Love Relationship Under Scanner: ୫ ଦିନ ଧରି ନିଖୋଜ ଥିଲେ, ଏବେ ଗଛରେ ଝୁଲୁଛି ଦୁଇ ମୃତଦେହ

Oct 22, 2026 - 17:35
Love Relationship Under Scanner: ୫ ଦିନ ଧରି ନିଖୋଜ ଥିଲେ, ଏବେ ଗଛରେ ଝୁଲୁଛି ଦୁଇ ମୃତଦେହ

କଳାହାଣ୍ଡିରେ ଧର୍ମଗଡ଼ ଅଂଚଳରେ ଝୁଲନ୍ତା ଅବସ୍ଥାରେ ୨ ମୃତଦେହ ଉଦ୍ଧାର।

ଦୁଇ ମୃତକଙ୍କ ମଧ୍ୟରେ ଜଣେ ଯୁବକ ଓ ଅନ୍ୟ ଜଣେ ଯୁବତୀ।

କିଛି ଦିନ ତଳେ ଉଭୟ ନିଖୋଜ ଥିଲେ।

କୋକସରା ଥାନା ଅନ୍ତର୍ଗତ ବେହେରା ଗାଁ ନିକଟ ଭଣାଡଙ୍ଗରି ପାହାଡ଼ ଶୀର୍ଷରୁ ଝୁଲନ୍ତା ଅବସ୍ଥାରେ ଠାବ ହୋଇଛି।

ପ୍ରେମ ଜନିତ କାରଣରୁ ଉଭୟଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

Advertisment ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି।

କୋକସରା ଥାନା ଅନ୍ତର୍ଗତ ଟେଣ୍ଡାପାଲି ଗ୍ରାମର ପ୍ରହ୍ଲାଦ ନାଏକଙ୍କ ପୁଅ ଅଜିତ କୁମାର ନାଏକ ଏବଂ ଧର୍ମଗଡ଼ ସହରର କେନ୍ଦୁମୁଡ଼ିପଡ଼ାର ଜଣେ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଅଭିଯୋଗ ହୋଇଛି।

ସେମାନଙ୍କ ସମ୍ପର୍କକୁ ନେଇ ପରିବାର ମଧ୍ୟରେ ଅସହମତି ରହିଥିଲା ବୋଲି ଜଣାପଡ଼ିଛି।

ଗତ ୧୭ ତାରିଖ ରାତିରୁ ଉଭୟ ନିଖୋଜ ହୋଇଯାଇଥିଲେ।

ଏନେଇ ଉଭୟଙ୍କ ପରିବାର ପକ୍ଷରୁ କୋକସରା ଓ ଧର୍ମଗଡ଼ ଥାନାରେ ନିଖୋଜ ଅଭିଯୋଗ କରାଯାଇଥିଲା।

ତେବେ ଆଜି ସକାଳେ କିଛି ଲୋକ କାଠ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିବା ବେଳେ ଗଛରେ ଝୁଲୁଥିବା ଦୁଇଟି ମୃତଦେହ ଦେଖିବାକୁ ପାଇଥିଲେ।

ଖବର ପ୍ରଚାର ହେବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା।ଖବର ପାଇ ଧର୍ମଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।...

Advertisment ଝୁଲନ୍ତା ଅବସ୍ଥାରେ ୨ ମୃତଦେହ ଉଦ୍ଧାର କଳାହାଣ୍ଡି ଧର୍ମଗଡ଼ ଅଂଚଳରେ ଚାଞ୍ଚଲ୍ୟ ପାହାଡ଼ ଶୀର୍ଷରୁ ଝୁଲନ୍ତା ଅବସ୍ଥାରେ ୨ ମୃତଦେହ ଉଦ୍ଧାର ପ୍ରେମଜନିତ କାରଣରୁ ଦୁହିଁଙ୍କୁ ହତ୍ୟା ସନ୍ଦେହ ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି ପୋଲିସ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।