛି।

ଦୁର୍ବୃତ୍ତମାନେ ବ୍ୟାଙ୍କର ଝରକା ତାଡ଼ି ଭିତରକୁ ପ୍ରବେଶ କରିଥିବା ଜଣାପଡ଼ିଛି।

ଅଭିଯୋଗ ପରେ ପୁଲିସ ଓ ଫରେନ୍‌ସିକ୍‌ ଟିମ୍‌ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି।

Advertisment ବୁଧବାର ସକାଳେ ସ୍ଥାନୀୟ କେତେକ ଲୋକେ ବ୍ୟାଙ୍କର ଝରକା ଓ ସଟର କଟାଯାଇଥିବା ଦେଖି ଘଟଣା ସମ୍ପର୍କରେ ପୁଲିସକୁ ଜଣାଇଥିଲେ।

ଖବର ପାଇ ବସ୍ତା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି।

ବ୍ୟାଙ୍କର ବରିଷ୍ଠ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

Bank Loot: ବଡ଼ବିଲରେ ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ଡକାୟତି ଘଟଣା: ଆଉ ୨ ଡକାୟତ ଗିରଫ ପୁଲିସ ପକ୍ଷରୁ ବ୍ୟାଙ୍କରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ୍ ଯାଞ୍ଚ ସହ ବିଭିନ୍ନ ପ୍ରମାଣ ସଂଗ୍ରହ କରାଯାଉଛି।

ବ୍ୟାଙ୍କ ଭିତରୁ ଟଙ୍କା କିମ୍ବା ଅନ୍ୟ କୌଣସି ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଛି କି ନାହିଁ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ବୋଲି ପୁଲିସର ତଦନ୍ତ ଅଧିକାରୀ କହିଛନ୍ତି।

Attempting Bank Robbery ବ୍ୟାଙ୍କ ଲୁଟ୍‌ କରିବାକୁ ସରଞ୍ଜାମ ନେଇ ଯାଇଥିଲେ, ପୁଲିସ ହାବୁଡ଼ରେ ପଡ଼ିଗଲେ ଶ୍ରୀରାମପୁର ଏସବିଆଇ ଶାଖାରୁ ଗତ ୩ବର୍ଷ ଭିତରେ ଏହାକୁ ମିଶାଇ ଦ୍ବିତୀୟ ଥର ଏହି ଡକାୟତି ଉଦ୍ୟମ ହୋଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।