18 SEPTEMBER 2026

Welcome!

Unlock your personalized experience.
Sign Up

Love: ପ୍ରେମିକା ଘରେ ପ୍ରେମିକକୁ ଜାଳିଦେଲେ

Sep 18, 2026 - 06:03
Love: ପ୍ରେମିକା ଘରେ ପ୍ରେମିକକୁ ଜାଳିଦେଲେ

ରିଆମାଳ: ଦେବଗଡ଼ଜିଲ୍ଲା ରିଆମାଳ ଥାନା ଅଞ୍ଚଳରେ ବୁଧବାର ବିଳମ୍ବିତ ରାତିରେ ଘଟିଛି ଚାଞ୍ଚଲ୍ୟକର ଘଟଣା। ପ୍ରେମିକା ଘରେ ପଶିଥିବା ପ୍ରେମିକକୁ ହତ୍ୟା ପରେ ପେଟ୍ରୋଲ ଢାଳି ଜାଳି ଦିଆଯାଇଛି। ମୃତକ ହେଲେ ବାବରାକୋଟ ଗ୍ରାମର ୨୮ ବର୍ଷୀୟ ସିଲୁ ରାୟ। ସୂଚନା ଅନୁସାରେ, ସିଲୁ ନିୟମିତ ମଦ୍ୟପାନ କରି ପ୍ରେମିକାଙ୍କ ଘରକୁ ଆସି ଝଗଡ଼ା କରୁଥିଲେ। ବୁଧବାର ରାତିରେ ମଧ୍ୟ ସେ ପ୍ରେମିକାଙ୍କ ଘରେ ପହଞ୍ଚିଥିଲେ। ଏହାକୁ ନେଇ ପାଟିତୁଣ୍ଡ ହେବା ପରେ ପ୍ରେମିକାଙ୍କ ପରିବାର ଲୋକେ ସିଲୁଙ୍କୁ ହତ୍ୟା କରିଥିବା ଏବଂ ପରେ ତାଙ୍କ ଉପରେ ପେଟ୍ରୋଲ ଢାଳି ଜାଳିଦେଇଥିବା ଅଭିଯୋଗ ହୋଇଛି। ନିଆଁ ଜଳୁଥିବା ଦେଖି ସ୍ଥାନୀୟ ଲୋକେ ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ।

Climate Change: ଜଳବାୟୁ ପରିବର୍ତ୍ତନ ପ୍ରଭାବ : ୨୦୨୬ରେ ୧୧.୭ କୋଟି ଭାରତୀୟ ସାଂଘାତିକ ଗ୍ରୀଷ୍ମପ୍ରବାହର ଶିକାର

ଖବର ପାଇ ରିଆମାଳ ପୁଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। ପରେ ପୁଲିସ ଘଟଣାସ୍ଥଳରୁ ଜଳିଯାଇଥିବା ଶବ ଜବତ କରିଥିଲା। ଆଜି ଅପରାହ୍ଣରେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ନମୁନା ସଂଗ୍ରହ କରିଛି। ପୁଲିସ ଏ ନେଇ ମାମଲା ରୁଜୁ କରିବା ସହ ଶବକୁ ବ୍ୟବଚ୍ଛେଦ ପାଇଁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏହି ଘଟଣାରେ ପୁଲିସ ଏପର୍ଯ୍ୟନ୍ତ ୩ ଜଣଙ୍କୁ ଅଟକ ରଖିଛି। ହତ୍ୟାର ପ୍ରକୃତ କାରଣ ଏବଂ ଘଟଣାରେ ଆଉ କେହି ସଂପୃକ୍ତ ଅଛନ୍ତି କି ନାହିଁ, ସେ ନେଇ ପୁଲିସ ଖୋଳତାଡ଼ ଜାରି ରଖିଛି।

Horoscope 2026 September 18: ଜାଣନ୍ତୁ ଆଜିର ରାଶିଫଳ...

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।