14 OCTOBER 2026

Welcome!

Unlock your personalized experience.
Sign Up

Loot of District Mineral Fund - 16: ଜିଲ୍ଲା ଖଣିଜ ପାଣ୍ଠି ଲୁଟ୍‌-୧୬: ଖଣିଜ ପାଣ୍ଠିରେ ଶିକ୍ଷା ବିକାଶ

Oct 14, 2026 - 02:55
Loot of District Mineral Fund - 16: ଜିଲ୍ଲା ଖଣିଜ ପାଣ୍ଠି ଲୁଟ୍‌-୧୬: ଖଣିଜ ପାଣ୍ଠିରେ ଶିକ୍ଷା ବିକାଶ

ଯାଜପୁର (ଗଦାଧର ପଣ୍ଡା): ଯାଜପୁର ଜିଲ୍ଲାରେ ଜିଲ୍ଲା ଖଣିଜ ପାଣ୍ଠି ଅର୍ଥକୁ ତଞ୍ଚକତା କରି ବିଭିନ୍ନ ଉପାୟରେ ଖର୍ଚ୍ଚ କରାଯାଇଛି। ‌ଏବେ ଏହି ପାଣ୍ଠିରୁ ଶିକ୍ଷା ଭିତ୍ତିଭୂମି ବିକାଶ ନାମରେ ଜିଲ୍ଲା ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକଙ୍କ ଜରିଆରେ ୩୩ କୋଟି ୬୩ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିବାର ଏକ ବଡ଼ଧରଣର ଅନିୟମିତତା ସାମନାକୁ ଆସିଛି। ଏହି କାର୍ଯ୍ୟ ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ନୁହେଁ, ବରଂ ଓଡ଼ିଶା ସରକାରଙ୍କ ୫-ଟି ଯୋଜନା ଅଧୀନରେ ଥିବା ସ୍ୱତନ୍ତ୍ର ବଜେଟ ବା ପାଣ୍ଠିରୁ ଖର୍ଚ୍ଚ ହେବାର ଥିଲା। ତେଣୁ ଏଥିରେ ଖଣିଜ ପାଣ୍ଠି ନିୟମର ଖୋଲାଖୋଲି ଉଲ୍ଲଂଘନ କରାଯାଇଥିବାରୁ ସିଏଜି ଆପତ୍ତି ଉଠାଇଛନ୍ତି। ସରକାର ଏହାକୁ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ପରିବେଶ ଉନ୍ନତି ପାଇଁ ଯଥାର୍ଥ ଦର୍ଶାଇଥିବାବେଳେ ଏହା ଖଣିଜ ପାଣ୍ଠିର ବେଆଇନ ବ୍ୟବହାର ଓ ଏଥି‌ରେ ଅନିୟମିତତା କରାଯାଇଛି ବୋଲି ସିଏଜି ରିପୋର୍ଟରେ ଦର୍ଶାଇଛନ୍ତି।

Mayurbhanj: ଡାହାଣୀ ଓ ଅନ୍ଧବିଶ୍ୱାସ ସଂଖ୍ୟା ବୃଦ୍ଧି; ୫ ବର୍ଷରେ ୭୦ ମାମଲା

୩୩ କୋଟିରୁ ଊର୍ଦ୍ଧ୍ୱ ବ୍ୟୟ ନେଇ ଉଠିଲା ପ୍ରଶ୍ନ
ନିୟମ ଉଲ୍ଲଂଘନ ଧରିଲେ ସିଏଜି 

ତଥ୍ୟ ମୁତାବକ ଜିଲ୍ଲା ଖଣିଜ ପାଣ୍ଠି ଅନୁଦାନରେ ଜିଲ୍ଲା ସର୍ବଶିକ୍ଷା ଅଭିଯାନ ପ୍ରକଳ୍ପ ସଂଯୋଜକଙ୍କ ଜରିଆରେ ୨୦୨୦ ମସିହା ଜାନୁଆରିରେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମକୁ ୩୧୮ଟି ବିଦ୍ୟାଳୟ ପାଇଁ ମୋଟ ୧୯,୮୧୦ଟି ଡୁଆଲ ଡେସ୍କ, ଶିକ୍ଷକଙ୍କ ପାଇଁ ଚେୟାର, ଟେବୁଲ ଏବଂ ଆଲମିରା ବାବଦରେ ୧୭ କୋଟି ୩ ଲକ୍ଷ ଟଙ୍କାର ଯୋଗାଣ ପାଇଁ ଅର୍ଡର ଦିଆଯାଇଥିଲା। ଅନ୍ୟପଟେ ଖଣି ଅଞ୍ଚଳ ସୁକିନ୍ଦା ଓ ଦାନଗଦୀ ବ୍ଲକ୍‌ରେ ୨୦୧୯-୨୦ ଆର୍ଥିକ ବର୍ଷରେ ସର୍ବଶିକ୍ଷା ଅଭିଯାନ ଜରିଆରେ ୧୦,୩୬୬ଟି ଆସବାବପତ୍ର ଓ ୫୭୭ଟି ଦରି କ୍ରୟ ପାଇଁ ଖଣିଜ ପାଣ୍ଠିରୁ ୧୨ କୋଟି ୬୭ ଲକ୍ଷ ଟଙ୍କା ବ୍ୟୟ ହୋଇଥିବା ଦର୍ଶାଯାଇଛି। ଯୋଗା ଯାଇଥିବା ଆସବାବର ଗୁଣବତ୍ତା ଅତି ନିମ୍ନମାନର ନେଇ ଅଭିଯୋଗ ହୋଇଛି। ଖଣି ଅଞ୍ଚଳରେ ଶିକ୍ଷା ବିକାଶ ନାମରେ ଆସବାବ କ୍ରୟରେ ବଡ଼ଧରଣର ଦୁର୍ନୀତି କରାଯାଇ ଅନୁଦାନ ହରିଲୁଟ୍‌ କରାଯାଇଛି ବୋଲି ସାଂଘାତିକ ଅଭିଯୋଗ ଉଠିଛି। ଶିକ୍ଷା ବିକାଶ ନାମରେ ଜିଲ୍ଲା ଖଣିଜ ପାଣ୍ଠିରୁ ସର୍ବଶିକ୍ଷା ଅଭିଯାନ ଜରିଆରେ ୩୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚରେ ଅନିୟମିତତା ଓ ସିଏଜିଙ୍କ ନିୟମ ଉଲ୍ଲଂଘନ ରିପୋର୍ଟ ଆସିବା ପରେ ଯାଜପୁର ଜିଲ୍ଲାରେ ବିଭିନ୍ନ ବିଭାଗ ଜରିଆରେ ଜିଲ୍ଲା ଖଣିଜ ପାଣ୍ଠି ଖର୍ଚ୍ଚକୁ ନେଇ ରହିଥିବା ଅଭିଯୋଗର ତଦନ୍ତ କରିବାକୁ ଦାବି ହୋଇଛି।

Neglect: ‘ଇନ୍ଦ୍ରାବତୀ-ଭାରତମାଳା ଆମ ପାଇଁ ଦୁଃଖ, ଆମକୁ ଉଚ୍ଚଜାଗାରେ ଥଇଥାନ କର’

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।